logo
add image
ସୁବର୍ଣ୍ଣପୁର ଜିଲ୍ଲାର ଦିବ୍ୟାଙ୍ଗ ଝିଅ ସୁଶ୍ରୀ ସ୍ମୃତିଶିଖା ଭୋଇ ପ୍ରଶାସନିକ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ

ସୁବର୍ଣ୍ଣପୁର ଜିଲ୍ଲାର ଦିବ୍ୟାଙ୍ଗ ଝିଅ ସୁଶ୍ରୀ ସ୍ମୃତିଶିଖା ଭୋଇ ପ୍ରଶାସନିକ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ

ସୁବର୍ଣ୍ଣପୁର/୨୭/୦୯/୨୦୨୫/(ଆଧାର ମିଡ଼ିଆ)-ଗତକାଲି ପ୍ରକାଶିତ ହୋଇଥିବା ଓଡ଼ିଶା ସାଧାରଣ ପ୍ରଶାସନିକ ସେବା ପରୀ କ୍ଷାରେ ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ଗଜବନ୍ଧ ଗ୍ରାମର ତଥା ବର୍ତ୍ତମାନ ସୋନପୁର ନିବାସୀ ଦିବ୍ୟାଙ୍ଗଝିଅ ସୁଶ୍ରୀ ସ୍ମୃତିଶିଖା ଭୋଇ ଉତ୍ତୀର୍ଣ୍ଣ ହୋଇ କୃତିତ୍ଵ ଓ ସଫଳତା ହାସଲ କରି ସୁବର୍ଣ୍ଣପୁର ଜିଲ୍ଲାପାଇଁ ଗୌରବ ଆଣିଛନ୍ତି। ସେ ଜଣେ ଦୃଷ୍ଟିବାଧିତ ଦିବ୍ୟାଙ୍ଗ ଅଟନ୍ତି। ଦୃଷ୍ଟିବାଧିତ ଭିନ୍ନକ୍ଷମତା ସତ୍ତ୍ୱେ ତାଙ୍କର କଠିନ ପରିଶ୍ରମ,ଅକ୍ଲାନ୍ତ ଉଦ୍ୟମ ଓ କଠୋର ମନୋବଳ ଯୋଗୁଁ ଓଡିଶା ଲୋକସେବା ଆୟୋଗ ଦ୍ଵାରା ପରିଚାଳିତ ଓଡିଶା ସାଧାରଣ ପ୍ରଶାସନିକ ସେବା ପରୀକ୍ଷାରେ ୩୩୫ ନମ୍ବର ରାଙ୍କରେ କୃତିତ୍ଵର ସହିତ ଉତ୍ତିର୍ଣ୍ଣ ହୋଇ ସଫଳତା ହାସଲ କରି ସୁବର୍ଣ୍ଣପୁର ଜିଲ୍ଲାର ଗୌରବ ଆଣିଛନ୍ତି।
ଏହିଖବର ପାଇବାପରେ ଆଜି ୨୭.୦୯.୩୦୨୫ ରିଖ ପୂର୍ବାହ୍ନ ୯.୦୦ ଘଟିକା ସମୟରେ ସୁବର୍ଣ୍ଣପୁର ଜିଲ୍ଲାପାଳ,ଡ଼. ନୃପରାଜ ସାହୁ,ସୁଶ୍ରୀ ସ୍ମୃତିଶିଖା ଭୋଇଙ୍କ ସୋନପୁର ସାନଝାଙ୍କି ସ୍ଥିତ ବାସଗୃହକୁ ଯାଇ ସାକ୍ଷାତ କରି ଶୁଭେଚ୍ଛା ଜଣାଇବା ସହିତ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ।ଏହି ଅବସରରେ ଜିଲ୍ଲାପାଳ,ସୁବର୍ଣ୍ଣପୁର ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ କହିଥିଲେ ଯେ ସୁଶ୍ରୀ ସ୍ମୃତିଶିଖା ଭୋଇଙ୍କ ପରିବାରର ସମର୍ଥନ, ନିଜ କଠିନ ପରିଶ୍ରମ ଓ ଦୃଢ ମନୋବଳ ଆଗରେ ତାଙ୍କର ଦୃଷ୍ଟିବାଧିତ ଭିନ୍ନକ୍ଷମତା ଏହି ସଫଳତା ଓ କୃତିତ୍ବ ହାସଲ କରିବାରେ ଆଦୌ ବାଧା ବା ପ୍ରତିବନ୍ଧକ ହୋଇପାରିନାହିଁ। ସୁଶ୍ରୀ ଭୋଇଙ୍କ କୃତିତ୍ବ ଓ ସଫଳତା ଅନ୍ୟ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ପାଇଁ ଏକ ଜ୍ୱଳନ୍ତ ଉଦାହରଣ ଓ ପ୍ରେରଣା ଦାୟକ ଅଟେ।ଏହି ଅବସରରେ ତାଙ୍କର ପିତା ତଥା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ସୋନପୁର ଶ୍ରୀ ଫକୀର ଚରଣ ଭୋଇ, ମାତା ଶ୍ରୀମତୀ ସୁବାସିନୀ ଭୋଇ, ମାମୁଁ ଶ୍ରୀ ଦୈତ୍ୟଦେବ ଭୋଇ ଓ ପରିବାରର ସମସ୍ତ ସଦସ୍ୟ, ସଦସ୍ୟା ଓ ସୁବର୍ଣ୍ଣପୁର ଜିଲ୍ଲା ଉଭୟ ସମ୍ବାଦପତ୍ର ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ମାନେ ଉପସ୍ଥିତ ଥିଲେ।

Recent Comments

Leave Comments

Top