ବୌଦ୍ଧ,୦୬/୧୦/୨୦୨୪(ଆଧାର ମିଡ଼ିଆ)ଦୀର୍ଘ ଦିନ ହେଲା ବୌଦ୍ଧଜିଲ୍ଲାର ବିଭିନ୍ନ ଦେବାଳୟରୁ ଦେବା ଦେବୀଙ୍କ ଦାନବାକ୍ସ ଓ ଅଳଙ୍କାର ସବୁ ଚୋରୀ ହୋଇଚାଲିଥିବାବେଳେ ଅନେକ ଉଦ୍ୟମ ସତ୍ୱେ ପୁଲିସ ଚୋରୀ ସାମଗ୍ରୀ କିମ୍ବା ଚୋର ସଂପର୍କରେ ଟେର ପାଇପାରୁନଥିଲା। ଦୀର୍ଘଦିନର ବ୍ୟବଧାନ ପରେ ପୁଣିଥରେ ଗତ ୪ ତାରିଖ ଦିନ ବୌଦ୍ଧ ସହର ଉପକଣ୍ଠରେ ଥିବା ଟୁଟୁସିଙ୍ଗା ଶିବ ମନ୍ଦିରରୁ ଦାନ ବାକ୍ସ ଚୋରୀ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା।ଶନିବାର ରାତିରେ ଜଣେ ଯୁବକ ଏକ ବୁଦାମୂଳେ ଚୋରୀ ହୋଇଥିବ ଦାନବାକ୍ସ ଭାଙ୍ଗୁଥିବା ବେଳେ ସ୍ଥାନିୟ ଲୋକଦେଖି ତାକୁ ଅଟକ ରଖି ପୁଲିସକୁ ଜିମା ଦେଇଥିଲେ। ଉକ୍ତ ଯୁବକ ଜଣକ ହେଉଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ଗୁମୁଦୁଲା ଗ୍ରାମର ରାଜୀବଲୋଚନ ସାହୁ(୨୬)ଙ୍କୁ ମନ୍ଦିର ଚୋରୀ ମାମଲାରେ ପୁଲିସ ରାଜୀବ କୁ ଗିରଫ କରିଥିଲା । ତାଙ୍କ ନିକଟରୁ ଚୋରୀ ଦାନ ବାକ୍ସ ସହିତ ୧୨୦୦ ଟଙ୍କା ପୁଲିସ ଜବତ କରିବାପରେ ବୌଦ୍ଧ ଆଦର୍ଶ ଥାନାରେ ଏକ ମାମଲା ରୁଜୁ କରି ଥାନାକୁ ଆଣି ପଚରା ଉଚୁରା କରିଥିଲା।ପୁଲିସ ନିକଟରେ ଅଭିଯୁକ୍ତ ରାଜୀବ ଗତ ଫେବୃୟାରୀ ମାସରେ ବୌଦ୍ଧର ପ୍ରସିଦ୍ଧ ଭୈରବୀ ମନ୍ଦିର ସମେତ ଅନ୍ୟ ଏକ ମନ୍ଦିରରୁ ଚୋରୀ ମାମଲାରେ ସଂପୃକ୍ତ ଥିବା ନେଇ ସ୍ୱୀକାର କରିଥିବା ନେଇ ବୌଦ୍ଧ ଆଦର୍ଶ ଥାନା ଅଧିକାରୀ ରଞ୍ଜିତ କୁମାର ମୁନି ସୂଚନା ଦେଇଛନ୍ତି।
Recent Comments