ଯୋଡ଼ା,୨/୧୦/୨୦୨୪(ଆଧାର ମିଡ଼ିଆ/ରିପୋର୍ଟ-ଟଙ୍କଧର ପାତ୍ର) କେନ୍ଦୁଝର ଜିଲ୍ଲା ଏକ ଖଣି ବହୁଳ ଅଞ୍ଚଳ ହୋଇଥିବାରୁ ଏଠାରେ ପ୍ରତ୍ୟେକ ଦିନ ହଜାର ହଜାର ଟ୍ରକ ମାଲ ପରିବହନ ନିମନ୍ତେ ଖଣି ବାହାରେ ଧାଡ଼ି ଲଗାଇଥାନ୍ତି କିନ୍ତୁ କିଛି ଦୃବୁତ ଗାଡ଼ି ଚାଳକ ମାନକ ଯୋଗୁଁ ଡ୍ରାଇଭର ଚାଳକ ମାନଙ୍କ ଆଖିର ନିଦ ହଜିଯାଇଛି ।କାରଣ ପ୍ରତ୍ୟେକ ଦିନ ଏହି ଦୃବୃତ ମାନେ ଗାଡିମାନଙ୍କରୁ ଡିଜେଲ ଓ ବେଟ୍ରି ଚୋରି କରି ଉନ୍ମକ୍ତ କାଣ୍ଡ ଭିଆଉଛନ୍ତି। ସେହିଭଳି କିଛି ଦୃବୁତ କେନ୍ଦୁଝର ଜିଲ୍ଲା ବଲାଣୀ ଥାନା ଅଧୀନରେ ଥିବା ବାଲାଗୋଡା ଛକ ନିକଟରେ ଡିଜେଲ ଚୋରି ଘଟଣାରେ ବଡ଼ବିଲ ପୋଲିସ ଅତର୍କିତ ଚଢ଼ାଉ କରି ଦୁଇଟି ଡିଜେଲ ଭର୍ତ୍ତି ବୋଲେର ଗାଡ଼ି ଜବତ କରିବା ସହିତ ଦୁଇ ଜଣଙ୍କୁ ଗିରଫ କରିଥିଲା ଏବଂ ଦୁଇ ଜଣ ଘଟଣା ସ୍ଥଳରୁ ଫେରାର ହୋଇଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ ବଡ଼ବିଲ ,ବଲାଣୀ ଅଞ୍ଚଳରୁ ଡିଜେଲ ମାଫିଆ ମାନେ ପ୍ରତିଦିନ ପରିବହନ ପାଇଁ ଠିଆ ହୋଇଥିବା ଟ୍ରକ ଗୁଡ଼ିକରୁ ଲିଟର ଲିଟର ଡିଜେଲ ଚୋରୀ କରି ବାହାରେ ବିକ୍ରି କରୁଛନ୍ତି ।ଗତକାଲି ଏପରି ଏକ ଘଟଣାର ପର୍ଦ୍ଦାଫାଶ କରିଛି ବଡ଼ବିଲ ପୋଲିସ ।ଗତକାଲି ମଧ୍ୟ ରାତ୍ରୀରେ ଚାରିଜଣ ଡିଜେଲ ଚୋର ପରିବହନ ଟ୍ରକ ଗୁଡ଼ିକରୁ ଡିଜେଲ ଚୋରୀ କରି ଫେରାର ହୋଇଥିବା ସମୟରେ ବଡ଼ବିଲ ପୋଲିସ କୌଣସି ବିଶ୍ଵସ୍ତ ସୁତ୍ରରୁ ସୁଚନା ପାଇ ବାଲାଗୋଡା ଛକ ନିକଟରେ ଅତର୍କିତ ଚଢ଼ାଉ କରିଥିଲା।ଉକ୍ତ ଚଢାଉରେ ବଡ଼ବିଲ ପୋଲିସ ଓଆର୍୨୩ ଡି ୦୦୫୫ ଓ ଓଡି୦୯କେ ୭୪୪୯ ନମ୍ବର ବିଶିଷ୍ଟ ଦୁଇଟି ଡିଜେଲ ଭର୍ତ୍ତି ବୋଲେର ଗାଡ଼ି ଜବତ କରିବା ସହିତ ଦୁଇ ଜଣ ଡିଜେଲ ଚୋରଙ୍କୁ ଗିରଫ କରିବା ସହିତ ଦୁଇ ଡିଜେଲ ଚୋର ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । ଗିରଫ ଦୁଇ ଡିଜେଲ ଚୋର,ଜଣେ ନାବାଳକ ହୋଇଥିବା ବେଳେ ଅନ୍ୟ ଜଣେ ବଲାଣୀ ଥାନା ଅନ୍ତର୍ଗତ ବଲାଣୀ ମାର୍କେଟ ଅଞ୍ଚଳର ରୋସନ କୁମାର ଗୁପ୍ତା । ରୋସନ କୁମାର ଗୁପ୍ତା ଡୁଇଟି ବୋଲେର ଗାଡ଼ିରେ ୨୦ ଲିଟର ପ୍ଲାଷ୍ଟିକ ଗିଲେନରେ ୪୦୦ ଲିଟର ଡିଜେଲ ଚୋରୀ କରି ନେଉଥିଲା । ବଡ଼ବିଲ ପୋଲିସ ଦୁଇ ଡିଜେଲ ଭର୍ତ୍ତି ବୋଲେର ଗାଡ଼ିକୁ ଜବତ କରି ଆଜି ଉକ୍ତ ନାବାଳକ ଓ ରୋସନ କୁମାର ଗୁପ୍ତାକୁ କୋର୍ଟ ଚାଲାଣ କରିବା ସହିତ ଜେଲ ହାଜତକୁ ପଠାଇଥିବା ବଡ଼ବିଲ ଥାନା ଅଧିକାରୀ ରମାକାନ୍ତ ମୁଦୁଲି ସୂଚନା ଦେଇଛନ୍ତି ।
Recent Comments