ସୁବର୍ଣ୍ଣପୁର/୨୨/୦୯/୨୫/(ଆଧାର ମିଡ଼ିଆ)-ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ଉଲୁଣ୍ଡା ପଞ୍ଚାୟତ ସମିତି ଅନ୍ତର୍ଗତ ଜଉଁରା ଭଉଁରା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖ ପ୍ରାଙ୍ଗଣ ଠାରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳ,ସୁବର୍ଣ୍ଣପୁର, ଡ.ନୃପରାଜ ସାହୁ ଓ ଉପ- ଆରକ୍ଷୀ ଅଧିକ୍ଷକ, ସୁବର୍ଣ୍ଣପୁର ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗ ଦାନ କରି ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଓ ସମସ୍ୟା ନିହିତ ସର୍ବମୋଟ ୮୪ ( ଚଉରାଅଶି) ଗୋଟି ପଞ୍ଜିକୃତ ଅଭିଯୋଗ ଦରଖାସ୍ତ ଗ୍ରହଣ କରିଥିଲେ। ତନ୍ମଧ୍ୟରୁ ୫୧ ( ଏକାବନ) ଗୋଟି ଦରଖାସ୍ତ ବ୍ୟକ୍ତିଗତ ଦରଖାସ୍ତ ଗ୍ରହଣ ବକରାଯାଇଥିଲା। ସମସ୍ତ ସାମୁହିକ ଓ ବ୍ୟକ୍ତିଗତ ଅଭିଯୋଗ ଦରଖାସ୍ତ ଗୁଡିକୁ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ସମାଧାନ କରିବା ପାଇଁ ସମ୍ପୃକ୍ତ ବିଭାଗର ଅଧିକାରୀଙ୍କୁ ପ୍ରଦାନ କରାଯାଇଛି।
ବିଡ଼ିଓ ଉଲୁଣ୍ଡା ଶ୍ରୀ ଚିନ୍ମୟ କୁମାର ମହାନନ୍ଦଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଯୁଗ୍ମ ଅଭିଯୋଗ ଶୁଣାଣିରେ ଅତିରିକ୍ତ ଜିଲ୍ଲାପାଳ, ରାଜେନ୍ଦ୍ର ମାଝୀ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ,ଜିଲ୍ଲା ପରିଷଦ ଶ୍ରୀ ଅଶ୍ୱିନୀ କୁମାର ମେହେର,ଉପ - ଜିଲ୍ଲାପାଳ, ଶ୍ରୀମତି ସୌମ୍ୟାରୂପା ରଥଙ୍କ ସମେତ ତହସିଲଦାର,ଉଲୁଣ୍ଡା, ସୁଶ୍ରୀ ମମତା ମେହେର,ଜଉଁରା ଭଉଁରା ସରପଞ୍ଚ, ଗ୍ରାମ ପଞ୍ଚାୟତ,ଶ୍ରୀମତି ସୁନୀତା ସୀଙ୍ଗରା ତଥା ବିଭିନ୍ନ ଜିଲ୍ଳା ସ୍ତରୀୟ ଅଧିକାରୀ,ତହସିଲ ଓ ବ୍ଲକ ସ୍ତରୀୟ ଅଧିକାରୀ କର୍ମଚାରୀ ଙ୍କ ସମେତ ସାମ୍ବାଦିକ ପ୍ରମୁଖ ଯୋଗଦାନ କରିଥିଲେ।
ଏହି ଅବସରରେ ଜଉଁରା ଭଉଁରା ଗ୍ରାମ ପଞ୍ଚାୟତର ଅନ୍ତର୍ଗତ ବିଭିନ୍ନ ଗ୍ରାମର ଭିନ୍ନକ୍ଷମ ବ୍ୟକ୍ତି ଲାଇବାନ ବାଘ, ଯଜ୍ଞ ଭୁଏ ଓ ଫିଦିଁଙ୍ଗ ପାଢ଼ୀଙ୍କୁ ହ୍ବିଲ ଚେୟାର ଜିଲ୍ଲାପାଳ, ସୁବର୍ଣ୍ଣପୁର,ଡ଼ ନୃପରାଜ ସାହୁଙ୍କୁ ଦ୍ଵାରା ପ୍ରଦାନ କରାଯାଇଥିଲା।ଏତଦବ୍ୟତୀତ ଜଉଁରା ଭଉଁରା ଗ୍ରାମ ପଞ୍ଚାୟତର ପାଞ୍ଚଜଣ ଯୋଗ୍ୟ ହିତାଧିକାରୀ ସୁକାନ୍ତି କୁମ୍ଭାର,ଜାନକୀ ପଟେଲ,ବାସନ୍ତୀ ମଲ୍ଲିକ,ସୁରେଶ ମହାପାତ୍ର ଓ ଜଗନ୍ନାଥ ହରପାଳଙ୍କୁ ଜିଲ୍ଲାପାଳ ସୁବର୍ଣ୍ଣପୁରଙ୍କ ଦ୍ଵାରା ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ପ୍ରଦାନ କରାଯାଇଥିଲା
Recent Comments