logo
add image
ବିଦ୍ୟୁତତାର ଲାଗି ଯୁବକମୃତ-ଗଛ ଉପରେଚଢି ଛତୁସଂଗ୍ରହ ହେଲାକାଳ

ବିଦ୍ୟୁତତାର ଲାଗି ଯୁବକମୃତ-ଗଛ ଉପରେଚଢି ଛତୁସଂଗ୍ରହ ହେଲାକାଳ

ଜମନକିରା/୨୫/୯/୨୦୨୫/(ଆଧାର ମିଡ଼ିଆ): ଜମନକିରା ଥାନାଞ୍ଚଳ ଟିକିବା ପଂଚାୟତ ରାଙ୍କିବାହାଲ୍ ଗାଁରେ ଜିଅନ୍ତା ବିଦ୍ୟୁତ୍ ତାର ଲାଗି ଅର୍ଡାପାଲ୍ ଗାଁର ନୀଳମଣି ଦେଜ୍ଞା (୨୪) ଡାକ ନାଁ (ବାବାର) ମୃତ୍ୟୁ ଘଟିଛି। ଗୁରୁବାର ଅପରାହ୍ନ ୫ ଟା ୩୦ରେ ଫାଶୀମାଲ୍ ପଂଚାୟତର ମହିଡେରା ଶ୍ୱଶୁର ଘରକୁ ପତିପତ୍ନୀ ଯାଉଥିବା ବେଳେ ଏହି ଘଟଣା ଘଟିଛି। ରାଙ୍କିବାହାଲ୍ ଗାଁ ବୁଲାଣିରେ ଏକ ପୁରୁଣା ଶୁଷ୍କ ଆମ୍ବଗଛ ଉପରେ ଆମ୍ବଛତୁ ଫୁଟିଥିବା ବେଳେ ବାବା ଆମ୍ବଗଛ ଉପରକୁ ଛତୁସଂଗ୍ରହ ପାଇଁ ଚଢ଼ିଥିଲେ। ତେବେ ଶୁଷ୍କ ଆମ୍ବଗଛ ଉପର ଦେଇ ଯାଇଥିବା ୧୧ କେଭି ଜିଅନ୍ତା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆଘାତ ହେବାରୁ ବେହୋସ୍ ହୋଇ ତଳେ ପଡିଥିଲେ । ତାର ଗର୍ଭବତୀ ପତ୍ନୀ ବର୍ଷା ପାଟିକରି ଗାଁ ଲୋକଙ୍କୁ ଡାକିଥିଲେ। ପରେ ସୂଚନା ପାଇ ଜମନକିରା ପୁଲିସ୍ ଘଟଣା ସ୍ଥଳକୁ ପହଂଚି ପାରିପାର୍ଶ୍ବିକ ସ୍ଥିତି ଅନୁଧ୍ୟାନ ଓ ତଦନ୍ତ ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ତାକୁ ଚିକିତ୍ସା ପାଇଁ କୁଚିଣ୍ଡା ପଠାଯାଇଥିଲା। ସେଠାରେ ଡାକ୍ତର ତାକୁ ମୃତଘୋଷଣା କରିଥିଲେ। ବହୁବର୍ଷ ହେଲା ମୃତନୀଳମଣି ବାପାଙ୍କୁ ହରାଇଥିବା ବେଳେ ବିଧବା ମା' ସେହି ଗାଁର ଜଣେ ବିବାହିତ ବ୍ୟକ୍ତିଙ୍କୁ ପ୍ରେମକରି ଫେରାର ହୋଇଥିଲା। ଏବେ ଘରେ ମୃତ ନୀଳମଣିର ୪ ମାସର ଗର୍ଭବତୀ ବିଧବା ପତ୍ନୀ ବର୍ଷା ଏକୁଟିଆ ରହିଛନ୍ତି।

Recent Comments

Leave Comments

Top