logo
add image
ସୋନପୁର ମ୍ୟୁନିସିପାଲଟି ଦ୍ଵାରା ସ୍ୱଚ୍ଛଭାରତ ଦିବସ ସହିତ ପୁରସ୍କାର ବିତରଣ

ସୋନପୁର ମ୍ୟୁନିସିପାଲଟି ଦ୍ଵାରା ସ୍ୱଚ୍ଛଭାରତ ଦିବସ ସହିତ ପୁରସ୍କାର ବିତରଣ

ସୁବର୍ଣ୍ଣପୁର/୦୮/୧୦/୨୦୨୫/(ଆଧାର ମିଡ଼ିଆ)-ଆଜି ପୂର୍ବାହ୍ନ ୧୧.୦୦ ଘଟିକା ସମୟରେ ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ମ୍ୟୁନିସିପାଲଟି ଦ୍ଵାରା ସ୍ୱଚ୍ଛଭାରତ ଦିବସ ସହିତ ପୁରସ୍କାର ବିତରଣ -ସ୍ୱଚ୍ଛ ଉତ୍ସବ -୨୦୨୫ ସ୍ଥାନୀୟ ଟାଉନ ହଲ ଠାରେ ପାଳିତ ହୋଇଛି। ଏହି ସ୍ୱଚ୍ଛଭାରତ ଦିବସ ସହିତ ପୁରସ୍କାର ବିତରଣ - ସ୍ୱଚ୍ଛ ଉତ୍ସବ - ୨୦୨୫ ରେ ଜିଲ୍ଲାପାଳ,ସୁବର୍ଣ୍ଣପୁର, ଡ଼ ନୃପରାଜ ସାହୁ, ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ଆରକ୍ଷୀ ଅଧିକ୍ଷକ, ସୁବର୍ଣ୍ଣପୁର, ଶ୍ରୀ ନାରାୟଣ ନାଏକ, ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ, ସୁବର୍ଣ୍ଣପୁର, ଶ୍ରୀ ରାଜେନ୍ଦ୍ର ମାଝୀ, ଉପ ଜିଲ୍ଲାପାଳ,ସୋନପୁର ଶ୍ରୀମତି ସୋମ୍ୟାରୁପା ତଥା, ସୋନପୁର ମ୍ୟୁନିସିପାଲିଟିର ଅଧ୍ୟକ୍ଷା ଶ୍ରୀମତି ତାମସି ତାମସ୍ମିତା ନାୟକ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ, ସୁବର୍ଣ୍ଣପୁର, ଶ୍ରୀମତି ଉଷାରାଣୀ ଦାଶ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ।ନିର୍ବାହୀ ଅଧିକାରୀ, ସୋନପୁର ମ୍ୟୁନିସିପାଲଟି, ଶ୍ରୀ ଋଷି ମାଝୀ ଏହି ସଭାରେ ସଭାପତିତ୍ବ କରିଥିଲେ। ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ମାନେ ସ୍ୱଚ୍ଛ ଭାରତ ଦିବସ ପାଳନ ଅବସରରେ ଉପସ୍ଥିତ ସୋନପୁର ସହରର ଜନସାଧାରଣଙ୍କୁ ସେମାନଙ୍କର ବାର୍ତ୍ତା ଅଭିଭାଷଣ ମାଧ୍ୟମରେ ପ୍ରଦାନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ସୋନପୁର ସହରର ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀମାନେ,ସୋନପୁର ସହରର ବୁଦ୍ଧିଜୀବୀ, ଜନସାଧାରଣ ,ସୋନପୁର ମ୍ୟୁନିସିପାଲିଟିର କାଉନସିଲର ବୃନ୍ଦ, କର୍ମଚାରୀ ବୃନ୍ଦ, ସ୍ୱଚ୍ଛ ସାଥୀ ମାନେ,ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କ ସମେତ ଜିଲ୍ଲା ପଞ୍ଚାୟତ ଅଧିକାରୀ ତଥା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ, ସୁବର୍ଣ୍ଣପୁର ଶ୍ରୀ ଅର୍ଜୁନ ମାଝୀଙ୍କ ସହିତ ବିଭିନ୍ନସମ୍ବାଦ ପତ୍ରର ସାମ୍ବାଦିକ ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ। ସ୍ୱଚ୍ଛ ଭାରତ ଦିବସ -ସ୍ୱଚ୍ଛ ଉତ୍ସବ -୨୦୨୫ ପାଳନ ଉପଲକ୍ଷେ ସୋନପୁର ମ୍ୟୁନିସିପାଲିଟି ଅନ୍ତର୍ଗତ ସମସ୍ତ ପ୍ରାଥମିକ,ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ସ୍ତରରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ରଚନା ଲିଖନ, ବକ୍ତୃତା, ଚିତ୍ରାଙ୍କନ ଅନ୍ୟାନ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏବଂ ଏହି ପ୍ରତିଯୋଗିତା କୃତକାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ସୋନପୁର ମ୍ୟୁନିସିପାଲିଟିର ସ୍ୱଚ୍ଛ ସାଥୀ ମାନଙ୍କୁ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଲା ଏହି ଅବସରରେ ସୋନପୁର ସହରର ରୁମକୁଝୁମାନା ସାଂସ୍କୃତିକ  ଅନୁଷ୍ଠାନ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ସଭା ଶେଷରେ ଉପସ୍ଥିତ ସମସ୍ତଙ୍କୁ "ବଡାଖାନା" କାର୍ଯ୍ୟକ୍ରମ ମାଧ୍ୟମରେ ମଧ୍ୟାହ୍ନ ଭୋଜନ ଦ୍ଵାରା ଆପ୍ୟାୟିତ କରାଯାଇଥିଲା।

Recent Comments

Leave Comments

Top