ବାଲିଗୁଡା/୦୨/୧୦/୨୦୨୫/(ଆଧାର ମିଡ଼ିଆ//ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକ ଧରାକୋଟ ପଞ୍ଚାୟତର ଭଣ୍ଡରୁ ଗାଁରେ ବଜ୍ରାଘାତ ହେବାଯୋଗୁଁ ଏକ ନାବାଳିକାର ମୃତ୍ୟୁଘଟିଛି। ଘଟଣାରୁ ପ୍ରକାଶ ଯେ ପ୍ରତିଦିନ ଭଳି ଗୁରୁବାର ମଧ୍ୟ ଉକ୍ତଗ୍ରାମର ସ୍ୱର୍ଗତ କୁପି ମଳିକଙ୍କ ଝିଅ ରିକାମଳିକ (୧୬)ମଧ୍ୟାହ୍ନରେ ଖାଇସାରି ନିଜର ଝୁଡୁଙ୍ଗ ବଗିଚାକୁ ଯାଇଥିବା ସମୟରେ ହଠାତ ବଜ୍ରପାତ ହେବାଯୋଗୁଁ ମୃତ୍ୟୁ ବରଣ କରିଛି । ଝିଅ ଆସିବା ବିଳମ୍ବ ହେବାରୁ ରିକାଙ୍କ ମା' ବଗିଚାକୁ ଆସି ଦେଖିଲା ବେଳକୁ ଝିଅର ମୃତଦେହ ସେଠାରେ ପଡିଛି l ଏହା ଦେଖି ରିକାଙ୍କ ମାଆ ସଙ୍ଗେ ସଙ୍ଗେ ଗ୍ରାମ ବାସୀଙ୍କୁ ଜଣାଇଥିଲେ। ଖବରପାଇ ଗ୍ରାମବାସୀ ଯାଇ ଦେଖୁବା ପରେ ବଜ୍ରାଘାତରେ ହିଁ ମୃତ୍ୟୁ ବରଣ କରିଥିବା ସନ୍ଦେହ କରି କୋଟଗଡ ପୋଲିସକୁ ଖବର ଦେଇଥିଲେ। କୋଟଗଡ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିବା ସହ ମୃତ୍ୟୁ ଶରୀରକୁ ଜବତ କରି ବ୍ୟବଛେଦ ନିମନ୍ତେ କୋଟଗଡ ମେଡିକାଲକୁ ପଠାଇଥିବା ଜଣାପଡିଛି ।
Recent Comments