logo
add image
ଗୋଷ୍ଠୀ ସହାୟିକା କର୍ମୀଙ୍କ ସ୍ଥାୟୀନିଯୁକ୍ତି ଓ ଦରମା ବୃଦ୍ଧି ଦାବିରେ ଗଣଧାରଣା ।

ଗୋଷ୍ଠୀ ସହାୟିକା କର୍ମୀଙ୍କ ସ୍ଥାୟୀନିଯୁକ୍ତି ଓ ଦରମା ବୃଦ୍ଧି ଦାବିରେ ଗଣଧାରଣା ।

କଣିହାଁ/୨୨/0୯/୨0୨୫/(ଆଧାର ମିଡ଼ିଆ/ରିପୋର୍ଟ ଟୁନା ସାହୁ)//ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ କାର୍ଯ୍ୟାଳୟ ସ୍ଥିତ ରାଜୀବ ଭବନ ସାମ୍ନାରେ ସମବାର ଧାରଣାରେ ବସିଲେ ଶତାଧିକ ମିଶନଶକ୍ତି ଗୋଷ୍ଠୀ ସହାୟିକା କର୍ମୀ l ସ୍ଥାୟୀ ନିଯୁକ୍ତି ଓ ଦରମା ବୃଦ୍ଧି ଦାବି ବ୍ୟାଙ୍କ ଏକାଉଣ୍ଟ ମାଧ୍ୟମରେ ଦରମା,ପରିଚୟ ପତ୍ର ବିଭିନ୍ନ ଦାବିରେ ଧାରଣା ଦେଇଛନ୍ତି ,କଣିହାଁ ବ୍ଲକର ବିଭିନ୍ନ ପଞ୍ଚାୟତରେ କାର୍ଯ୍ୟ କରୁଥିବା ଗୋଷ୍ଠୀ ସହାୟିକା କର୍ମୀ l ପୂର୍ବ ସରକାର ସମୟରେ ଏହି ଗୋଷ୍ଠୀ ସହାୟିକା କର୍ମୀ ମାନଙ୍କୁ ନିଯୁକ୍ତ କରାଯାଇ ଥିବା ବେଳେ ସେମାନେ ପଞ୍ଚାୟତ ଓ ବ୍ଲକ ସ୍ତରରେ ମିଶନଶକ୍ତି ବିଭାଗରେ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ଥିଲେ l କିନ୍ତୁ ବର୍ତମାନ ସେମାନଙ୍କୁ କାର୍ଯ୍ୟ ଆଧାରରେ ଦରମା ଦିଆଯାଉଥିବା ବେଳେ ତାହା ପରିଶ୍ରମ ଅନୁସାରେ ବହୁତ କମ ଦରମା ମିଳୁଛି l ପୂର୍ବରୁ ସେମାନେ ନିର୍ଦିଷ୍ଟ ଦରମା ପାଉଥିବା ବେଳେ ବର୍ତମାନ ଯେତିକି ପରିଶ୍ରମ ଅନୁସାରେ ଅତି ନଗଣ୍ୟ ବେତନ ସରକାରଙ୍କ ତରଫ ରୁ ପ୍ରଦାନ କରାଯାଉଛି l ଯାହାକୁ ନେଇ ଶତାଧିକ ଗୋଷ୍ଠୀ ସହାୟିକା କର୍ମୀମାନେ ସରକାରଙ୍କ ବିରୋଧରେ ନାରାବାଜି କରିବା ସହ ସେମାନଙ୍କ ସ୍ଥାୟୀନିଯୁକ୍ତି ଓ ଦରମା ବୃଦ୍ଧିନେଇ ପ୍ରତିବାଦ କରିବା ସହ ଗଣ ଧାରଣା ଦେଇଛନ୍ତି l
ଏହି ଗଣ ଧାରଣାରେ ଏମବିକେ,ସିଆରପି,ବ୍ୟାଙ୍କ ମିତ୍ର, ପ୍ରାଣୀ ମିତ୍ର,କୃଷି ମିତ୍ର କାର୍ଯ୍ୟରତ ବ୍ଲକର ୨୭୦ ଜଣ ଗଣ ଧାରଣାରେ  ନେତୃତ୍ୱରେ ଅନିର୍ଦ୍ଦିଷ୍ଟ କାଳପର୍ଯ୍ୟନ୍ତ ଗଣ ଧାରଣାରେ ବସିବା ପାଇଁ ନିଜ ଜିଦରେ ଅଟଳ ରହିଛନ୍ତି ।ଗତ ଶନିବାର ଦିନ ବ୍ଲକରେ ମହିଳା ଗୋଷ୍ଠୀ ସହାୟକ ସଂଘ ତରଫରୁ ଜ୍ୟୋତ୍ରୀମୟ ନାୟକ,ରୁବିସାହୁ,ବନୋଜା ପାଳଙ୍କ ନେତୃତ୍ୱରେ ଏକ ସ୍ମାରକପତ୍ର କଣିହାଁ ବିଡ଼ିଓ,ତହସିଲଦାର,ଆଇଆଇସି,ବିପିସି,ବିପିଏମଙ୍କୁ ବିଭିନ୍ନ ଦାବୀନେଇ ଦିଆଯାଇଥିଲା ।ଆଜି ଗଣ ଧାରଣା ସ୍ଥଳକୁ ପ୍ରଶାସନିକ କୌଣସି ଅଧିକାରୀ ଆସିନଥିବା ସଂଘ ତରଫରୁ କ୍ଷୋଭ ପ୍ରକାଶ କରିଥିଲେ ।

Recent Comments

Leave Comments

Top