logo
add image
ପୁରୀ ଜିଲ୍ଲା କବାଡିରେ ଚମ୍ପିୟାନ ।

ପୁରୀ ଜିଲ୍ଲା କବାଡିରେ ଚମ୍ପିୟାନ ।

ପିପିଲି,୦୮/୧୦/୨୦୨୪( ଆଧାର ମିଡ଼ିଆ )ସୁନ୍ଦରଗଡ ଠାରେ ୧୭ ବର୍ଷ ରୁ କମ୍ ବାଳକ ବର୍ଗର କବାଡି ପ୍ରତିଯୋଗିତାରେ ପୁରୀ ଜିଲ୍ଲା ଚମ୍ପିୟାନ ହୋଇଛି।ବଲାଙ୍ଗୀର ଜିଲ୍ଲା ସହ ଖେଳ ଆରମ୍ଭ କରିଥିବା ପୁରୀ ବାଳକ କବାଡି ଦଳ ସେମିଫାଇନାଲରେ ଢେ଼ଙ୍କାନାଳ ଜିଲ୍ଲା କୁ ପରାସ୍ତ କରିଥିବା ବେଳେ ଗଞ୍ଜାମ ଜିଲ୍ଲା ଜଗତସିଂହପୁର ଜିଲ୍ଲା କୁ ପରାସ୍ତ କରିଥିଲା।ଫାଇନାଲରେ ପୁରୀ ଜିଲ୍ଲା ଗଞ୍ଜାମ ଜିଲ୍ଲା କୁ ୫୮ -୪୩ ପଏଣ୍ଟ ରେ ପରାସ୍ତ କରିଥିଲା।ଦଳର କୋଚ ଉମେଶ ଚନ୍ଦ୍ର ଶତପଥୀ ଓ ମ୍ୟାନେଜର ରୋଜାଲିନ ପଣ୍ଡା ଦଳଗତ ପ୍ରଦର୍ଶନ ପାଇଁ ସମସ୍ତ ଖେଳାଳୀ ଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ।କ୍ରୀଡାବିତ ମୁକେଶ କାଟୁମ,ସୌମ୍ୟ ରଞ୍ଜନ ମଲ୍ଲ, ଜଗନ୍ନାଥ ଗଡ଼ନାୟକ,ଶକ୍ତି ପ୍ରସାଦ ସେଠୀ, ହିମାଂଶୁ ରାଉତ, ବାଦଲ ମଲ୍ଲିକ, ମନୋଜ କାଣ୍ଡି,ରଞ୍ଜନ ବେହେରା, ଶୁଭମ ଜେନା, ଓମ୍ ପ୍ରକାଶ ମଲ୍ଲିକ, ଶିବରାମ ଜ୍ୟୋତି ସାହୁ ଓ ସୌମ୍ୟ ରଞ୍ଜନ ପାଢ଼ୀ ଅଶଂ ଗ୍ରହଣ କରି ଜିଲ୍ଲା ପାଇଁ ଗୌରବ ଆଣି ଦେଇଛନ୍ତି।

Recent Comments

Leave Comments

Top