logo
add image
ରାସ୍ତା ମରାମତି ଓ ନିର୍ମାଣ କାର୍ଯ୍ୟ ଦାବୀରେ ରାସ୍ତା ଅବରୋଧ ଚତୃର୍ଥ ଦିନରେ

ରାସ୍ତା ମରାମତି ଓ ନିର୍ମାଣ କାର୍ଯ୍ୟ ଦାବୀରେ ରାସ୍ତା ଅବରୋଧ ଚତୃର୍ଥ ଦିନରେ

କଣିହାଁ/0୮/୧୦/୨0୨୫/(ଆଧାର ମିଡ଼ିଆ/ରିପୋର୍ଟ ଟୁନାସାହୁ)-ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ୍ ହରିହରପୁର ପଂଚାୟତ ନୂଆଁବଲଣ୍ଡା ସ୍ଥିତ ଏନ୍‌ଟିପିସି  ରେଲୱେ ଫାଟକ ଓ ଜାତୀୟ ରାଜପଥ ଠାରେ ସଚେତନ ନାଗରିକ ମଂଚ ଏବଂ କଣିହାଁ ଗାନ୍ଧୀ ଛକଠାରେ ବିଜୁ ଜନତାଦଳ ଓ ଅନ୍ୟାନ୍ୟ ସଂଗଠନ ପକ୍ଷରୁ ଶନିବାର ଠାରୁ ଦୁଇଘଣ୍ଟିଆ ରାସ୍ତାରୋକ ଆନ୍ଦୋଳନ ସୋମବାର ୩ୟ ଦିନରେ ପହଂଚିଛି। ପ୍ରାକ୍ତନ ସାଂସଦ ମହେଶ ସାହୁଙ୍କ ଆହ୍ୱାନ କ୍ରମେ ସକାଳ ସାଢେ୮ଟାରୁ ସାଢେ୧୦ପର୍ଯ୍ୟନ୍ତ ଏହି ଆନ୍ଦୋଳନରେ ବିଜେଡି କର୍ମକର୍ତ୍ତା ସମେତ ସାଧାରଣ ଜନତା ସାମିଲ ହୋଇଥିଲେ । କୋଇଲା ଓ ପାଉଁଶ ପରିବହନ ଗାଡି ଗୁଡିକୁ କେବଳ ବନ୍ଦ କରାଯାଇଥିଲା । କଣିହାଁ ଗାନ୍ଧୀଛକରେ ୯ନମ୍ବର ଜୋନ୍ ଜିଲ୍ଲାପରିଷଦ ରଂଜନ କୁମାର ସାହୁ ନେତୃତ୍ୱ ନେଇଥିବା ବେଳେ ନୂଆଁବଲଣ୍ଡା ଠାରେ ସୈାଭାଗ୍ୟ ପ୍ରଧାନ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ । କଣିହାଁ ଆନ୍ଦୋଳନ ସ୍ଥଳରେ ପୂର୍ବତନ ସାଂସଦ ଶ୍ରୀ ସାହୁ ସାମିଲ ହୋଇଥିଲେ । ଗୋଡିବନ୍ଧ ଛକଠାରୁ ଏନଟିପିସ ପର୍ଯ୍ୟନ୍ତ ରାସ୍ତାକୁ ତୁରନ୍ତ ଏନ୍‌ଏଚ୍ କୁ ହସ୍ତାନ୍ତର କରିବା ସହିତ ଅବିଳମ୍ବେ ଏହି ରାସ୍ତା ମରାମତି ଦାବୀରେ ଏହି ଆନ୍ଦୋଳନ ଚାଲିଥିଲା । ଦାବୀ ପୂରଣ ନହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଅନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ଚାଲିବ ବୋଲି ପୂର୍ବତନ ସାଂସଦ ଶ୍ରୀ ସାହୁ ପ୍ରକାଶ କରିଛନ୍ତି ।
ପ୍ରକାଶଥାଉକି ଗୋଡିବନ୍ଧ ଛକଠାରୁ ଏନଟିପିସି,କଣିହାଁ ପର୍ଯ୍ୟନ୍ତ ରାସ୍ତା ବିପଦ ସଙ୍କୁଳ ପାଲଟିଛି ।ଏହି ଜାତୀୟ ରାଜପଥରେ ଗଭୀରତମ ଖାଲଖମା ସାଙ୍ଗକୁ ବହୁସ୍ଥାନରେ ଦୁଇ ତିନି ଫୋଟଲେଖାଏଁ ଗର୍ତ ପାଲଟିଛି । ରାସ୍ତା ଶୋଚନିୟ ଅବସ୍ଥାରେ ନିତି ବିପଦ ସଂଙ୍କୁଳ ଭାବରେ ଲୋକେ ଯାତାୟତ କରିବା ସହିତ ଧୂଳି ଧୂଆଁରେ ଲୋକ ଅଣନିଶ୍ୱି ହୋଇ ପଡୁଛନ୍ତି । ସାଧାରଣ ଜନତାଙ୍କର ବିଭିନ୍ନ ସମୟରେ ଅଘଟଣ ଘଟୁଛି ଏବଂ ଧନ ଜୀବନ ନଷ୍ଟହେଉଛି। ଜରୁରୀକାଳୀନ ଆମ୍ବୁଲାନ୍ସ ଗାଡି ଘଣ୍ଟାଘଣ୍ଟା ଧରି ଫଶିରହୁଛି ।ପ୍ରଶାସନ ରାଜନେତା, ଶିଳ୍ପ କାରଖାନା କର୍ତ୍ତୁପକ୍ଷ ସବୁଜାଣି ଚୁପ୍ । ଏନଟିପିସି, କଣିହାଁ ଖଣି, ଜେଆପିଏଲ୍‌, କୋଇଲା ବ୍ୟବସାୟୀ ଟ୍ରାନ୍ସପୋଟିଙ୍ଗ ସହ, ସହ ଟ୍ରକ ଏହି ରାସ୍ତା ଉପରେ ନିତି ବ୍ୟବହାର କରୁଛନ୍ତି  କିନ୍ତୁ ରାସ୍ତା ମରାମତି ଦିଗରେ ସଭିଏଁ ନିଦାବିଷ୍ଣୁ ପାଲଟିଛନ୍ତି । ଏହି ଆନ୍ଦୋଳନରେ ସରପଞ୍ଚ ବୃନ୍ଦାବନ ସାହୁ, ନିର୍ମଳ ସାହୁ, ବିଜେଡି ଯୁବ ନେତା ଜିତେନ୍ଦ୍ରୀୟ ସାହୁ, ବିଷ୍ଣୁ ଚରଣ ସାହୁ, ଜୟନ୍ତ ସାହୁ,ବାବୁଲା ଶତପଥୀ, ଦିଗାମ୍ବର ପ୍ରଧାନ,ସାଧୁରାମ ସାହୁ, ବିଶ୍ୱଜିତ୍ ସାହୁ,ସୁନିଲ୍ ପ୍ରଧାନ,ସୁଧାକର ପ୍ରଧାନଙ୍କ ସମେତ ଅନ୍ୟମାନେ ସାମିଲ୍ ହୋଇଥିଲେ।

Recent Comments

Leave Comments

Top