ପୁରୀ/26./୯/୨୦୨୫/(ଆଧାର ମିଡ଼ିଆ)-ପୁରୀଜିଲ୍ଲା ପିପିଲିର ତହସିଲଦାରଙ୍କ କାର୍ଯ୍ୟାଳୟର ପୂର୍ବତନ ଜୁନିଅର କ୍ଲର୍କ ଏବଂ ରେକର୍ଡ କିପର (ଅବସରପ୍ରାପ୍ତ) ଶ୍ରୀ ପ୍ରତାପଚନ୍ଦ୍ର ମିଶ୍ର ଏକ ଲାଞ୍ଚ ମାମଲାରେ ଦଣ୍ଡିତ ହୋଇଛି. ଏକ ମ୍ୟୁଟେସନ୍ ମାମଲାରେ (ଜମିପଟ୍ଟା) ପ୍ରଦାନ ପାଇଁ ଅଭିଯୋଗ କାରୀଙ୍କଠାରୁ ଲାଞ୍ଚ ଦାବିକରିବା ଏବଂ ନେବାସମୟରେ ଭିଜିଲାନ୍ସ ହାତରେ ଧରା ପଡିଥିଲେ.ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଦଫା ୧୩(୨) r/w ୧୩(୧)(ଡି)/୭ ପିସି ଆକ୍ଟ, ୧୯୮୮ ଅନ୍ତର୍ଗତ ଏକ ମାମଲାରେ ଚାର୍ଜସିଟ୍ କରାଯାଇଥିଲା, ମାନ୍ୟବର ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସ, ଭୁବନେଶ୍ୱର ଦ୍ୱାରା ଦୋଷୀ ସାବ୍ୟସ୍ତ କରାଯାଇ ୩ବର୍ଷ ପାଇଁ ସଶ୍ରମ କାରାଦଣ୍ଡ ଏବଂ ଜରିମାନା ଦଣ୍ଡିତ କରାଇ ଅଛନ୍ତି।
Recent Comments