logo
add image
ଏଲପିଜି ଗ୍ୟାସ ସିଲିଣ୍ଡର ଓଜନର ଧରପଗଡ

ଏଲପିଜି ଗ୍ୟାସ ସିଲିଣ୍ଡର ଓଜନର ଧରପଗଡ

ପୁରୀ/୨୮/୧୦/୨୦୨୫(ଆଧାର ମିଡ଼ିଆ)ବୈଧ ଓଜନ ମାପ ନିୟନ୍ତ୍ରକଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଜି ପୁରୀର ବିଭିନ୍ନ ଏଲପିଜି ଡିଲରଙ୍କ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଚଢାଉ କରାଯାଇଥିଲା।ଏହି ଚଢ଼ାଉ ସମୟରେ ସିଲିଣ୍ଡର ଓଜନ ପାଇଁ ବ୍ୟବହାର ହେଉଥିବା ଓଜନ ମେସିନର ଯାଞ୍ଚ ମଧ୍ୟ କରାଯାଇଥିଲା।ଏହାସହିତ,ଭର୍ତ୍ତି ହୋଇଥିବା ଏଲପିଜି ସିଲିଣ୍ଡରର ଓଜନ ଠିକ୍ ଅଛି କି ନାହିଁ ତାହା ମଧ୍ୟ ଯାଞ୍ଚ ହେଉଛି।ଏଲପିଜି ସିଲିଣ୍ଡର ଓଜନ ଠିକ ରହିଥିଲା ବେଳେ ଅନ୍ୟ ନିୟମ ଉଲଙ୍ଘନ ପାଇଁ ୧୨ ହଜାର ଟଙ୍କା ର ଜୋରିମାନା ଆଦାୟ କରାଯାଇଥିଲା।ଏହାସହ ବିଭିନ୍ନ ପରିବା ଏବଂ ଗ୍ରୋସେରୀ ଦୋକାନ ଉପରେ ମଧ୍ୟ ଚଢ଼ାଉ କରାଯାଇଥିଲା।
 

Recent Comments

Leave Comments

Top