ଖୋର୍ଦ୍ଧା/୧୯/୦୯/୨୦୨୫/(ଆଧାର ମିଡ଼ିଆ//ରିପୋର୍ଟ-ପ୍ରସନ୍ନକୁମାର ସ୍ବାଇଁ)-ଖୋର୍ଦ୍ଧା ପୌରପରିଷଦ ଅନ୍ତର୍ଗତ ଗୁରୁଜଙ୍ଗ ଖେଳ ପଡିଆରେ ଗୁରୁଜଙ୍ଗ କ୍ରିକେଟ ଆସୋସିଏସନ ଆନୁକୂଲ୍ୟରେ ନୀଳକଣ୍ଠ ମେମୋରିଆଲ ଗୁରୁଜଙ୍ଗ କପ କ୍ରିକେଟ ଟୁର୍ନାମେଣ୍ଟ ଆରମ୍ଭ ହେବାଜୁ ଯାଉଛି।ଏହି କର୍କବଲ ଟୁର୍ନାମେଣ୍ଟରେ ୧୬ଟି ଦଳ ଭାଗ ନେଉଥିବା ବେଳେ ଏହା ସେପ୍ଟେମ୍ବର ୨୬ ତାରିଖରୁ ଆରମ୍ଭ ହୋଇ ଅକ୍ଟୋବାର ୪ତାରିଖ ପର୍ଯ୍ୟନ୍ତ ଚାଲିବ। ସେପ୍ଟେମ୍ବର ୨୪ ତାରିଖ ଓ ୨୫ ତାରିଖରେ ଏକ ମିନି ଆଧାର ଟୁର୍ନାମେଣ୍ଟ ହେବବୋଲି ଆୟୋଜକ ମାନେ ଜଣାଇଛନ୍ତି। ସେପ୍ଟେମ୍ବର ୨୬ ତାରିଖରେ ପ୍ରଥମ ମ୍ୟାଚରେ ଗଙ୍ଗାପଡ଼ା ବନାମ ପାନବରଜ,ଦ୍ଵିତୀୟ ମ୍ୟାଚ ଅଠାରଙ୍ଗ ବନାମ ପଙ୍ଗାରସିଙ୍ଗ,୨୭ ତାରିଖ ପ୍ରଥମ ମ୍ୟାଚ ତମାଣ୍ଡୋ ବନାମ ମେଣ୍ଢାଶାଳ,ଦ୍ଵିତୀୟ ମ୍ୟାଚ ଭଳିଆବାଡି ବନାମ ସୁଆଙ୍ଗ, ୨୮ ତାରିଖ ପ୍ରଥମ ମ୍ୟାଚ ଅରିସଲ ବନାମ କଲ୍ୟାଣପୁର, ଦ୍ଵିତୀୟ ମ୍ୟାଚ କୁମାରବସ୍ତ ବନାମ ପଳାସପୁର,୨୯ ତାରିଖ ପ୍ରଥମ ମ୍ୟାଚ ଯାଆଁଳା ବନାମ ଭଗବାନପୁର,ଦ୍ଵିତୀୟ ମ୍ୟାଚ ଗୁରୁଜଙ୍ଗ ବନାମ ଗୁଡ଼ୁମ ମଧ୍ୟରେ ଅନୁଷ୍ଠିତ ହେବ।
ସେପ୍ଟେମ୍ବର ୩୦ରେ ପ୍ରଥମ କ୍ୱାଟର ଓ ଦ୍ଵିତୀୟ କ୍ୱାଟର,ଅକ୍ଟୋବର ୧ ତାରିଖରେ ତୃତୀୟ ଏବଂ ଚତୁର୍ଥ କ୍ୱାଟର ଫାଇନାଲ ହେବ।ଅକ୍ଟୋବର ୨ରେ ପ୍ରଥମ ସେମି ଓ ଦ୍ଵିତୀୟ ସେମି ଫାଇନାଲ ଅନୁଷ୍ଠିତ ହେବ। ଅକ୍ଟୋବର ୪ ତାତିଖ ରେ ଗ୍ରାଣ୍ଡ ଫାଇନାଲ ମ୍ୟାଚ ହେବ ବୋଲି ଗୁରୁଜଙ୍ଗ ଆସୋସିଏସନ ର କର୍ମକର୍ତା ମାନେ ଜଣାଇଛନ୍ତି।ସବୁ ମ୍ୟାଚ ରେ ଶ୍ରେଷ୍ଠ ଖେଳାଳି ଏବଂ ଫାଇନାଲରେ ବହୁ ଆକର୍ଷଣୀୟ ପୁରସ୍କାର ଦିଆଯିବା ସହ ଏକ ପ୍ରଦର୍ଶନୀ ମ୍ୟାଚ ର ଆୟୋଜନ ହେବାର ସୂଚନା ମିଳିଛି।
Recent Comments