ସୁବର୍ଣ୍ଣପୁର/୦୭/୦୪/୨୦୨୬/(ଆଧାର ମିଡ଼ିଆ)-ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ଜିଲ୍ଲାସ୍ତରୀୟ ପିସି ପି ଏନ ଡିଟି ଉପଦେଷ୍ଠା କମିଟି ବୈଠକ ଜିଲ୍ଲାପାଳ ଡା ନୃପରାଜ ସାହୁଙ୍କର ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ପ୍ରଥମେ ନୂତନ ଭାବେ ମନୋନୀତ ହୋଇଥିବା ସଭ୍ୟ ସଭ୍ୟାଙ୍କୁ ସ୍ୱାଗତ କରାଯାଇଥିଲା l ଜିଲ୍ଲାପାଳ ଡା ନୃପରାଜ ସାହୁ କନ୍ୟା ଭୃଣ ହତ୍ୟାକୁ ରୋକିବା ପାଇଁ ନୂତନ ସଭ୍ୟ ସଭ୍ୟାଙ୍କ ସହଯୋଗ ଓ ସେମାନଙ୍କର ସକ୍ରିୟ ଅଂଶଗ୍ରହଣ ପାଇଁ ଅନୁରୋଧ କରିଥିଲେ l
ଏଥିପାଇଁ ପ୍ରଶାସନିକ ତତ୍ପରତା ସହିତ ଜନ ସଚେତନତା ଆବଶ୍ୟକ ବୋଲି ସୂଚାଇଥିଲେ l ଜିଲ୍ଲାରେ ବର୍ତ୍ତମାନ ୧୪ ଟି ଅଲଟ୍ରା ସାଉଣ୍ଡ କ୍ଲିନିକ କାର୍ଯ୍ୟକ୍ଷମ ଥିବାବେଳେ ତନ୍ମଧ୍ୟରୁ ୭ ଟି ସରକାରୀ ହସ୍ପିଟାଲଗୁଡିକରେ ଅଛି l ଓଡିଶାରେ ଜନ୍ମ ସମୟରେ ଲିଙ୍ଗର ଅନୁପାତ ୧୦୦୦ ପୁଅରେ ୯୨୩ ଝିଅ ଜନ୍ମ ହେଉଥିବା ବେଳେ ସୋନପୁର ଜିଲ୍ଲାରେ ତାହା ୯୧୪ ଅଛି l ଏହା ଜିଲ୍ଲାପାଇଁ ଏକ ଚିନ୍ତାର ବିଷୟ ହୋଇଥିବାରୁ ଆଗାମୀ ଦିନରେ ବ୍ୟାପକ ସଚେତନତା ପାଇଁ କାର୍ଯ୍ୟକ୍ରମ ନିର୍ଧାରଣ କରାଯାଇଛି l ଏହା ସହିତ ଜଣେ ସାଧାରଣ ବ୍ୟକ୍ତି ମଧ୍ୟ ଏଥିରେ ସାମିଲ ହୋଇ ସୂଚନା ପ୍ରଦାନ କଲେ ୨୫୦୦୦/-ପୁରସ୍କାର ଦିଆଯିବାର ବ୍ୟବସ୍ଥା ସହ ତାଙ୍କର ନାମ ତଥ୍ୟ ଗୋପନ ରଖାଯିବ l
ଉକ୍ତ ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା ଉଷାରଣୀ ଦାସ, ଉପ ଜିଲ୍ଲାପାଳ ଡା ସୌମ୍ୟ ରୁପା ରଥ, ଅତିରିକ୍ତ ଜନ ସ୍ୱାସ୍ଥ୍ୟ ଅଧିକାରୀ ପରିବାର କଲ୍ୟାଣ ଡା ପ୍ରକାଶ ଦଣ୍ଡସେନା, ଡା ଦୈତ୍ୟ ନାରାୟଣ ପାଢ଼ୀ, ପୂର୍ବତନ ଅତିରିକ୍ତ ଜନ ସ୍ୱାସ୍ଥ୍ୟ ଅଧିକାରୀ, ଡା ନରେନ୍ଦ୍ର ମେହେର ଭେଷଜ ବିଶେଷଜ୍ଞ, ଡା ଡି କେ ପୁରୋହିତ ଶିଶୁ ରୋଗ ବିଶେଷଜ୍ଞ, ଡା ରମେଶ ଚନ୍ଦ୍ର ସ୍ୱାଇଁ, ଅତିରିକ୍ତ ଜନ ସ୍ୱାସ୍ଥ୍ୟ ଅଧିକାରୀ, ରୂପକ କୁମାର ମହାପାତ୍ର, ଜିଲ୍ଲା କାର୍ଯ୍ୟକମ ପରିଚାଳକ, ସହକାରୀ ପବ୍ଲିକ ପ୍ରଶିକ୍ୟୁଟର ଅଜିତ୍ ହୋତା, ସମାଜସେବୀ ମନୋରଞ୍ଜନ ତ୍ରିପାଠୀ,ରେଆର ଏନ୍ ଜି ଓ ର ଅଞ୍ଜଳି ନେଗୀ ପ୍ରମୁଖ ଉପସ୍ଥିତ ଥିଲେ l ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସ୍ୱାଗତ ଭାଷଣ ଦେଇଥିବାବେଳେ ଶୋଭାନା ଦାସ ଉପସ୍ଥାପନା ସହ ଧନ୍ୟବାଦ ଅର୍ପଣ କରିଥିଲେ l ଏହି କମିଟିର ଚାରିଜଣ ନୂତନ ସଦସ୍ୟ ଡାକ୍ତର ପାଢ଼ୀ, ସମାଜ ସେବୀ ଶ୍ରୀ ତ୍ରିପାଠୀ,ଶ୍ରୀମତୀ ନେଗି, ଆଇନଜୀବୀ ଶ୍ରୀ ହୋତାଙ୍କୁ ଜିଲ୍ଲପାଳଙ୍କ ଦ୍ୱାରା ସମ୍ୱର୍ଦ୍ଧନା ଦିଆ ଯାଇଥିଲା l
Recent Comments