କାକଟପୁର/8/୧୦/୨୦୨୫/(ଆଧାର ମିଡ଼ିଆ//ତୁଷାର ଦୀକ୍ଷିତ)-କାକଟପୁର ଥାନା ଅନ୍ତର୍ଗତ କୁଣ୍ଢେଇ ପଞ୍ଚାୟତ ହରିଦାସପୁର ବାଲିସାହି ଗ୍ରାମର ୧୩ ବର୍ଷର ନାବାଳିକା କନ୍ୟା ଛଦ୍ମନାମ ମିନୁ ମଙ୍ଗଳବାର ସକାଳ ୮ ଘଟିକା ସମୟରେ ଗ୍ରାମ ନିକଟରେ ଥିବା ଦୋକାନଙ୍କୁ ସଉଦା ପାଇଁ ଯାଇଥିବା ବେଳେ ଛୋଟରାୟପୁର ଗ୍ରାମର ହାପି ନାୟକ ଓରଫ ସନ୍ତୋଷ ମିନୁକୁ ଜୋରଜବରଦସ୍ତ ନିକଟସ୍ଥ ଜଙ୍ଗଲକୁ ଭିଡ଼ିନେଇ ଦୁଷ୍କର୍ମ ଉଦ୍ୟମ କରିଥିବାବେଳେ ପୀଡିତା ଜୋରରେ ଚିତ୍କାର କରିବାରେ ପୀଡ଼ିତାଙ୍କ ମା ଆସିଯିବାରୁ ଅଭିଯୁକ୍ତ ହାପି ନିଜରନମ୍ବର ବିହୀନ ଗ୍ଲାମର ମଟର ସାଇକେଲ ଛାଡି ଦୌଡ଼ି ପଳାଇଥିଲା l ଘଟଣା ସମ୍ପର୍କରେ ପୀଡିତାଙ୍କ ମା କାକଟପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ କାକଟପୁର ଥାନା ଆଇଆଇସି ବସନ୍ତ କୁମାର ସାହୁ ଘଟଣାକୁ ଗୁରୁତର ସହ ନେଇ ମାତ୍ର ୮ ଘଣ୍ଟା ମଧ୍ୟରେ ଅଭିଯୁକ୍ତକୁ ଗିରଫ କରିଥିଲେ l ଏ ସଂକ୍ରାନ୍ତରେ ପୋସ୍କୋ ଆକ୍ଟରେ ଏକ କେଶ ୨୯୪ /୨୦୨୫ ରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ ପୁରୀ ମୁଖ୍ୟ କାରାଗାରକୁ ପଠାଇ ଦିଆଯାଇଛି
Recent Comments