logo
add image
ଗଜଲଷ୍ମୀ ପୂଜା ଅବସରରେ ବିଜେପିର ମୁଖ୍ୟ ସଚେତକ ଆଶ୍ରିବାଦ ଭିକ୍ଷା

ଗଜଲଷ୍ମୀ ପୂଜା ଅବସରରେ ବିଜେପିର ମୁଖ୍ୟ ସଚେତକ ଆଶ୍ରିବାଦ ଭିକ୍ଷା

ବୌଦ୍ଧ/୦୯/୧୦/୨୦୨୫/(ଆଧାର ମିଡ଼ିଆ)-ବୌଦ୍ଧ ସହରର ବାଘଗୁଡା ଛକସ୍ଥିତ ଲଷ୍ମୀବଜାର ପୂଜାକମିଟି ପକ୍ଷରୁ ଶ୍ରୀ ନୀଳମାଧବ ଦାସ ଏବଂ କମିଟି ସଦସ୍ୟଙ୍କ ନେତୃତ୍ୱରେ ଆଜି ସନ୍ଧ୍ୟାରେ ମା ଗଜଲଷ୍ମୀ ପୂଜା ଅବସରରେ ୧୦୦୦୮ ଦୀପ ପ୍ରଜ୍ବଳନ କରାଯାଇ ଥିବା ଦେଖିବାକୁ ମିଳିଥିଲା । ଏହି ଦ୍ବୀପ ପ୍ରଜ୍ବଳନ ଉତ୍ସବରେ ବୌଦ୍ଧ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ଶ୍ରୀ ସରୋଜ ପ୍ରଧାନ ଯୋଗଦେଇ ମା ଲକ୍ଷ୍ମୀଙ୍କ ଆଶ୍ରିବାଦ ଭିକ୍ଷା କରିଥିଲେ ପରେ ସନ୍ଧ୍ୟା ଆଳତି କରି ଶ୍ରୀ ପ୍ରଧାନ ୧୦୦୦୮ ଦ୍ବୀପ ପ୍ରଜ୍ବଳନର ଶୁଭାରମ୍ଭ କରିଥିଲେ । ଶତାଧିକ ମହିଳା ଭକ୍ତାଳୁଙ୍କ ହରିବୋଲ ହୁଳହୁଳିରେ ପ୍ରକମ୍ପିତ ହୋଇଉଠିଥିଲା ମାଙ୍କ ପୂଜା ମଣ୍ଡପ । ସୁସଜ୍ଜିତ ଝୋଟିରେ ୧୦୦୦୮ ଦ୍ବୀପ ସଜା ଯାଇଥିବା ଦୃଶ୍ୟ ଅତି ମନଲୋଭା ହୋଇଥିଲା ।

Recent Comments

Leave Comments

Top