logo
add image
ଓଡିଶା ସିଭିଲସର୍ଭିସ ପରୀକ୍ଷାରେ ଗଦାଶିଳା ଗ୍ରାମର ସୁଦୀପ୍ତା ନାଏକ କୃତକାର୍ଯ୍ୟ

ଓଡିଶା ସିଭିଲସର୍ଭିସ ପରୀକ୍ଷାରେ ଗଦାଶିଳା ଗ୍ରାମର ସୁଦୀପ୍ତା ନାଏକ କୃତକାର୍ଯ୍ୟ

କଣିହାଁ/୨୭/0୯/୨0୨୫/(ଆଧାର ମିଡ଼ିଆ/ରିପୋର୍ଟ ଟୁନାସାହୁ)-ଅନୁଗୋଳ ଜିଲ୍ଲାର ଓଡିଶା ସିଭିଲ ସର୍ଭିସ ପରୀକ୍ଷା ୨୦୨୩ରେ କଣିହାଁ ବ୍ଲକ ଅନ୍ତର୍ଗତ ଗଦାଶିଳା ଗ୍ରାମର ଟିକନ ନାଏକ ଓ ସେବତୀ ନାଏକଙ୍କ ଝିଅ ସୁଦୀପ୍ତା ନାଏକ ୩୦୫ ସ୍ଥାନ ହାସଲ କରି କୃତିତ୍ୱ ଅର୍ଜନ କରିଛନ୍ତି। ଏହି ସଫଳତା ହାସଲ ପାଇଁ ତାଙ୍କର ପିତା ମାତା, ଶିକ୍ଷକ, ପରିବାରବର୍ଗ ,ବନ୍ଧୁବାନ୍ଧବଙ୍କୁ ଶ୍ରେୟ ଦେବାସହ ସମସ୍ତଙ୍କ ଆଶୀର୍ବାଦ ଯୋଗୁଁ ଏହି ସଫଳତା ହାସଲ କରିପାରିଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି। ଗଦାଶିଳା ୟୁପି ସ୍କୁଲରେ ପ୍ରାଥମିକ ଶିକ୍ଷା ଓ ପଞ୍ଚାୟତ ହାଇସ୍କୁଲ ବିଜିଗୋଳରେ ମାଧ୍ୟମିକ ଶିକ୍ଷା ହାସଲ ପରେ ଭୁବନେଶ୍ୱରସ୍ଥ ରମାଦେବୀ ମହିଳା ମହା ବିଦ୍ୟାଳୟରେ ଉଚ୍ଚଶିକ୍ଷା କ୍ଷେତ୍ରରେ ସଫଳତା ହାସଲକରି ସିଟ ଇଂଜିନିୟରିଂ ଜଲେଜରେ ଶିକ୍ଷାଗ୍ରହଣ କରିଥିଲେ। ପରେ ସେ ଓଡିଶା ସିଭିଲ ସର୍ଭିସ ପରୀକ୍ଷା ଦେଇ ପ୍ରଥମ ପ୍ରଚେଷ୍ଟାରେ ସଫଳତା ହାସଲକରି ନିଜ ଗ୍ରାମ, ବ୍ଲକ ତଥା ଅନୁଗୋଳ ଜିଲ୍ଲା ପାଇଁ ଗୌରବ ଆଣିଦେଇଛନ୍ତ। ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଉଛି।

Recent Comments

Leave Comments

Top