logo
add image
ବାପୁଜୀ ଯୁବସଂଘର ‘ଶିଶିର ଉତ୍ସବ-୨୦୨୫’ ଅନୁଷ୍ଠିତ ।

ବାପୁଜୀ ଯୁବସଂଘର ‘ଶିଶିର ଉତ୍ସବ-୨୦୨୫’ ଅନୁଷ୍ଠିତ ।

ଖୋର୍ଦ୍ଧା/୦୮/୧୦/୨୦୨୫/(ଆଧାର ମିଡ଼ିଆ)-ଖୋର୍ଦ୍ଧାଜିଲ୍ଲା ବୋଲଗଡ଼ ସଦର ମହକୁମାସ୍ଥ ବହୁ ପୁରାତନ ସାଂସ୍କୃତିକ ଅନୁଷ୍ଠାନ ‘ବାପୁଜୀ ଯୁବସଂଘ’ ଏହାର‘ଶିଶିର ଉତ୍ସବ-୨୦୨୫’ ଧୁମ୍‌ଧାମରେ ପାଳନ ହୋଇଯାଇଛି । ବୋଲଗଡ଼ ବଣିଆସାହିର ପୁରୁଖା ଲୋକମାନଙ୍କ ଉଦ୍ୟେମ ଏବଂ ଯୁବ ଶକ୍ତିମାନଙ୍କ ସହଯୋଗରେ ଏହି ଉତ୍ସବ ଦୀର୍ଘ ୧୨୧ବର୍ଷ ଧରି ଅନୁଷ୍ଠିତ ହୋଇଆସୁଛି । 
ଏହି ଶିଶିର ଉତ୍ସବ ଦିର୍ଘ ୪ଦିନ ଧରି ଧୁମ୍‌ଧାମ୍‌ରେ ପାଳିତ ହୋଇଆସୁଅଛି । ପ୍ରତ୍ୟେହ ସନ୍ଧ୍ୟାରେ ଅନୁଷ୍ଠିତ ସାଧାରଣ ସଭାରେ ବହୁ ଅତିଥି ମାନଙ୍କ ମଧ୍ୟରେ ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁ, ବରିଷ୍ଠ କଂଗ୍ରେସ ନେତା ପୃଥିବଲ୍ଲବ ପଟ୍ଟନାୟକ, ଶିଳ୍ପପତି ମାନସ ବେହେରା,ବିଜେପି ନେତା ଅନାଦି ସାହୁ ପ୍ରମୁଖ ଉଦ୍‌ଘାଟନୀ ଓ ଉଦ୍‌ଯାପନୀ ସନ୍ଧ୍ୟାରେ ଯୋଗଦେଇଥିଲେ। ସେହିପରି ସମ୍ମାନୀତ ଅତିଥିଭାବେ ପୂର୍ବତନ ଖୋର୍ଦ୍ଧାଜିଲ୍ଲା କଂଗ୍ରେସ ସଭାପତି ସିଲୁ ମହାପାତ୍ର,ରବୀନ୍ଦ୍ର କୁମାର ପରିଡ଼ା ,ବରିଷ୍ଠ ଶିକ୍ଷାବିତ୍ ହରିବନ୍ଧୁ ସାହୁ,ସଙ୍ଗୀତଜ୍ଞ ବୈକୁଣ୍ଠ ସାହୁ, ଶିକ୍ଷାବିତ୍ ହରିହର ସାହୁ, ଆଇନଜିବୀ ଚିତ୍ତରଞ୍ଜନ ପରିଡ଼ା, ଶିଳ୍ପପତି ଆଲୋକ କୁମାର ସାହୁ, ସାମ୍ବାଦିକ ଦିଲ୍ଲୀପ କୁମାର ଚଉଧୁରୀ, ସତ୍ୟପ୍ରିୟ ପରିଡ଼ା ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେଇଥିଲେ । କାର୍ଯ୍ୟକ୍ରମକୁ ମନୋରଞ୍ଜନ ପଣ୍ଡା ପରିଚାଳନା କରିଥିବାବେଳେ ଅନୁଷ୍ଠାନର ସଭାପତି ସନ୍ଦିପ୍ କୁମାର ପରିଡ଼ା(ବାପି) ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ବାପୁଜୀ ଯୁବ ସଂଘ ବୋଲଗଡ଼ ପକ୍ଷରୁ ସାମାଜିକ ନାଟକ ‘ଫୁଗୁଣ ଅଧେକୁ ଶ୍ରାବଣ ଅଧେ’ ପରିବେଷିତ ହୋଇଥିଲା ।
ସେହିପରି ପ୍ରତ୍ୟେହ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ବଂଶୀଧର ସଙ୍ଗୀତ ମହାବିଦ୍ୟାଳୟର କଳାକାରମାନଙ୍କ ଦ୍ୱାରା ଭକ୍ତିପୂତ ଭଜନ, କଳାହାଣ୍ଡିରୁ ଆସିଥିବା ସାଂସ୍କୃତିକ ଦଳ ଦୁଲୁଦୁୁଲି, ଆସାମ ବିହ୍ୟୁ ,ଓଡିଶୀ ଡ୍ୟାନ୍ସ, ମଡର୍ଣ୍ଣ ଡ୍ୟାନ୍ସ ପ୍ରମୁଖ ବହୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଇଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଶରତ ପରିଡ଼ା ,ସତ୍ୟପ୍ରିୟ ପରିଡ଼ା, ଶକ୍ତିସ୍ୱରୂପ , ବାଙ୍କୁ ସାମନ୍ତରାୟକ, ଅମ୍ଳାନଜ୍ୟୋତି ସାହୁ ପ୍ରମୁଖ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଦେଖିବାପାଇଁ ବୋଲଗ ଡ଼ ଅଞ୍ଚଳରୁ ଶତାଧିକ ଜନସମାଗମ ହୋଇଥିଲା ।

Recent Comments

Leave Comments

Top