କଣିହାଁ,୨୨/୧୧/୨୦୨୪(ଆଧାର ମିଡ଼ିଆ)ଏନଟିପିସି କଣିହାଁ ଗୁରୁବାର ରାତି ୧୧ ଟା ସମୟରେ ଏନଟିପିସି ଷ୍ଟେଜ ଟୁ ଆସପଣ୍ଡ ଫିଲଟର ବନ୍ଧ ପମ୍ପ ହାଉସ କଣରୁ ପିକପ ଭ୍ୟାନ,ଓଡି ୩୫ ଏଫ ୯୬୭୯ ପିକପ ଭ୍ୟାନ ଗାଡି ଦ୍ୱାରା ୩0 ମିଟର ପାଇପି ଯାହାର ମୂଲ୍ୟ ଆନୁମାନିକ ୧ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ,ଦୃବୁତ ମନେ ତାଳଚେର ଅଞ୍ଚଳର ଏହି ପିକପ ଗାଡ଼ିରେ ଏନଟିପିସି ଆସପଣ୍ଡରୁ ମୂଲ୍ୟବାନ ପାଇପି ଚୁରି କରି ଗାଡ଼ିରେ ନେଇ ଯାଉଥିବା ବେଳେ,ଗାଡିଟି ଭାରସ୍ୟାମ ହରାଇ ସେହି ଆସପଣ୍ଡ ଠାରେ ଉଲଟି ପଡିଥିଲା, ଫଳରେ ଦୁର୍ବୁତ୍ତ ମାନେ ଘଟଣା ସ୍ଥଳରୁ ଫେରା ହୋଇ ଯାଇଥିଲେ, ଏନଟିପିସି କତୃପକ୍ଷ ଙ୍କ ଠାରୁ ଖବର ପାଇ ଡେରଙ୍ଗ ଫାହାଣ୍ଡି ଅଧିକାରୀ ଘଟଣା ସ୍ଥଳରେ ପହଂଚି ସମ୍ପୃକ୍ତ ପିକପ ଭ୍ୟାନ ଗାଡିକୁ ଜବତ କରି ଅନ୍ୟ ଏକ ଗାଡିସାହାଯ୍ୟରେ ଉଲଟି ଥିବା ଗାଡିକୁ କଣିହାଁ ଥାନାକୁ ନେଇଥିବା ବେଳେ,ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ଥାନା ସୂତ୍ରରୁ ଜଣାଯାଇଛି,ପ୍ରକାଶ ଯେ,ଏନଟିପିସି ଆସପଣ୍ଡ ରୁ ଏହିଭଳି ଭାବେ ବର୍ଷ ତମାମ ପାଇପି,ଚୁର ମାନଙ୍କର ଆଡା ସ୍ଥଳି ପାଲଟିଥିବା ବେଳେ,ଲକ୍ଷ ଲକ୍ଷ ତାଙ୍କର ଜାତୀୟ ସମ୍ପତି ହରି ଲୋଟ ହୋଇ ଥାଏ,ଏଠି ଯେଉଁ ଭଳି,ଅରକ୍ଷୀତକୁ ଦଇବ ସାହା ଭଳି,ଏହି ଜାତୀୟ ସମ୍ପତିକୁ ଏନଟିପିସିର ଆସପଣ୍ଡ ଦାଇତ୍ୱରେ ଥିବା ବଡ ପଣ୍ଡ ବାବୁମାନଙ୍କର ଦାଇତ୍ୱ ହୀନତା କାର୍ଯ୍ୟସତଳେ ଏହିଭଳି ପରିସ୍ଥିତି ସୃଷ୍ଟି ହୋଇ ଚୁରି ମାତ୍ରା ବଢୁଥିବା ବୁଦ୍ଧିଯିବି ସୂତ୍ରରୁ ଜଣାଯାଇଛି,ବୁଦ୍ଧି ଯିବିଙ୍କ ସୂତ୍ରରୁ ପ୍ରକାଶ ଯେ ଆସପଣ୍ଡରୁ ଚୁରି ମାତ୍ରା ଏଭଳି ଭାବେ ବଢ଼ି ଯାଇଛି ଯେ ବିଗତ ପାଞ୍ଚ ବର୍ଷ ମଧ୍ୟରେ ଆନୁମାନିଙ୍କ ୧ କୋଟି ଟଙ୍କାରୁ ଉର୍ଦ୍ଧ ପାଇପି ଚୁରି ହୋଇ ଥିବା ଜଣାପଡିଛି।
Recent Comments