ପିପିଲି/୨୮/୯/୨୦୨୫/(ଆଧାର ମିଡ଼ିଆ)-ସାତଶଙ୍ଖ ଅଞ୍ଚଳରେ ଯାନବାହାନ ଚେକିଙ୍ଗ ଚାଲୁଥିବା ବେଳେ ବଳଙ୍ଗାରୁ ସାତଶଙ୍ଖ ଆସୁ ଥିବା ଏକ ଗୃତଗାମୀ ବାଇକ ଚାଳକକୁ ପୋଲିସ ଅଟକାଇ ଥିଲା. ସେ ଅତ୍ୟଧିକ ମଦ୍ୟପାନ କରିଥିବା ନେଇ ପୋଲିସ ଗାଡିକୁ ଅଟକାଇ ମାମଲା ଆଗତ କରିଛି.ଏନେଇ ପିପିଲି ଥାନା କେଶ ନଂ ୫୯୪ /୨୫ ମାମଲା ଆଗତ କରିଛି. ସୂଚନା ଅନୁଯାୟୀ ପିପିଲି ଥାନାର କାର୍ଯ୍ୟରତ ଏ ଏସ ଆଇ ପ୍ରଦୀପ କୁମାର ବେହେରା ୨୭ ତାରିଖ ଦିନ ସନ୍ଧ୍ୟା ସମୟରେ ସାତଶଙ୍ଖ ଛକରେ ଏମଭି ଚେକିଂ ସମୟରେ ମାନବ ଜୀବନପ୍ରତି ବିପଦଥିବାରୁ ବଳଙ୍ଗା ପାର୍ଶ୍ୱରୁ ଏକ ମୋଟର ସାଇକେଲ ନଂ OD-୩୩-C-୭୦୭୮ (ହିରୋ ଗ୍ଲାମର) ଦ୍ରୁତଗତିରେ ଆସୁଥିବା ଦେଖିବାକୁ ପାଇଥିଲେ.ଘଟଣାସ୍ଥଳରେ ବାଇକ ସହିତ ଚଳକୁ ଅଟକ ରଖିବା ସମୟରେ ଆରୋହୀଙ୍କ ପାଟିରୁ ମଦଗନ୍ଧ ଆସୁଥିବା ଦେଖିବାକୁ ପାଇଥିଲେ। ତାର ନାମ ପଚାରିବାରୁ ସେ କୋଠସାହି ଗ୍ରାମର ସୁଶାନ୍ତ ରାଉତ (୨୫)ବୋଲି ବରିଚୟ ଦେଇଥିଲା.ତେଣୁ ଶ୍ରୀ ବେହରା ବାଇକ ଆରୋହୀ ଆରୋହୀ ସୁଶାନ୍ତ ରାଉତଙ୍କ କବଜାରୁ ହିରୋ ଗ୍ଲାମର ଜବତକରି 281 BNS/185 M.V ଆଇନ ଅନୁଯାୟୀ ଦାୟର ମାମଲା ଆଗତ କରିଛି.
Recent Comments