logo
add image
ନୂତନ ଶ୍ରେଣୀଗୃହର ଭିତ୍ତିପ୍ରସ୍ତର ସ୍ଥାପନ।

ନୂତନ ଶ୍ରେଣୀଗୃହର ଭିତ୍ତିପ୍ରସ୍ତର ସ୍ଥାପନ।

କଣିହାଁ/0୮/୧୦/୨୦୨୫/(ଆଧାର ମିଡ଼ିଆ)-ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ପ୍ରକଳ୍ପ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ନୂତନ ଶ୍ରେଣୀ ଗୃହର ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି। ଏମସିଏଲ ଦ୍ୱାରା ସାମାଜିକ ଦାଇତ୍ୱବୋଧ ପାଣ୍ଠିରୁ ୪୭ ଲକ୍ଷ୍ୟଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଥିବା ନୂତନ ଶ୍ରେଣୀ ଗୃହର ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି ଯୋଗଦେଇ ରେଙ୍ଗାଳି ପ୍ରକଳ୍ପର ପୂର୍ବ  ଗୌରବ ଫେରାଇ ଆଣିବା ପାଇଁ ତାଙ୍କ ସରକାର ପ୍ରତିଶୃତି ବଧ୍ୟ ବୋଲି କହିଥିଲେ। ପ୍ରକଳ୍ପ ଅଂଚଳରେ ଭୁଶୁଡ଼ି ପଡିଥିବା ସ୍ୱାସ୍ଥ୍ୟ, ଶିକ୍ଷ୍ୟା ଓ ଗମନା ଗମନ କାର୍ଯ୍ୟର ପୁନରୁଦ୍ଧାର କରିବାକୁ ସେ ସଂକଳ୍ପବଦ୍ଧ ବୋଲି କହିଥିଲେ। ବିଦ୍ୟାଳୟର ସଭାପତି ଶତୃଘ୍ନ ପ୍ରଧାନଂକ ସଭାପତିତ୍ବରେ ଆୟୋଜିତ ସଭାରେ ପ୍ରଧାନ ଆଚାର୍ଯ୍ୟ ନିରଞ୍ଜନ ପ୍ରଧାନ ଅତିଥି ପରିଚୟ ସହ ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବେଳେ ସମ୍ପାଦକ ନିରଞ୍ଜନ ସାମଲ ଧନ୍ୟବାଦ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବରିଷ୍ଠ ନେତା ଜଗମୋହନ ପ୍ରଧାନ, ଧର୍ମେନ୍ଦ୍ର ମଲ୍ଲିକ, ପ୍ରହଲ୍ଲାଦ ସାମଲ, ଧୃବ ଚରଣ ଧୀର, ତ୍ରିପୁରାରି ପ୍ରଧାନ, ହରେକୃଷ୍ଣ ପ୍ରଧାନ, ତରୁଣ ସାହୁ ପ୍ରମୁଖ ଯୋଗଦେବା ସହିତ ଶତାଧିକ ଲୋକ ଉପସ୍ଥିତ ଥିଲେ।

Recent Comments

Leave Comments

Top