logo
add image
୩୫ ତମ ରାଜ୍ୟସ୍ତରୀୟ କ୍ରିକେଟ ଉପଲକ୍ଷେ  ପ୍ରେସ ମିଟ, ରାଜ୍ୟ ସ୍ତରୀୟ ମଙ୍ଗଳା କପ ।

୩୫ ତମ ରାଜ୍ୟସ୍ତରୀୟ କ୍ରିକେଟ ଉପଲକ୍ଷେ ପ୍ରେସ ମିଟ, ରାଜ୍ୟ ସ୍ତରୀୟ ମଙ୍ଗଳା କପ ।

କାକଟପୁର,୩/୧୧/୨୦୨୪( ଆଧାର ମିଡ଼ିଆ//ରିପୋର୍ଟ -ତୁଷାର ଦୀକ୍ଷିତ)ରାଜ୍ୟ ସ୍ତରୀୟ ମଙ୍ଗଳା କପ ହେବାକୁ ଆଉ ରହିଲା ଗୋଟିଏ ମାସ ଏଥିପାଇଁ ଆୟୋଜନ କମିଟି ଏକ ପ୍ରସ୍ତୁତି ବୈଠକ ଡାକି ସମସ୍ତ ସଦସ୍ୟ ମାନଙ୍କ ସହିତ ଉପଦେଷ୍ଟା ମଣ୍ଡଳୀ ମାନଙ୍କୁ ନେଇ ଏକ ବିସ୍ତୃତ ଆଲୋଚନା ହୋଇ ଯାଇଛି,ପ୍ରତିବର୍ଷ ଭଳି ଚଳିତ ବର୍ଷ ପୁରୀଜିଲ୍ଲା କାକଟପୁରର ମା ମଙ୍ଗଳା ମିନି ଷ୍ଟାଡିୟମ ଠାରେ ମଙ୍ଗଳା କ୍ରିକେଟ କ୍ଲବ ଆନୁକୂଲ୍ୟରେ ଆୟୋଜିତ ହେବାକୁ ଯାଉଛି ୩୫ ତମ ରାଜ୍ୟସ୍ତରୀୟ ମଙ୍ଗଳା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ।ଏଥିପାଇଁ ରବିବାର ଦିନ ଆୟୋଜକ କ୍ଲବ ପକ୍ଷରୁ ଏକ ପ୍ରେସମିଟ ସ୍ଥାନୀୟ ମିନି ଷ୍ଟାଡିୟମ ସଭା ଗୃହରେ  ଅନୁଷ୍ଠିତ ହୋଇଯାଇଛି।ଆସନ୍ତା ଡିସେମ୍ବର ୨୫ ତାରିଖରେ ଉଦଘାଟିତ ହେବବୋଲି କ୍ଲବର ସଭାପତି ପ୍ରଦୀପ୍ତ କୁମାର ଦୀକ୍ଷିତ ପ୍ରକାଶ କରିଛନ୍ତି।ଉକ୍ତ ଟୁର୍ଣ୍ଣାମେଣ୍ଟ ରେ ମୋଟ ୮ ଟି ଦଳ ଭାଗ ନେବାକୁ ଥିବାବେଳେ ଚମ୍ପିୟାନ ଦଳକୁ ୪୧୪୪୧  ଟଙ୍କା ଏବଂ ରନର୍ସ ଦଳକୁ ୨୧୨୨୧ ଟଙ୍କା ପୁରସ୍କାର ରାଶି ଦିଆଯିବା ସହିତ ୩୦ ଓଭର ବିଶିଷ୍ଟ ସମସ୍ତ ମ୍ୟାତରେ ଖେଳାଳି ମାନେ ଧଳା ଡ୍ରେସ ପରିଧାନ କରିବା ସହିତ ଏସଜି ଡ଼ିଉଜ ବଳରେ ଖେଳିବେ ବୋଲି ଆୟୋଜକ କ୍ଲବର ସମ୍ପାଦକ ଶୁଭ୍ରାଂଶୁ ଭୂଷଣ ଦୀକ୍ଷିତ ସୂଚନା ଦେଇଛନ୍ତି।ଅନ୍ୟ ମାନଙ୍କ ମଧ୍ୟରେ ଆୟୋଜକ କ୍ଲବର ମ୍ୟାନେଜର ଭାଗବତ ସ୍ୱାଇଁ,କୋଷାଧକ୍ଷ ଇଂ ସୂର୍ଯ୍ୟକାନ୍ତ ଦୀକ୍ଷିତ,ସହସମ୍ପାଦକ ସଞ୍ଜୟ ସାମଲ ଙ୍କ ସମେତ ସମସ୍ତ ଗଣମାଧ୍ୟମ ପ୍ରତିନିଧି ଯୋଗଦେଇଥିଲେ।ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷର ମ୍ୟାତକୁ ଅଧିକ ଉଚ୍ଚ କୋଟିର ତଥା ସରସ ସୁନ୍ଦର କରାଯିବ ବୋଲି ଆୟୋଜକ କ୍ଲବ ପକ୍ଷରୁ ସୂଚନା ଦିଆଯାଇଛି।

Recent Comments

Leave Comments

Top