logo
add image
ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ବ୍ଲକରେ ସାଂସ୍କୃତିକ ପ୍ରକୋଷ୍ଠ ତରଫରୁ ସେବାପକ୍ଷ ସଚେତନତା କାର୍ଯ୍ୟକ୍ରମ l

ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ବ୍ଲକରେ ସାଂସ୍କୃତିକ ପ୍ରକୋଷ୍ଠ ତରଫରୁ ସେବାପକ୍ଷ ସଚେତନତା କାର୍ଯ୍ୟକ୍ରମ l

ବୋଲଗଡ/୨୨/୯/୨୦୨୫/(ଆଧାର ମିଡ଼ିଆ//ପ୍ରସନ୍ନକୁମାର ସ୍ବାଇଁ)-ଖୋର୍ଦ୍ଧା ଜିଲ୍ଲା ବି.ଜେ.ପି ସାଂସ୍କୃତିକ ପ୍ରକୋଷ୍ଠ ତରଫରୁ ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ୭୫ ତମ ଜନ୍ମଦିନ ଅବସରରେ ଓଡିଶାର ସମ୍ନାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ଆଦର୍ଶରେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ବ୍ଲକର ଗ୍ରାମଗୁଡ଼ିକ ମାନଙ୍କରେ ସେବାପକ୍ଷ ପାଳନ କରାଯାଇଛି । ପୂର୍ବରୁ ଏହି ପରିପେକ୍ଷୀରେ ପ୍ରସ୍ତୁତି ବୈଠକ ସହିତ ସାଧାରଣ ସଭା ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ସଂଯୋଜକ ଡ଼.ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ ମେଘମହ୍ଲାର ସାଂସ୍କୃତିକ ଦଳ ତରଫରୁ କିଶୋରୀ ବାଳିକାଙ୍କ ସ୍ୱାସ୍ଥ୍ୟ ଭିତ୍ତିକ ଜନସଚେତନତା କାର୍ଯ୍ୟକ୍ରମ ଗାଁ ଗାଁରେ ପ୍ରଚାର ଓ ପ୍ରସାର କରାଯାଇଥିଲା ।
ଅନୁଷ୍ଠାନର କଳାକାର ଗଙ୍ଗାଧର ମହାପାତ୍ର,ଗୋପୀନାଥ ମହାପାତ୍ର,ଓମ ପ୍ରକାଶ ମହାଦେବ ସମେତଙ୍କ ସହଯୋଗରେ ପ୍ରସାରିତ କରାଯାଇଥିଲା ।ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ସେପ୍ଟେମ୍ବର ୧୭ ତାରିଖ ଅବସରରେ ପ୍ରକୋଷ୍ଠ ତରଫରୁ ବିଭିନ୍ନ ଜାଗାରେ ଜନ ସଚେତନତା କାର୍ଯ୍ୟକ୍ରମ,ସଫେଇ କାର୍ଯ୍ୟକ୍ରମ,ବୃକ୍ଷରୋପଣ କାର୍ଯ୍ୟକ୍ରମ ଓ ମାଗଣା ସ୍ୱାସ୍ଥ୍ୟ ସେବା ଓ ଔଷଧ ବଣ୍ଟନ କାର୍ଯ୍ୟକ୍ରମ ମାନ କରାଯାଇଥିଲା ।ଏଥିରେ ଜିଲ୍ଲା ଓ ବ୍ଲକର ସମସ୍ତ କଳାକାର ଓ ସଂଯୋଜକ ମାନେ ସାମିଲ ହୋଇ ସହଯୋଗ କରିବେ ବୋଲି ଡ଼. ବେହେରା ମତ ରଖିଛନ୍ତି । ରାଜ୍ୟ ବି.ଜେ.ପି ସାଂସ୍କୃତିକ ପ୍ରକୋଷ୍ଠର ସଂଯୋଜିକା ଶ୍ରୀମତୀ ପିଙ୍କି ପ୍ରଧାନଙ୍କ ସହ ସଂଯୋଜକ ଶ୍ରୀଯୁକ୍ତ କୃତିବାସ ରଥ ଓ  ଭାରତୀୟ ଜନତାପାର୍ଟିର ପ୍ରମୁଖ ନେତୃବୃନ୍ଦଙ୍କ ସହଯୋଗରେ ରାଜ୍ୟରେ ଏହି ସେବାପକ୍ଷ ପାଳନ କରାଯାଉଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ଏଥିରେ ପ୍ରମୁଖ ସ୍ଥାନ ନେବବୋଲି ଡ଼.ବେହେରା ଆଶା ରଖିଛନ୍ତି । 

 

Recent Comments

Leave Comments

Top