logo
add image
ନାଗଭୂଷଣ ପଟ୍ଟନାୟକ ୨୭ତ୍ତମ ଶ୍ରଦ୍ଧାଞ୍ଜଳି ଦିବସ

ନାଗଭୂଷଣ ପଟ୍ଟନାୟକ ୨୭ତ୍ତମ ଶ୍ରଦ୍ଧାଞ୍ଜଳି ଦିବସ

ବିଷମକଟକ/୦୯/୧୦/୨୦୨୫/(ଆଧାର ମିଡ଼ିଆ//ରିପୋର୍ଟ-କାଷିନାଥ ପାଳ)-ସି ପି ଆଇ (ଏମଏଲ) ଲିବରେସନ ତରଫରୁ ନାଗଭୂଷଣ ପଟ୍ଟନାୟକଙ୍କ ୨୭ତ୍ତମ ଶ୍ରଦ୍ଧାଞ୍ଜଳି ଦିବସରେ ଗୁଣପୁର ବାଇପାସ୍ ଛକରେ ଓ ବିଷମ କଟକରେ ରାଜ୍ୟ ସମ୍ପାଦକ ଯୁଧିଷ୍ଟିର ମହାପାତ୍ର ପୁଷ୍ପ ମାଲ୍ୟାର୍ପଣ କରିବା ପରେ ବିଶାଳ ଶୋଭାଯାତ୍ରା ବାହାରି ବିଜୁ କଲ୍ୟାଣ ମଣ୍ଡପ ଠାରେ ଏକ ଗଣ କନଭେନସନ କରାଯାଇଥିଲା। 
ନାଗଭୂଷଣ ପଟ୍ଟନାୟକ ବନାରସ ହିନ୍ଦୁ ବିଶ୍ଵବିଦ୍ୟାଳୟରେ ଗଣିତର ଛାତ୍ରଥିଲେ । କଟକ ସ୍ଥିତ ମଧୁସୂଦନ ଆଇନ ମହାବିଦ୍ୟା ଳୟରୁ ଆଇନଶିକ୍ଷା ସମାପ୍ତ କରିଥିଲେ। ଛାତ୍ର ଜିବନରୁ (SFI) ଛାତ୍ର ସଂଗଠନର ସକ୍ରୀୟ ସଦସ୍ଯ ଥିଲେ।୧୯୬୧ ମହିହାରେ କମୁନିଷ୍ଟ ପାର୍ଟି ସଦସ୍ୟହୋଇ କୋରାପୁଟ ଓ ମାଲକାନଗିରି ଅଞ୍ଚଳରେ ଆଦିବାସୀ ଓ କୃଷକମାନଙ୍କୁ ଏକଜୁଟ କରି ଲଡେଇ କରିଥିଲେ। ୧୯୬୭ ମସିହା କଲିକତାରେ ନକସାଲବାଡିରେ କୃଷକ ଆନ୍ଦୋଳନ ଚାଲୁଥିବା ସମୟରେ ନାଗଭୂଷଣ ଗୁଣପୁର ରେ ଓକିଲାତ କରୁଥିଲେ। ୧୯୬୯ ମସିହାରେ କୃଷକ ଆନ୍ଦୋଳନ ଚାଲୁଥିବା ସମୟରେ ୧୯୬୯ ମସିହାରେ ଗିରଫ ହୋଇ ବିଶାଖାପାଟଣା ଜେଲରେ ରହିବା ସମୟରେ ଜେଲଭାଙ୍ଗି ଖସି ଫଳେଇଥିଲେ। ପୁଣି ୧୯୬୯ ମସିହା ଅକ୍ଟୋବର ମାସରେ ଗିରଫ ହେଲେ। ସରକାର ମିଥ୍ଯା କେସରେ ୧୯୭୦ ମସିହାରେ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଥିଲେ।
ଏହାପରେ ସାରା ଦେଶରେ ଆନ୍ଦୋଳନ ଓ ଦେଶଭକ୍ତ ଏବଂ ଜନବାଦୀ ମାନଙ୍କ ଅଭିଯାନ ଓ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଓ ସର୍ବୋଦୟ ନେତ୍ରୀ ମାଳତୀ ଚୌଧୁରୀ ମିଶି ଇନ୍ଦିରାଗାନ୍ଧୀଙ୍କୁ ୧୯୭୧ ମସିହାରେ ମୁକ୍ତିପାଇଁ ଆବେଦନ କରିବାପରେ ରାଷ୍ଟ୍ରପତି ନାଗଭୂଷଣ ମୃତ୍ୟୁଦଣ୍ଡକୁ ଆଜିବନ କାରାବାସକୁ ପରିବର୍ତ୍ତନ କରିଥିଲେ। ସାରା ଦେଶରେ ପାର୍ଟିକୁ ବିସ୍ତାର କରିବାପରେ୧୯୮୯ ମସିହା ଅକ୍ଟୋବର ୯ ତାରିଖ ଦିନ ଚେନାଇ ମେଡିକାଲରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ। 
ଉକ୍ତ କାର୍ଯ୍ୟକ୍ରମରେ କୈଳାସ ଶବର, ଜଗଦୀଶ ବିଡିକା, ସୁଜାତା ଶବର, ପୁଷ୍ପା ଶବର,ପ୍ରେମା ପଦକା, କେଶବ ରଇତ, ରମେଶ ବିଡିକା, ପ୍ରକାଶ ମାଝୀ, ଅନିରୁଧ୍ୟ ନିଶିକା, ମୁରୋଲି କାଡ୍ରାକା, ମାଥ୍ୟୁ ରଇତ, ମୂର୍ତ୍ତୀ ମିଣିଆକା, କରୁଣା କର ଲିମା, ବୃନ୍ଦାବନ ବିଡିକା, ପି ଭେକଂଟ ରାଓ ଵିଷମକଟକ ଠାରେ ତ୍ରୀପାଠି ଉପସ୍ଥିତ ଥଲେ

Recent Comments

Leave Comments

Top