logo
add image
ବେଆଇନ ବାଣ ଗୋଦାମରେ ଚଢ଼ାଉ-୩୦ଲକ୍ଷ ଟଙ୍କାର ବାଣଜବତ ଜଣେ ଗିରଫ

ବେଆଇନ ବାଣ ଗୋଦାମରେ ଚଢ଼ାଉ-୩୦ଲକ୍ଷ ଟଙ୍କାର ବାଣଜବତ ଜଣେ ଗିରଫ

ବାଲିଗୁଡା/୨୬/୦୯/୨୦୨୫/(ଆଧାର ମିଡ଼ିଆ//ସଞ୍ଜୟ କୁମାର ପାଣିଗ୍ରାହୀ)-କନ୍ଧମାଳ ଜିଲ୍ଲା ବାଲିଗୁଡା ପୋଲିସ ଗୁରୁବାର ରାତିରେ ଏକ ବେଆଇନ ବାଣ ଗୋଦାମରେ ଚଢ଼ାଉକରି ବ୍ୟାପକ ପରିମାଣର ବାଣ ଜବତ କରିଛନ୍ତି| ଏହାକୁ ନେଇ ଥାନା ପରିସରରେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ରାମେନ୍ଦ୍ର ପ୍ରସାଦ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି | ଡିଜିଙ୍କ ନିର୍ଦେଶ କ୍ରମେ ବାଲିଗୁଡା କଟାରି ସାହି ସ୍ଥିତ ତ୍ରିଲୋଚନ ପାତ୍ର (ଟିଲୁ) ଙ୍କ ଘରେ ଚଢ଼ାଉ କରି ତାଙ୍କଘର ପରିସରରେ ଥିବା ଏକ ଗୋଦାମ ଭିତରେ ଥିବା ୧୧୧ ପ୍ରକାରର ବିଭିନ୍ନ ରକମର ବାଣ ଦେଖିବାକୁ ପାଇଥିଲେ | ବାଣକୁ ଜବତ କରି ତିନୋଟି ପିକଅପ ଭ୍ୟାନରେ ଥାନାକୁ ଆଣିଥିଲେ | ଅସୁରକ୍ଷିତ ଭାବରେ ବିପୁଳ ପରିମାଣର ବିସ୍ଫୋରକ ଦ୍ରବ୍ୟ ରଖିବା ନାଗରିକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ। ଜବତ ହୋଇଥିବା ବାଣର ମୂଲ୍ୟ ଆନୁମାନିକ ୩୦ଲକ୍ଷ ଟଙ୍କା ହେବ ଏବଂ ବାଣ ବିକ୍ରି କରିବାପାଇଁ ଲାଇସେନ୍ସ ନଥିଲା ବୋଲି ପୋଲିସ ପ୍ରକାଶ କରିଛି l ଗିରଫ ହୋଇଥିବା ବ୍ୟକ୍ତି ତ୍ରିଲୋଚନ ପାତ୍ରଙ୍କୁ ବାଲିଗୁଡା ଥାନା କେଶ ନଂ.୨୯୮/୨୫, ୨୮୮ ବିଏନ୍ଏସ୍ ଆର.ଡବ୍ଲୁ. ଧାରା ୯ (ଖ) (୧) (ଖ) ବିସ୍ଫୋରକ ଆଇନ ଆର.ଡବ୍ଲୁ. ଧାରା ୫ ଓଡ଼ିଶା ବାଣ ଏବଂ ଲାଉଡ୍ ସ୍ପିକର (ନିୟନ୍ତ୍ରଣ) ଆଇନ, ୧୯୫୮ ଅନ୍ତର୍ଗତରେ  ଏକ ମାମଲା ରୁଜୁକରି କୋର୍ଟ ଚାଲାଣ କରିଥିବା ନେଇ ଉପଖଣ୍ଡ ଆରକ୍ଷୀ ଅଧିକାରୀ ରାମେନ୍ଦ୍ର ପ୍ରସାଦ ସୂଚନା ଦେଇଛନ୍ତି l

Recent Comments

Leave Comments

Top