କଣିହାଁ/୧୯/0୯/୨0୨୫/(ଆଧାର ମିଡ଼ିଆ// ରିପୋର୍ଟ)-ଅନୁଗୁଳ ଜିଲ୍ଲା କଣିହାଁ ତହସିଲ ଅନ୍ତର୍ଗତ ପଟାଖମଣ ଘାଟରୁ ବାଲି ଚୋରା ଚାଲାଣ ବେଳେ ତହସିଲଦାରଙ୍କ ନିର୍ଦେଶ କ୍ରମେ କଣିହାଁ ରାଜସ୍ୱ ଅଧିକାରିଣୀ ଅତର୍କିତ ଚଢ଼ାଉ କରିଛନ୍ତି।ଚଢ଼ାଉ ବେଳେ କଣିହାଁ ରାଜସ୍ୱ ଅଧିକାରିଣୀ ପୁଷ୍ପାଞ୍ଜଳୀ ରଣଞ୍ଜିତ ଦୁଇ ବାଲି ବୋଝେଇ ଟ୍ରାକ୍ଟରକୁ ଜବତକରି ନିଜ ହେପାଜତକୁ ଆଣିଥିବା ଜଣାପଡିଛି। ରାଜସ୍ୱ ଅଫିସ ସମ୍ମୁଖରେ ଜବତ ବାଲି ବୋଝଇ ଟ୍ରାକ୍ଟର ରହିଛି। ପଟ୍ଟାକ୍ଷମଣ ବିଜେଡି ନେତାଙ୍କ ଏହି ଚୋରାବାଲି ଗାଡି ଜବତ ହୋଇଥିବା ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି।
କଣିହାଁ ତହସିଲ ଅଧୀନରେ ୮ ରାଜସ୍ୱ କାର୍ଯ୍ୟାଳୟ ରହିଥିବା ବେଳେ ୧୫ରୁ ଅଧିକ ବାଲି ଘାଟରହିଛି। କଣିହାଁ ରାଜସ୍ୱ ଅଫିସରେ ଏକମାତ୍ର ମହିଳା ଅଧିକାରିଣୀ ଥିବାବେଳେ ଅନ୍ୟ ସାତ ରାଜସ୍ୱ ଅଫିସରେ ପୁରୁଷ ଅଧିକାରୀ କାର୍ଯ୍ୟରତ।ମହିଳା ଅଧିକାରିଣୀ ଜଣକ ଭୋର ସମୟରୁ ଛପିରହି ସକାଳ ୬ ଟାରେ ଚଢ଼ାଉ କରିଥିଲେ। ମହିଳା ଅଧିକାରିଣୀ ଜଣକ ଚୋରାବାଲି ଚାଲାଣକାରୀଙ୍କ ଉପରେ ପଦକ୍ଷେପ ନେଉଥିବା ବେଳେ ଅନ୍ୟ ସବୁଠି ପୁରୁଷ ରାଜସ୍ୱ ଅଧିକାରୀ ନିକମ୍ମା ପାଲଟିଥିବା ସାଧାରଣ ରେ ଚର୍ଚ୍ଚାର ବିଷୟ ପାଲଟିଛି।କଣିହାଁ ତହସିଲ ଦାର ଚିନ୍ମୟୀ ଦାସଙ୍କ ନିର୍ଦ୍ଦେଶ କ୍ରମେ ଗତ ବୁଧବାର ଚଢ଼ାଉ ହୋଇଥିବା ପ୍ରକାଶ।
Recent Comments