ପଦ୍ମପୁର/ବରଗଡ/୨୯/୯/୨୦୨୫/(ଆଧାର ମିଡ଼ିଆ/ଡିଲେଶ୍ୱର ବାଗ):ସିଦ୍ଧିବିନାୟକ କଲ୍ୟାଣ ମଣ୍ଡପ ଠାରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଆଞ୍ଚଳିକ ରାଜପୁତ କ୍ଷତ୍ରୀୟ ସମାଜର ସଭାପତି ବିପିନ ବିହାରୀ ଠାକୁର ଅଧ୍ୟକ୍ଷତାରେ ଉକ୍ତ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ହୋଇଥିଲା l ଆଗଲପୁର୍ କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ଜୟନ୍ତ ସିଂହ ଦେଓ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ. ସମ୍ମାନିତ ଅତିଥି ଭାବରେ ପଦ୍ମପୁର ବନଖଣ୍ଡ ଅଧିକାରୀ ରଣଜିତ ସିଂ ବାବୁ ଓ ବିଦ୍ୟାଧର ସିଂ ଦେଓ ଓ ସୁନ୍ଦରଗଡ଼ ରାଜପୁତ ସମାଜର ସଭାପତି ରାଜୁସିଂହ ଯୋଗ ଦେଇଥିଲେ. ରାଜପୁତ ସମାଜକୁ ଏକତ୍ରୀତ ହୋଇ ଆଗାମୀ ଦୀନ ର ଭବିଷ୍ଯତ ଯୁବପିଢିକୁ ଶିକ୍ଷା କ୍ଷେତ୍ରରେ ଅଗ୍ରଗତି କରିବା ପାଇଁ ଉଦବୋଧନ ଦେଇଥିଲେ ଅନ୍ୟ ମାନଙ୍କ ମଧ୍ୟରେ ପଦ୍ମପୁର ରାଜପୁତ କ୍ଷତ୍ରୀୟ ସମାଜର ବୟୋଜେଷ୍ଠ ଯଶୋବନ୍ତ ନାରାୟଣ ସିଂହ ରାଜପୁତ ସମାଜର ଐତିହକୁ ଆଲୋକପାତ କରିଥିଲେ l ସମ୍ପାଦକ ହରିଶଙ୍କର ସିଂହ ମଞ୍ଚ ପରିଚାଳନା କରିଥିବା ବେଳେ ସନ୍ତୋଷ ସିଂହ ଠାକୁର ଧନ୍ୟବାଦ ଅର୍ପଣ କରିଥିଲେ. ଏହି କାର୍ଯ୍ୟକ୍ରମରେ ବାଲାଙ୍ଗୀର,ସୁବର୍ଣ୍ଣପୁର ,ବରଗଡ, ସୁନ୍ଦରଗଡର ଶତାଧିକ ସଦସ୍ୟ ଯୋଗ ଦେଇଥିଲେ l ଏବଂ ଆନନ୍ଦ ସିଂହ, ଦିଲ୍ଲୀପ ସିଂହ ଭୂପେଶ ସିଂହ ,ବୁଲୁ ଠାକୁର ,ରୁପେଶ ସିଂହ ,ସଂଜୀବ ଠାକୁର ସହଯୋଗ କରିଥିଲେ l
Recent Comments