ସୋନପୁର/୩୧/୧୦/୨୦୨୫(ଆଧାର ମିଡ଼ିଆ)ଆଜି ଦିନ ସକାଳ ୮ ଘଟିକା ସମୟରେ ଗୋଟିଏ ଟିମ୍ ଗଠନ ହୋଇ ସୋନପୂର୍ ର ବିଭିନ୍ନ ସ୍ଥାନରୁ ୩ଟି ଭିକ୍ଷା ମାଗିଥିବା ଶିଶୁଙ୍କୁ ଉଦ୍ଧାର କରିଛନ୍ତି,ଏହି କାର୍ଯ୍ୟରେ ଜିଲ୍ଳା ପ୍ରକଳ୍ପ ସଂଯୋଜକ ସୁଜିତ୍ କୁମାର ମିଶ୍ର ଚାଇଲ୍ଡ ହେଲ୍ପ ଲାଇନ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାସ ସମେତ ଡିସିପିୟୁ ର କାଉନସିଲର ପ୍ରଶାନ୍ତ ମହାକୁଡ ଚାଇଲ୍ଡ ହେଲ୍ପ ଲାଇନର କାଉନସିଲର ସୁଧୀର କୁମାର ଦାସ, ସୁପରଭାଇଜର ଧର୍ମେନ୍ଦ୍ର ଦାସ,ସୋନ୍ତୋସି ମେହେର,କେସ ୱର୍କର ଗୌରୀ ଜଗଦଲା,ମାନସ ସାହୁ ଏବଂ ସୋନପୂର୍ ପୋଲିସ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ,ତିନି ଶିଶୁଙ୍କୁ ଶିଶୁ କଲ୍ୟାଣ ସମିତିରେ ଉପସ୍ଥାପନା କରଯାଇଥିଲା ସେଠାରେ ଥିବା ସଦସ୍ୟ ଶାନ୍ତନୁ କର୍ଣ୍ଣ ଏବଂ ହେମନ୍ତ ଶା ଉତ୍କଳ ବଲାସ୍ରମ ସୋନପୁର ରେ ରହିବା ପାଇଁ ଆଦେଶ ଦେଇଥିଲେ,ବର୍ତ୍ତମାନ ତିନି ଶିଶୁ ଉତ୍କଳ ବାଲାଶ୍ରମରେ ରଖାଯାଇଥିବା ଜିଲ୍ଲା ପ୍ରକଳ୍ପ ସଂଯୋଜକ ସୁଜିତ୍ କୁମାର ମିଶ୍ର ସୂଚନା ଦେଇଛନ୍ତି।
Recent Comments