logo
add image
ଦୀନଦୟାଳ ଉପାଧ୍ୟାୟଙ୍କ ଜନ୍ମଜୟନ୍ତୀ ଉପଲକ୍ଷ୍ୟରେ ବିଶେଷ କାର୍ଯ୍ୟକ୍ରମ

ଦୀନଦୟାଳ ଉପାଧ୍ୟାୟଙ୍କ ଜନ୍ମଜୟନ୍ତୀ ଉପଲକ୍ଷ୍ୟରେ ବିଶେଷ କାର୍ଯ୍ୟକ୍ରମ

ସମ୍ବଲପୁର/ରେଙ୍ଗାଲି/୨୫/୦୯/୨୦୨୫/(ଆଧାର ମିଡ଼ିଆ/ରିପୋର୍ଟ-ସୁନିଲ କୁମାର ନାଥ)-ଦୀନଦୟାଳ ଉପାଧ୍ୟାୟଙ୍କ ଜନ୍ମଜୟନ୍ତୀ ଉପଲକ୍ଷ୍ୟରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରେଙ୍ଗାଲିରେ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ମାଇ ଭାରତ,ସମ୍ବଲପୁର ଓ ସ୍ୱାଧୀନ ଏକତା ସଙ୍ଗଠନ,ରେଙ୍ଗାଲିଙ୍କ ସହଯୋଗରେ ସଂଗଠିତ କରାଗଲା। କାର୍ଯ୍ୟକ୍ରମ ସନ୍ଧ୍ୟା ୪ଟାରୁ ଆରମ୍ଭ ହୋଇଥିଲା।ଏହି କାର୍ଯ୍ୟକ୍ରମକୁ ସରୋଜ ବିଶୋଇ ଅତିଥି ସ୍ୱାଗତ ସହିତ ସଭା ପରିଚାଳନା କରି ଥିଲେ।ଏହି ଅବସ ରରେ ମୁଖ୍ୟଅତିଥି ଭାବେ VSS ITC ର ଅଧ୍ୟକ୍ଷ ଶ୍ରୀ ପଦ୍ମନାଭ ଭୋଇ ଉପସ୍ଥିତ ଥିଲେ।
ମୁଖ୍ୟ ଅଭିଭାଷକ ଭାବେ ଶ୍ରୀ ଜୟନାରାୟଣ ସାତପଥୀ ଦୁତିକା ସାହୁ କଲେଜ, ଲଇଡା ଓ ଶ୍ରୀ ଅନ୍ତର୍ୟାମୀ ପାଣି ଯୋଗଦେଇ ଥିଲେ।ସ୍ୱାଧୀନ ଏକତା ସଙ୍ଗଠନ ସଭାପତି ଶ୍ରୀ ରାଜୀବ କୁମାର ମିଶ୍ର ଏହି କାର୍ଯ୍ୟକ୍ରମରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଅଧ୍ୟାପକ ଶ୍ରୀ କରୁଣାକର ମଧ୍ୟ ଉପସ୍ଥିତ ଥିଲେ ଏବଂ ସମସ୍ତଙ୍କୁ ସ୍ବାଗତ କରି କାର୍ଯ୍ୟକ୍ରମ ସଫଳ ହେବାକୁ ଆଶୀର୍ବାଦ ଦେଲେ।ବକ୍ତାମାନେ ପଣ୍ଡିତ ଦୀନଦୟାଳଙ୍କ “ଏକାତ୍ମ ମାନବବାଦ” ଦର୍ଶନକୁ ପ୍ରଚାର କରିବା ଓ ସାମାଜିକ ମୂଲ୍ୟବୋଧ ସୃଷ୍ଟି କରିବାରେ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବ୍ୟକ୍ତ କରିଥିଲେ। ଶେଷରେ କାର୍ଯ୍ୟକାରିଣୀ ସଭାପତି ଶ୍ରୀ ପଦ୍ମନାଭ ଭୋଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ତାଙ୍କର ବକ୍ତବ୍ୟ ରେ ଶାନ୍ତ, ସରଳ,ସଂଯମତା ବା ଶୃଙ୍ଖଳିତ ରହିବା ପାଇଁ ମତ ବ୍ୟକ୍ତ କରିଥିଲେ l ଶ୍ରୀ ଲଲିତ କୁମାର ସାହୁ ଶ୍ରୀ ପ୍ରଦୀପ କୁମାର ମାଝି କାର୍ଯ୍ୟକ୍ରମ କୁ ସଫଳ କରିବାରେ ସହଯୋଗ କରିଥିଲେ

Recent Comments

Leave Comments

Top