କାକଟପୁର/୧୦ /୧୦/୨୦୨୫/(ଆଧାର ମିଡ଼ିଆ//ତୁଷାର ଦୀକ୍ଷିତ)-:କେହି କିଛି ବୁଝିବା ଆଗରୁ ହଟାତ ସୋସିଆଲ ମିଡିଆରେ ଘୁରି ବୁଲିଲା ଶୋକର ଛାୟା, ବଜାର ଘାଟରେ ଠାକୁ ଠା ଆଲୋଚନା ହେଉଛି ଭାଇନା ଜଣେ ମିଷ୍ଠଭାଷୀ ପରୋଉପକାରୀ ମଣିଷଥିଲେ. ହୃଦୟ ବିଦାରକ ଘଟଣା ତାଙ୍କର ନିଷ୍ପାପ ଦୁଇଝିଅ ଏବେ କଣକରିବେ ଏମିତି ଆଲୋଚନା ହେଉ ହେଉ ଶୁଣିବାକୁ ମିଳିଲା ଯେ ସେହେଉଛନ୍ତି ସମସ୍ତଙ୍କର ଅତିପ୍ରିୟ ଓ ଆପଣାର ଲଳିତରଥ. କାକଟପୁର ଥାନା ଅଧିନସ୍ଥ ନରଣପୁର ଗ୍ରାମରେ ତାଙ୍କର ଘର ଏବଂ ଜଣେ ବରିଷ୍ଠ ବିଜେପି ଦଳର ଆଗଧାଡ଼ିର ନେତା. ତାଙ୍କ ଛାତ୍ର ଜୀବନରୁ ସେ ବିଜେପି ସଂଗଠନ ସହିତ ଜଡିତ ରହିଛନ୍ତି,ଦଳ ସରକାରକୁ ଆସିଲା ଭାବିଥିଲେ ଗରିବ ଗୁରୁବାଙ୍କ ସେବା କରିବେ କିନ୍ତୁ ବିଧିର ବିଧାନ ଥିଲା ଅଲଗା ଗୁରୁବାର ହୃଦଘାତରେ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଯାଇଛି l
ସ୍ୱର୍ଗତ ରଥ ଛାତ୍ର ଜୀବନରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ସହିତ ଜଡିତ ରହି ଦୀର୍ଘଦିନ କାମ କରିବା ପରେ କାକଟପୁର ବିଜେପିର ଏକ ଲଢୁଆ କର୍ମୀଭାବେ ବେଶ ପରିଚିତ ଥିଲେ l ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର କନିଷ୍ଠ ଭ୍ରାତା ନଳିନୀ ରଥ, ଭଉଣୀ ଏବଂ ଭିଣୋଇ ଉପସ୍ଥିତ ଥିଲେ l ପ୍ରଥମେ ତାଙ୍କ ପାର୍ଥିବ ଶରୀରକୁ ଏକ ବିରାଟ ପଟୁଆରରେ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ନିଆଯିବା ପରେ ସେଠାରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ସଂଗଠନ ମହାମନ୍ତ୍ରୀ, ପୂର୍ବତନ ସଂଗଠନ ସମ୍ପାଦକ ସାରଦା ଶତପଥୀ ପ୍ରମୁଖ ଉପସ୍ଥିତ ରହି ତାଙ୍କ ମରଶରୀର ଉପରେ ଦଳୀୟ ପତାକା ଏବଂ ପୁଷ୍ପମାଲ୍ୟ ଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l
ପରେ ତାଙ୍କୁ ନିଜ ପୈତୃକ ଗ୍ରାମ ନରଣପୁରକୁ ଅଣାଯିବା ବାଟରେ ବଲରା ଠାରୁ କାକଟପୁର ଦଳୀୟ କାର୍ଯ୍ୟାଳୟକୁ ନିଆ ଯାଇଥିଲା l ସେଠାରେ କାକଟପୁର ବିଜେପି ବିଧାୟକ ପ୍ରାର୍ଥୀ ବାଇଧର ମଲ୍ଲିକ, କାକଟପୁର ବ୍ଲକ ପୁରୀଜିଲ୍ଲା ସାଂସଦ ପ୍ରତିନିଧିସୁଦର୍ଶନ ସ୍ବାଇଁ,ଯୁବ ସଂଗଠକ ପ୍ରିୟବ୍ରତ ବିଶ୍ୱାଳ,ବ୍ଲକ ସାଂସଦ ପ୍ରତିନିଧି କୈଳାଶ ଚନ୍ଦ୍ର ନାୟକ,ଜିଲ୍ଲା ଉପସଭାପତି ରତିକାନ୍ତ ବେହେରାଙ୍କ ସମେତ ଶତାଧିକ ବିଜେପି କର୍ମୀ ଶ୍ରଦ୍ଧା ସୁମନ ଅର୍ପଣ କରିବା ପରେ ଲଳିତ ରଥ ଅମର ରହେ ସ୍ଲୋଗାନ ଦେଇ ବଜାର ପରିକ୍ରମା କରିଥିଲେ l ତାଙ୍କ ପାର୍ଥିବ ଶରୀରକୁ ପୁରୀ ସ୍ୱର୍ଗଦ୍ୱାରରେ ଅନ୍ତିମ ସଂସ୍କାର କରାଯାଇଥିଲା l ପୁତୁରା କମଳ ରଥ ମୁଖାଗ୍ନି ଦେଇଥିବାବେଳେ ତାଙ୍କ ମୁତ୍ୟୁରେ କାକଟପୁର ଅଞ୍ଚଳ ରେ ଗଭୀର ଶୋକ ପ୍ରକାଶ ପାଇଛି
Recent Comments