logo
add image
ସୋନପୁର କଲେଜକୁ ସରକାରୀ ମାନ୍ୟତା ନେଇ ବିଭିନ୍ନ ମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନା

ସୋନପୁର କଲେଜକୁ ସରକାରୀ ମାନ୍ୟତା ନେଇ ବିଭିନ୍ନ ମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନା

ସୁବର୍ଣ୍ଣପୁର/୨୩/୦୯/୨୦୨୫/(ଆଧାର ମିଡ଼ିଆ)-ଆଜି ସୋନପୁର ମହାବିଦ୍ୟାଳୟ ଆଲୁମିନୀ ଏସୋସିଏସନ୍ (ପୂରାତନ ଛାତ୍ର ସଂଘ) ର ଏକ ପ୍ରତିନିଧି ଦଳ ଭୁବନେଶ୍ୱର ଗସ୍ତ କରିବା ସହ ବିଭିନ୍ନ ମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି l ସଂଘ ପକ୍ଷରୁ କଲେଜରେ ଲାଗି ରହିଥିବା ବିଭିନ୍ନ ସମସ୍ୟା ତଥା କଲେଜକୁ ସରକାରୀ ମାନ୍ୟତା ପ୍ରଦାନପାଇଁ ବୀରମହାରାଜପୁର ବିଧାୟକ ଇଂ ରଘୁନାଥ ଜଗଦଲାଙ୍କ ନେତୃତ୍ବରେ ଉପ ମୂଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓଙ୍କ ସହ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି l 
ସଂଘପକ୍ଷରୁ କଲେଜରେ ପିଜି ପାଠ୍ୟକ୍ରମ ଆରମ୍ଭ,ଏକ ଅଡିଟରିୟମ ନିର୍ମାଣ, ଛାତ୍ରୀ ନିବାସ, ଛାତ୍ର ନିବାସ ନିର୍ମାଣ ସହ କଲେଜ କୁ ସରକାରୀ ମାନ୍ୟତା ପ୍ରଦାନ ପାଇଁ ମନ୍ତ୍ରୀଙ୍କୁ ଦାବୀପତ୍ର ମନ୍ତ୍ରୀଙ୍କ କାର୍ଯ୍ୟାଳୟ ସଚିବାଳୟ ଠାରେ ପ୍ରଦାନ କରାଯାଇଥିଲା l ଉଚ୍ଚ ଶିକ୍ଷାମନ୍ତ୍ରୀ ଏବଂ ଗଣଶିକ୍ଷା ମନ୍ତ୍ରୀ କଲେଜର ଭିତ୍ତିଭୂମିର ବିକାଶ ପାଇଁ ପିଜି ପାଠ୍ୟକ୍ରମ ଆରମ୍ଭ ସହ ଛାତ୍ରଛାତ୍ରୀ ହଷ୍ଟେଲ ଏବଂ ଅଡିଟରିୟମ ନିର୍ମାଣ ପାଇଁ ପୂର୍ଣ୍ଣ ସହମତି ପ୍ରଦାନ କରିଥିବା ବେଳେ ସରକାରୀ ମାନ୍ୟତା ପାଇଁ ଯୋଗ୍ୟତା ଭିତ୍ତିରେ ସରକାର ସହୃଦୟତା ର ସହ ବିଚାର କରିବେ ବୋଲି ଦୃଢ଼ ପ୍ରତିଶ୍ରୁତି ଦେଇଛନ୍ତି l ଏହି ଅବସରରେ ସଂଘ୍ ପକ୍ଷରୁ ସ୍ଥାନୀୟ ବିଧାୟକ ନିରଞ୍ଜନ ପୁଝାରୀ ଙ୍କ ସହ ମଧ୍ଯ ସାକ୍ଷାତ ଆଲୋଚନା ହୋଇଥିଲା l ଆଲୁମିନୀ ସଂଘ ର ସଭାପତି ଡ. ପ୍ରଫୁଲ୍ଲ ରଥ ଙ୍କ ନେତୃତ୍ବରେ ଉପସଭାପତି ଗତିକୃଷ ମିଶ୍ର, ସମ୍ପାଦକ ଭାରତ ଭୂଷଣ ମିଶ୍ର, ଆବାହକ ସୁଦାମ ଚରଣ ମିଶ୍ର, କୋଷାଧ୍ୟକ୍ଷ ବିଶ୍ବ ରଞ୍ଜନ ପୂଜାରୀ, ଘନଶ୍ୟାମ ପାଣିଗ୍ରାହୀ,ଶ୍ରୀଧର ବାଗ, ସୁଧୀର କୁମାର ପଣ୍ଡା, ରାଜ କିଶୋର ତ୍ରିପାଠୀ,ଦୀପକ କୁମାର ମହାପାତ୍ର ପ୍ରମୁଖ ସାମିଲ ଥିଲେ l

Recent Comments

Leave Comments

Top