logo
add image
ପୋଖରୀରେ ବୁଡି ନାବାଳକ ମୃତ।

ପୋଖରୀରେ ବୁଡି ନାବାଳକ ମୃତ।

ଖୋର୍ଦ୍ଧା,୧୫/୧୨/୨୦୨୪(ଆଧାର ମିଡ଼ିଆ//ରିପୋର୍ଟ-ପ୍ରସନ୍ନ କୁମାର ସ୍ବାଇଁ)ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଫାସୀଓଦା ପଞ୍ଚାୟତ ଟାଙ୍ଗୀସାହି ଗ୍ରାମରେ ପୋଖରୀରେ ବୁଡି ଜଣେ ନାବାଳକର ମୃତ୍ୟୁ ହୋଇଥିବା ଜଣାପଡିଛି।ମୃତ ନାବାଳକ ଜଣକ ହେଲେ ସେହି ଗ୍ରାମର କବିରାଜ ବିଶ୍ୱାଳଙ୍କ ପୁତ୍ର ଅନିବେଶ ବିଶ୍ୱାଳ (୧୦)ବର୍ଷ।ସେ ବାଡ଼ିପଟେ ଥିବା ନୂଆ ପୋଖରୀକୁ ଶୌଚ ପାଇଁ ଯାଇଥିବାବେଲେ ଗୋଡ଼ ଖସିଯିବାରୁ ପାଣିରେ ବୁଡି ଯାଇଥିଲା।ବହୁ ସମୟ ଧରି ନଫେରିବାରୁ ପରିବାର ଲୋକ ଖୋଜାଖୋଜି କରିଥିଲେ।ତେବେ ସନ୍ଦେହ ହେବାରୁ ଶୌଚ ପାଇଁ ଯାଇଥିବା ବାଡି ପଟ ପୋଖରୀରୁ ଉଦ୍ଧାର କରିଥିଲେ।ଉଦ୍ଧାର ହେବା ପରେ ତୁରନ୍ତ ବୋଲଗଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।ସେଠାରେ ଡାକ୍ତର ନାବାଳକକୁ ମୃତ ଘୋଷଣା କରିଥିଲେ।ଏହି ଘଟଣାକୁ ନେଇ ଗ୍ରାମରେ ଶୋକାକୁଳ ପରିବେଶ ଦେଖାଯାଇଥିଲା।


 

Recent Comments

Leave Comments

Top