logo
add image
କଣିହାଁ ବ୍ଲକରେ ଅନୁଗୋଳ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ

କଣିହାଁ ବ୍ଲକରେ ଅନୁଗୋଳ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ

କଣିହାଁ/0୬/୧0/୨0୨୫/(ଆଧାର ମିଡ଼ିଆ/ରିପୋର୍ଟ ଟୁନାସାହୁ)-ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକର ପବିତ୍ରମୋହନ ସଭାଗୃହ ଠାରେ ଅନୁଗୋଳ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣୀ ଶିବିରଅନୁଷ୍ଠିତ ହୋଇଯାଇଛି l ଏଥିରେ ଜିଲ୍ଲା ପାଳ ଅବ୍ଦାଲ ଏମ୍ ଅଖତର ଙ୍କ ଉପସ୍ଥିତିରେ ମୋଟ ୭୪ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ସେଥିମଧ୍ୟରୁ ବ୍ୟକ୍ତିଗତ ୫୫ଟି ଏବଂ ଗ୍ରାମ୍ୟ ଭିତ୍ତିକ ୧୯ଟି ।  ଶିବିର ସ୍ଥଳରେ ତୁରନ୍ତ ୧୫ ଟି ଅଭିଯୋଗର ଫଏସଲା କରାଯାଇଥିଲା । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ବଜ୍ରକୋଟ ପଞ୍ଚାୟତର ଆନନ୍ଦ ନାଏକ ଓ ଇଶ୍ଵରଚନ୍ଦ୍ର ସାହୁ ଉଭୟଙ୍କୁ କିଡନୀ ରୋଗର ଚିକିତ୍ସା ନିମନ୍ତେ ୭୫୦୦ ଟଙ୍କା ଲେଖାଏଁ ଆର୍ଥିକ ରାଶି ଏବଂ  ଜିଲ୍ଲା ରେଡ଼କ୍ରସ ପାଣ୍ଠିରୁ ବଜ୍ରକୋଟ ପଞ୍ଚାୟତର ଯୋଗିନାଥ ପ୍ରଧାନ, ଝାଟି ବେହେରା,କାଠି ବେହେରା ଓ ପଞ୍ଚାଳି ସାହୁଙ୍କୁ  କିଡନୀ ରୋଗର ଚିକିତ୍ସା ନିମନ୍ତେ ୭୫୦୦ ଟଙ୍କା ଲେଖାଏଁ ଆର୍ଥିକ ରାଶି ପ୍ରଦାନ କରା ଯାଇଥିଲା। ଅଭିଯୋଗ ମୁଖ୍ୟତଃ ଗ୍ରାମ ସମସ୍ୟା,କଳକାରଖାନା ଦ୍ଵାରା ଅଧିଗୃହୀତ ଜମିଜମା କ୍ଷତିଗ୍ରସ୍ତ ପ୍ରଜାଙ୍କ ନିଯୁକ୍ତି ଏବଂ ଥଇଥାନ ସମସ୍ୟା,ସମ୍ବନ୍ଧରେ,ରାସ୍ତାଘାଟ ମରାମତି ଏବଂ ବ୍ୟକ୍ତିଗତ ସମ୍ବନ୍ଧରେ ଅଭିଯୋଗ ଆସିଥିଲା । ଏଥିରେ ଉପସ୍ଥିତ ଥିଲେ ଉପଜିଲ୍ଲାପାଳ ସମୀର ଜେନା,ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ମଦନମୋହନ ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ଦେବଦତ୍ତ ମହାନ୍ତ ,ପାଳଲହଡା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ କୈଳାସ ଚନ୍ଦ୍ର ସେଠୀ,ବିଡିଓ ତ୍ରିବିକ୍ରମ କୁମୁରା,ତହସିଲଦାର ଚିନ୍ମୟ ଦାସ ଏବଂ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ ।

Recent Comments

Leave Comments

Top