ସୁବର୍ଣ୍ଣପୁର/୨୧/୦୯/୨୦୨୫/(ଆଧାର ମିଡ଼ିଆ)- ପୂର୍ବାହ୍ନ ୭.୦୦ ଘଟିକା ସମୟରେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟାଳୟ ସ୍ଥିତ ରୟାଲ ପଡିଆ ଠାରେ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନ ପ୍ରାୟ ୫୦୦(ପାଞ୍ଚଶହରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ସେବାପକ୍ଷ ପାଳନ ଉପଲକ୍ଷେ ନିଶାମୁକ୍ତ ଭାରତ ଗଠନପାଇଁ ଏକ ମାରାଥନ ବା ଗଣ ଦୌଡ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ,ରାଜସ୍ବ, ସୁବର୍ଣ୍ଣପୁର, ଶ୍ରୀ ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ, ସାଧାରଣ, ସୁବର୍ଣ୍ଣପୁର, ଶ୍ରୀମତି ଅଞ୍ଜଳିନା ପ୍ରଧାନ, ଜିଲ୍ଲା କ୍ରୀଡ଼ା ଅଧିକାରୀ,ସୁବର୍ଣ୍ଣପୁର, ଶ୍ରୀ ଚିତ୍ତରଞ୍ଜନ ମିଶ୍ର, ଜିଲ୍ଲା,ସଂସ୍କୃତି ଅଧିକାରୀ,ସୁବର୍ଣ୍ଣପୁର,ସୁଶ୍ରୀ ଯମୁନା ପ୍ରଧାନ, ସହକାରୀ ଜିଲ୍ଲାପାଳ, ନିଜାରତ ଶାଖା, ସୁବର୍ଣ୍ଣପୁର, ଶ୍ରୀ ସତ୍ୟବ୍ରତ ସାହୁ, ସହକାରୀ ଜିଲ୍ଲାପାଳ, ଜରୁରୀ ଶାଖା, ସୁବର୍ଣ୍ଣପୁର, ଶ୍ରୀ ସଂଗ୍ରାମ କେଶରୀ ଜେନା, ସହକାରୀ ଜିଲ୍ଲାପାଳ, ନ୍ୟାୟିକ ଶାଖା, ସୁବର୍ଣ୍ଣପୁର ଶ୍ରୀମତି ଜ୍ୟୋତିର୍ମୟୀ ମଲ୍ଲିକ,ଜିଲ୍ଲା ପଞ୍ଚାୟତ ଅଧିକାରୀ ତଥା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ, ସୁବର୍ଣ୍ଣପୁର, ଶ୍ରୀ ଅର୍ଜୁନ ମାଝୀଙ୍କ ସମେତ ଅନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ଓ କର୍ମଚାରୀ ବୁନ୍ଦ, ସମସ୍ତ ଶିକ୍ଷାନୁଷ୍ଠାନ ର ଶିକ୍ଷକ ଶିକ୍ଷୟତ୍ରୀ, ଖେଳ ଶିକ୍ଷକ ସାମ୍ବାଦିକ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଯୁବ ମାରାଥନ ବା ଗଣ ଦୌଡ କୁ ଉପସ୍ଥିତ ଅତିରିକ୍ତ ଜିଲ୍ଲାପାଳ ଦ୍ୱୟ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଯୁବ ମାରାଥନ ବା ଯୁବ ଗଣଦୌଡ ସୋନପୁର ସହରସ୍ଥିତ ରୟାଲ ପଡ଼ିଆରୁ ଆରମ୍ଭ ହୋଇ ବ୍ଲକଛକ ଆମ୍ବେଦକର ଛକ,ନଳିନୀ ଛକ ଦେଇ ସୋନପୁର ଗାନ୍ଧୀ ଷ୍ଟାଡିୟମ୍ ପ୍ରାଙ୍ଗଣ ବା ପଡିଆ ଠାରେ ପହଞ୍ଚିଥିଲା।ସେଠାରେ ଗଣ ଦୌଡରେ ଅଂଶ ଗ୍ରହଣ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପିଇବା ଓ ଜଳଖିଆ ପ୍ରଦାନ କରାଯିବ ପରେ ଏହି ମାରାଥନ ବା ଗଣ ଦୌଡକୁ ସମାପ୍ତ ଘୋଷଣା କରାଯାଇଥିଲା।
Recent Comments