ସିନାପାଲି/ନୂଆପଡ଼ା/୨୦/୯/୨୫(ଆଧାର ମିଡ଼ିଆ /ରିପୋର୍ଟ- ହେରାମ୍ବ ମେହେର)-ନୂଆପଡା ଜିଲ୍ଲାରେ ଅବୈଧ ଭାବରେ ଚାଲିଥିବା ନିଶା କାରବାରକୁ ରୋକିବା ପାଇଁ ଅବକାରୀ ବିଭାଗ ତରଫରୁ ସବୁବେଳେ ଅପରେସନ ଜାରିରହିଛି l ଏହି କ୍ରମରେ ଆଜି ବୋଡେ଼ନ ବ୍ଲକ ଖଇରାରୁ ପଲସଦା ରୋଡ଼ ନିକଟସ୍ଥ ବ୍ରିଜ ନିକଟରେ ବେଆଇନ ଚାଲାଣ ହେଉଥିବା ୧୫ କେଜି ଗଂଜେଇ ସହିତ ଦୁଇଜଣ ବ୍ୟକ୍ତିଙ୍କୁ ଗିରଫ କରିଛନ୍ତି l ସେମାନେ ଜବଲପୁର (ମଧ୍ୟ ପ୍ରଦେଶ) ଅଞ୍ଚଳର ଶୁଭମ୍ ପଟେଲ(୨୭) ଏବଂ ଉଦୟ କୁଶୱା(୨୦) ବୋଲି ପ୍ରାଥମିକ ତଦନ୍ତ ବେଳେ ଜଣାପଡ଼ିଛି l ଏହି ଅପରେସନରେ ସିନାପାଲି ଅବକାରୀ ଅଧିକାରୀ ସିଦ୍ଧାନ୍ତ ପାତ୍ରଙ୍କ ସହିତ ଅବକାରୀ କର୍ମଚାରୀ ଉପସ୍ଥିତ ଥିଲେ l ଏହି ଦୁଇ ଗଞ୍ଜେଇ ମାଫିଆଙ୍କୁ ପିଆର ନମ୍ବର ୧୭୪/୨୫ ଅବକାରୀ ଥାନା ସିନାପାଲି ୟୁ ଏସ ୨୦ (ବି )(୨ )ବିର ଏନଡିପିଏସ ଆକ୍ଟ ୧୯୮୫ ଅନୁସାରେ ସେମାନଙ୍କ ବିରୋଧରେ ମାମଲା ରୁଜୁକରି କୋର୍ଟ ଚାଲାଣ କରା ଯାଇଥିବା ସିନାପାଲି ଅବକାରୀ ଅଧିକାରୀ ସିଦ୍ଧାନ୍ତ ପାତ୍ର କହିଛନ୍ତି l
Recent Comments