ବଲାଣି/ବଡବିଲ/୨୯/୯/୨୫/(ଆଧାର ମିଡ଼ିଆ/ରିପୋର୍ଟ-ରାଜେନ୍ଦ୍ର ନନ୍ଦ)-କେନ୍ଦୁଝର ଜିଲ୍ଲା ବଲାଣିଥାନା ଅନ୍ତର୍ଗତ ଡବ୍ଲୁ ହାଟିଙ୍ଗ ନିବାସୀ ସୁନିଲ ଖେରୀୟା (୨୮) ନାମକ ଜଣେ ଠିକାଶ୍ରମିକ ସୋମବାର ଦିନ ପୂର୍ବାହ୍ନ ପ୍ରାୟ ୧୧.୦୦ ଘଟିକା ସମୟରେ ବଲାଣି ରୁଙ୍ଗଟା ପ୍ରାଇଭେଟ୍ ରେଳ ସାଇଡିଂରେ କାର୍ଯ୍ୟ କରୁଥିବା ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଗୁରୁତର ହୋଇପଡ଼ିଥିବାର ଜଣା ପଡ଼ିଛି। ତେବେ ସୂଚନା ମୁତାବକ ରୁଙ୍ଗୁଟା କମ୍ପାନୀର ବଲାଣିରେ ଥିବା ନିଜ ପ୍ରାଇଭେଟ୍ ସାଇଡିଂକୁ ନିଜ କମ୍ପାନୀର ଲୌହ ଗୁଣ୍ଡ କଞ୍ଚାମାଲ୍ ପରିବହନ କରିବାକୁ ରେଳ ଟି ଆସିଥିଲା ତେବେ ରେଳଟିକୁ ସ୍ଥାନୀୟ ଠିକାଦାର ଶ୍ରମିକମାନେ ଭିତର ବାହାର ଚେକ୍ କରି ସଫେଇ କରିବା ସହ ଭାଙ୍ଗି ଯାଇଥିବା ବଗିରେ ଟିଣଦେଇ ତାରକୁ ବାନ୍ଧୁଥିଲେ,
ଏହି ସମୟରେ ଉକ୍ତ ଠିକାଶ୍ରମିକଜଣଙ୍କ ରେଳଇଞ୍ଜିନ ଯା ଆସ ନିମନ୍ତେ ବ୍ୟବହୃତ ହେଉଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯାଇଥିଲା ,ଯାହା ଫଳରେ ବିଦ୍ୟୁତ୍ ସଂସ୍ପର୍ଶ ଯୋଗୁଁ ଶ୍ରମିକ ଜଣ ଜଡ଼ିଯାଇ ଗୁରୁତର ଆହତ ହୋଇଥିବାରୁ ସଙ୍ଗେ ସଙ୍ଗେ ସେଠାରେ ଉପସ୍ଥିତ ଥିବା ଅନ୍ୟ ଶ୍ରମିକ ମାନେ ଉଦ୍ଧାର କରିବା ସହ ନିକଟରେ ଥିବା ବଲାଣି ସେଲ୍ ମେଡ଼ିକାଲକୁ ପ୍ରାଥମିକ ଚିକିତ୍ସା ପାଇଁ ନେଇଥିଲେ l ପରେ ଉତ୍ତମ ଚିକିତ୍ସା ନିମନ୍ତେ ତାଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଥିଲା l ହେଲେ ରୁଙ୍ଗଟା କମ୍ପାନୀ କର୍ମୀମାନଙ୍କ ଉପସ୍ଥିତି ରେ ଉକ୍ତ ଠିକା ଶ୍ରମିକ କାର୍ଯ୍ୟ କରୁଥିବା ସମୟ ରେ ଏପରି ଘଟଣା ଘଟିଥିବାରୁ ଏହା ସିଧାସଳଖ କମ୍ପାନୀ ର ଅବହେଳା ଓ ଅସୁରକ୍ଷିତ ଭାବେ ନିଜ ଲାଭ ପାଇଁ ଠିକାଦାର ରେଳ ସାଇଡିଂରେ ବିଦ୍ୟୁତ୍ ପ୍ରବାହ ଜାରୀ ରହିଥିବା ବେଳେ ଶ୍ରମିକଙ୍କୁ କାର୍ଯ୍ୟ କରେଇବା କେତେଦୂର ଯୁକ୍ତିଯୁକ୍ତ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି l
Recent Comments