logo
add image
ଭୁଲ ଇଞ୍ଜେକସନରେ କଲେଜ ଛାତ୍ରର ମୃତ୍ୟୁ ଘଟଣା-୧୬ଦିନବି ନକଲି ଡାକ୍ତରକୁ ଗିରଫ କରୁନି ପୋଲିସ

ଭୁଲ ଇଞ୍ଜେକସନରେ କଲେଜ ଛାତ୍ରର ମୃତ୍ୟୁ ଘଟଣା-୧୬ଦିନବି ନକଲି ଡାକ୍ତରକୁ ଗିରଫ କରୁନି ପୋଲିସ

।ଖୋର୍ଦ୍ଧା/୦୮/୧୦/୨୦୨୫/(ଆଧାର ମିଡ଼ିଆ)-ଭୁଲ ଇଞ୍ଜେକସନ ନେଇ କଲେଜ ଛାତ୍ରର ମୃତ୍ୟୁ ଘଟଣାକୁ ନେଇ ୧୬ଦିନ ବିତିଯାଇ ଥିଲେ ମଧ୍ୟ ନକଲି ଡାକ୍ତରକୁ ଗିରଫକରୁନି ବୋଲଗଡ଼ ପୋଲିସ। ଖୋର୍ଦ୍ଧାଜିଲ୍ଲା ଅନ୍ତର୍ଗତ ବୋଲଗଡ଼ ବ୍ଳକ ସଦର ମହକୁମାର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନିକଟରେ ବେଆଇନି ପାଥୋଲାବ କରି ବହୁବର୍ଷ ଧରି ରୋଗୀଙ୍କୁ ଶୋଷଣ କରିଆସୁଥିବା ସୁରଜ ପାଥୋଲାବ ଓ ମେଡିସିନି ଷ୍ଟୋରର ମାଲିକ ଇଲିୟାସ୍ ଖାଁ ବିରୁଦ୍ଧରେ ଅଭିଯୋଗ ଥିଲେ ମଧ୍ୟ ଗିରଫ କରୁନି ବୋଲଗଡ଼ ପୋଲିସ୍ !
ସୂଚନା ଅନୁସାରେ ଗତମାସ ୨୩ତାରିଖ ସକାଳେ ନିକଟସ୍ଥ ଦଳେଇ ସାହି ପଞ୍ଚାୟତ ଅନ୍ତର୍ଗତ ମାଳିସାହି ଗ୍ରାମର ସନ୍ତୋଷ ମହାପାତ୍ରଙ୍କ ସାନପୁଅ ବିଷ୍ଣୁପ୍ରସାଦ ମହାପାତ୍ର(୧୯) ଙ୍କ ଜ୍ଵର ହେବାରୁ ରକ୍ତପରୀକ୍ଷା ପାଇଁ ଇଲିୟାସଖାଁଙ୍କ ନିକଟକୁ ବଡ଼ଭାଇ ସହ ଆସିଥିଲେ ! ସେଠାରେ ରକ୍ତ ପରୀକ୍ଷା ପରେ ଇଂଲିୟାସ ବାବୁ ନକଲି ଡାକ୍ତରସାଜି ଏକ ଭୁଲ ଇଞ୍ଜେକ୍ସନ ଦେବାରୁ ୧୦ମିନିଟ ମଧ୍ୟରେ ବିଷ୍ଣୁପ୍ରସାଦଙ୍କ ମୃତ୍ୟୁ ଘଟିଥିଲା ! ଏହି ଘଟଣାକୁ ନେଇ ଉତେଜନା ଦେଖାଦେବାରୁ ରଫା ଦଫା ପ୍ରତିଶୁତି ଦେଇ ଖସି ପଳାଇଥିଲେ ! ତା ପରଦିନ ମୃତ ଯୁବକର ପିତା ସନ୍ତୋଷ ମହାପାତ୍ର ବୋଲଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ ! ଥାନା କେସନଂ- ୨୧୯/୨୦୨୫ ରେ ମକଦ୍ଦମା ରୁଜୁ କରାଯାଇଥିଲା ।
ଥାନାର ଏସ୍.ଆଇ ଲିଲିପାଢ଼ୀ ତଦନ୍ତକାରୀ ଅଧିକାରୀ ଭାବେ ଗତ୨୫ ତାରିଖରେ ଘଟଣାସ୍ଥଳ ଅର୍ଥାତ୍ ସୁରଜପାଥାଲାବ ଓ ମେଡିସିନ ଷ୍ଟୋରକୁ ଯାଇ ଏବଂ ମାଲିକ ଇଲିୟାସଙ୍କ ଉପସ୍ଥିତିରେ ତନାଘନା ତଦନ୍ତ କରିଥିଲେ ! ଏହାପରେ ସ୍ୱାସ୍ଥ୍ୟ ବିଭାଗର ଏକ ୪ଜଣିଆ ଟିମ୍ ସୁସାନ୍ତ କୁମାର ସାହୁଙ୍କ ନେତୃତ୍ୱରେ ଆସି ସି.ସି.ଟିଭି ,ରକ୍ତ ପରୀକ୍ଷା ରିପୋର୍ଟ,ଙ୍କପ୍ୟୁଟର, ପ୍ରଭୁତିଯାଞ୍ଚ କରି ସମସ୍ତ ତଥ୍ୟ ସଂଗ୍ରହକରି ଘଟଣା ସତ୍ୟ ଥିବାର ପ୍ରମାଣ ପାଇଥିଲେ। ଏହି ଘଟଣାପରେ ନିଜର ପାଥୋଲାବ ଓ ମେଡିସିନ ଷ୍ଟୋରକୁ ବନ୍ଦକରି ସେହିଦିନ ଠାରୁ ଭଲିୟାସ ଫେରାର ଅଛନ୍ତି, 
ଘଟଣାକୁ ୧୬ ଦିନ ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତକୁ ଗିରଫ କରାଯାଇନାହିଁ । ଏହାକୁ ନେଇ ବୋଲଗଡ଼ ପୋଲିସର କାର୍ଯ୍ୟ କଳାପ ଉପରେ ସନ୍ଦେହ ଉପୁଜିଛି । ତୁରନ୍ତ ନକଲି ଡାକ୍ତରଙ୍କୁ ଗିରଫ ପାଇଁ ମୃତ ଯୁବକଙ୍କ ପରିବାର ଓ ଗ୍ରାମବାସୀ ପକ୍ଷରୁ ଦାବୀ ହେଉଛି । ନଚେତ ଆଗାମୀ ଦିନରେ ପରିବାର ଓ ଗ୍ରାମବାସୀମାନେ ଆନ୍ଦୋଳନକୁ ଓହ୍ଲାଇବା ସହ ଉଚ୍ଚ କର୍ତୃପକ୍ଷଙ୍କୁ ଅଭିଯୋଗ କରିବେ ବୋଲି ମତ ପ୍ରକାଶ କରିଛନ୍ତି ।

 

Recent Comments

Leave Comments

Top