logo
add image
ତାଇକ୍ୱାଣ୍ଡୋ ରାଷ୍ଟ୍ରୀୟ ଚାମ୍ପିଅନସିପ ପ୍ରତିଯୋଗିତାରେ ବଡବିଲର ୨ଜଣ କାଂସ୍ୟପଦକ ହାସଲ.

ତାଇକ୍ୱାଣ୍ଡୋ ରାଷ୍ଟ୍ରୀୟ ଚାମ୍ପିଅନସିପ ପ୍ରତିଯୋଗିତାରେ ବଡବିଲର ୨ଜଣ କାଂସ୍ୟପଦକ ହାସଲ.

ବଲାଣି/ବଡବିଲ/୨୨/୯/୨୫/(ଆଧାର ମିଡ଼ିଆ//ରିପୋର୍ଟ-ରାଜେନ୍ଦ୍ର ନନ୍ଦ)-କେନ୍ଦୁଝର ଜିଲ୍ଲା ବଡବିଲ ତାଇକ୍ଵାଣ୍ଡୋ ଆସୋସିଏସନ୍ ରୁ ପ୍ରଶିକ୍ଷଣ ପ୍ରାପ୍ତ କରିଥିବା ଛାତ୍ରୀ ବର୍ଷା ପ୍ରିୟଦର୍ଶିନୀ ମହାପାତ୍ର ଓ ଅନନ୍ୟା ଓରାମ ମହାରାଷ୍ଟ୍ରର ଜଳ ଗାଆଁରେ ଆୟୋଜିତ ସିଆଇ ଏସ ସିଇ ତାଇକ୍ୱାଣ୍ଡୋ ରାଷ୍ଟ୍ରୀୟ ଚାମ୍ପିଅନସିପ  ପ୍ରତିଯୋଗିତା ୨୦୨୫ରେ ଉତ୍ତମ ପ୍ରଦର୍ଶନ କରି କାଂସ୍ୟପଦକ ହାସଲ କରି ବଡବିଲ ସହରର ନାମ ପ୍ରଶଂସା କରିଥିବାର ଜଣାପଡିଛି l  ଏହି ପ୍ରତିଯୋଗିତାରେ ଦେଶର ୧୧ ଟି ବିଭିନ୍ନ ରାଜ୍ୟର ମୋଟ ୯୫୭ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ l ଓଡ଼ିଶା ରାଜ୍ୟର ୧୧ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିବା ବେଳେ ଓଡ଼ିଶାର ମୋଟ ୭ଜଣ ପଦକ ହାସଲ କରିପାରିଥିଲେ l କେନ୍ଦୁଝର ଜିଲ୍ଲାର ୫ ଜଣ ପ୍ରତିଯୋଗୀ ପଦକ ହାସଲ କରିଥିବା ବେଳେ ଏମାନଙ୍କ ମଧ୍ୟରୁ ବଡବିଲ ସହରର ୨ ଜଣ ପ୍ରତିଯୋଗୀ ଉତ୍ତମ ପ୍ରଦର୍ଶନ କରି କାଂସ୍ୟ ପଦକ ହାସଲ କରିଥିବାର ଜଣା ପଡ଼ିଛି l ଏହି ପ୍ରତିଯୋଗି ତାରେ ଅଂଶଗ୍ରହଣ କରିଥିବା ପ୍ରତିଯୋଗୀଙ୍କ ପ୍ରତିଭାକୁ ଦେଖି ଅଭିଭାବକ ମାନେ ବଡ଼ବିଲ ତାଇକାଣ୍ଡୋ ଆସୋସିଏସନର କୋଚ ଶ୍ରୀ କାର୍ତ୍ତିକ ବେହେରାଙ୍କୁ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଥିଲେ l

Recent Comments

Leave Comments

Top