logo
add image
ଆରିୟା ଷ୍ଟିଲ କମ୍ପାନୀରେ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ,ପରିବାର ପକ୍ଷରୁ ହତ୍ୟା ଅଭିଯୋଗ।

ଆରିୟା ଷ୍ଟିଲ କମ୍ପାନୀରେ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ,ପରିବାର ପକ୍ଷରୁ ହତ୍ୟା ଅଭିଯୋଗ।

ବଲାଣି/ବଡବିଲ/୧୯/୯/୨୫/(ଆଧାର ମିଡିଆ//ରିପୋର୍ଟ-ରାଜେନ୍ଦ୍ର ନନ୍ଦ)-କେନ୍ଦୁଝର ଜିଲ୍ଲା ବଲାଣି ଥାନା ଅନ୍ତର୍ଗତ ଆରିୟା ଆଇରନ ଆଣ୍ଡ ଷ୍ଟିଲ ପ୍ରାଇଭେଟ ଲିମିଟେଡ କାରଖାନାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଅଞ୍ଚଳବାସୀଙ୍କ ମନରେ ଆଲୋଡନ  ସୃଷ୍ଟି କରିଛି। ଏହି ଘଟଣା ପରେ ମୃତକଙ୍କ ପରିବାର ଏହି ଘଟଣାକୁ ସନ୍ଦେହଜନକ ଏବଂ ହତ୍ୟାବୋଲି ଅଭିଯୋଗ କରିଛନ୍ତି।ସୂଚନା ଅନୁଯାୟୀ କାରଖାନାର ଯାନ୍ତ୍ରିକ ବିଭାଗରେ କାର୍ଯ୍ୟ କରୁଥିବା ବଲାଣିର ବାସିନ୍ଦା ଆଜାଦ ସାହୁଙ୍କ ଗୁରୁବାର ସନ୍ଧ୍ୟା ପ୍ରାୟ ୫ଟାରେ ମୃତ୍ୟୁ ହୋଇଥିଲା। ଘଟଣା ପରେ କମ୍ପାନୀ ପରିଚାଳନା ସଂସ୍ଥା ମୃତଦେହକୁ ନିକଟସ୍ଥ ବଲାଣି ଡାକ୍ତରଖାନାକୁ ନନେଇ ସିଧାସଳଖ ବଡବିଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲା, ଯାହା ଉପରେ ପରିବାର ପକ୍ଷରୁ ଗମ୍ଭୀର ପ୍ରଶ୍ନ ଉଠିଛି।
ହେଲେ ପରିବାରର ଅଭିଯୋଗ କରିଛନ୍ତି କମ୍ପାନୀ ପରିଚାଳନା ସଂସ୍ଥା ତୁରନ୍ତ ପରିବାରକୁ ମୃତ୍ୟୁ ସମ୍ପର୍କରେ ଜଣାଇ ନଥିଲା। ମୃତକଙ୍କ ସାନଭାଇ କେବଳ ଫୋନ୍ ଯୋଗେ ଯୋଗାଯୋଗ କରିବା ପରେ ଘଟଣା ବିଷୟରେ ଜାଣିପାରିଥିଲେ। ମୃତକଙ୍କ ଶରୀର ସମ୍ପୂର୍ଣ୍ଣ ଭାବରେ କାଦୁଅରେ ଘୋଡ଼ାଇ ହୋଇଯାଇଥିଲା, ଯାହା ଫଳରେ ପରିବାର ଲୋକ ସନ୍ଦେହ କରୁଛନ୍ତି ଯେ ଏହା ଏକ ଦୁର୍ଘଟଣା କିମ୍ବା ହତ୍ୟା ଯାହାକୁ କମ୍ପାନୀ ଘୋଡ଼ାଇ ଦେବାକୁ ଚେଷ୍ଟା କରୁଛି।ପରିବାରର ଦାବି କରଛନ୍ତି ମାମଲାର ନିରପେକ୍ଷ ଏବଂ ପୁଙ୍ଖାନୁପୁଙ୍ଖ ତଦନ୍ତ ଜରୁରୀ।
ମୃତକଙ୍କ ପରିବାରର ଜଣେ ସଦସ୍ୟଙ୍କୁ ସ୍ଥାୟୀ ଚାକିରି ଯୋଗାଇ ଦିଆଯିବା ଉଚିତ।କମ୍ପାନୀ ପରିଚାଳନାକୁ ଘଟଣାର ସ୍ପଷ୍ଟ ଦାୟିତ୍ୱ ନେବାକୁ ପଡିବ।ପରିବାର ମଧ୍ୟ ଅଭିଯୋଗ କରିଛନ୍ତି ଯେ ଏପର୍ଯ୍ୟନ୍ତ କମ୍ପାନୀର କୌଣସି ବରିଷ୍ଠ ଅଧିକାରୀ ସେମାନଙ୍କୁ ଭେଟି ନାହାନ୍ତି।ବଲାଣି ପୋଲିସ ବଡବିଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ହେଲେ ଦେଖିବାକୁ ବାକି ରହିଲା କମ୍ପାନୀ କର୍ତ୍ତୁ ପକ୍ଷ ଏହି ଦୁଃଖଦ ଘଟଣା ପରିବର୍ତ୍ତେ ପରିବାର ପ୍ରତିକୋଣ ପଦକ୍ଷେପ ନେଉଛି l

Recent Comments

Leave Comments

Top