logo
add image
ଗାୟତ୍ରୀ ଉଚ୍ଚବିଦ୍ୟାଳୟ ସାପଲହର ୨୦୦୯ ବ୍ଯାଚର ବନ୍ଧୁମିଳନ

ଗାୟତ୍ରୀ ଉଚ୍ଚବିଦ୍ୟାଳୟ ସାପଲହର ୨୦୦୯ ବ୍ଯାଚର ବନ୍ଧୁମିଳନ

ପଦ୍ମପୁର/୬/୧୦/୨୦୨୫/(ଆଧାର ମିଡିଆ/ଡିଲେଶ୍ୱର ବାଗ):ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାୟତ୍ରୀ ଉଚ୍ଚ ବିଦ୍ୟାଳୟ ସାପଲହରର ୨୦୦୯ ବ୍ଯାଚର ଦୀର୍ଘ ୧୬ ବର୍ଷପରେ ଏକ ବନ୍ଧୁମିଳନ ଉତ୍ସବ ପ୍ରସିଦ୍ଧ ଶୈବପୀଠ ଦେବଦର୍ହl ଠାରେ ମହାସମା ବେଶରେ ଅନୁଷ୍ଠିତ ହୋଇଯାଇଛି। ପୁରୁଣା ଦିନର ସୃତି ତଥା ସେ ସମୟର ପାଠପଢ଼ାକୁ ଅନୁଭବ କରିବା ସହ ସମସ୍ତ ସହପାଠୀ ମାନେ ନିଜର ବ୍ୟସ୍ତବହୁଳ ସମୟ ମଧ୍ୟରେ କେଉଁବନ୍ଧୁ କେମିତି ଅଛନ୍ତି କିଏ କଣ କରୁଛି ସେ ବିଷୟରେ ପରସ୍ପର ଭାବର ଆଦାନ ପ୍ରଦାନ ସହ ଭେଟଘାଟ ହେବାପାଇଁ ସମସ୍ତେ ଉକ୍ତ ଉତ୍ସବରେ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ହେମନ୍ତ ବରିହା ସ୍ବାଗତ ସଙ୍ଗୀତ ଗାନ ସହିତ ସଙ୍ଗୀତା ସାହୁ ଓ ବିରଜାନନ୍ଦ ପ୍ରଧାନ କାର୍ଯ୍ୟକ୍ରମ ପରିଚାଲନା କରିଥିଲେ l ପ୍ରାୟ ୫୪ ଜଣ ସହପାଠୀ ସପରିବାର ଏକତ୍ରିତ ହୋଇଥିଲେ । ସକାଳୁ ଅପରାହ୍ନ ପର୍ଯ୍ୟନ୍ତ ସମସ୍ତେ ଏକାଠି ହୋଇ ଆଲୋଚନା କରିବା ସହ ଭଲ ମନ୍ଦ ଆଲୋଚନା କରିଥିଲେ। ମଧ୍ୟାହ୍ନରେ ଏକାଠି ଖାଇବା ସହ ସମସ୍ତେ ନିଜ ନିଜର ପରିବାର ସାଙ୍ଗରେ ସମସ୍ତଙ୍କୁ ପରିଚୟ କରାଇଥିଲେ l ଲକ୍ଷ୍ମୀକାନ୍ତ ମେହେର ଓ଼ ଉଦୟନାଥ ପ୍ରଧାନ ବନ୍ଧୁତାର ସୂତା ଖିଅ ଆଉଟିକେ ମଜବୁତ କରିବାକୁ ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ଉକ୍ତ ସମସ୍ତ କାର୍ଯ୍ୟକ୍ରମ ସବୁ ବନ୍ଧୁ ମାନଙ୍କ ଅକ୍ଲାନ୍ତ ସହଯୋଗରେ ସମ୍ପାଦନ ହୋଇଥିବା ହେତୁ ଶେଷରେ କଳ୍ପନା ବାଟପାହାର ଓ ଲିଲିମା ବାରିକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ପରବର୍ତ୍ତୀ ପର୍ଯ୍ୟାୟରେ ସମସ୍ତେ ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ବହୁତ ଉତ୍ସାହ ଉଦ୍ଦୀପନା ସହ ପ୍ରତ୍ୟାବର୍ତ୍ତନ କରିଥିଲେ ।

Recent Comments

Leave Comments

Top