କଣିହାଁ/୩୧/୧୦/୨୦୨୫(ଆଧାର ମିଡ଼ିଆ //ରିପୋର୍ଟ-ଟୁନା ସାହୁ)ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକର କଂସମୁଣ୍ଡ ମାଆ ମାଡୁହା ମନ୍ଦିର ଠାରେ ବୁଧବାର ପୂର୍ବାହ୍ନରେ ହରମୋହନ ସାହୁ ଙ୍କ ନେତୃତ୍ୱରେ କଣିହାଁ ପଞ୍ଚାୟତ ପକ୍ଷରୁ,କଣିହାଁ ତାଳଚେର ବିକାଶ ମଞ୍ଚର,ଆଞ୍ଚଳିକ ସମସ୍ୟାକୁ ନେଇ ଏକ ଗୁରୁତ୍ୱ ପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇ ଯାଇଛି,କଣିହାଁ ତାଳଚେର ବିକାଶ ମଞ୍ଚର ସଭାପତି ଦେବେନ୍ଦ୍ର ସିଂହ,ସମ୍ପାଦକ ସବିତା ରାଣୀ ସାହୁ, ସମାଜ ସେବି ରଶ୍ମିତା ସାହୁ ଏବଂ ତାଳଚେରର ବରିଷ୍ଠ ସାମ୍ବାଦିକ ମନୋଜ ଶତପଥି ଯୋଗ ଦେଇଥିଲେ,ବୈଠକ ରେ କଣିହାଁ ଏକ ସମସ୍ୟା ବହୁଳ ଅଞ୍ଚଳ ଖଣି, ପାଣି, ପ୍ରକଳ୍ପ, ସମସ୍ୟାରେ କଣିହାଁ ଅଞ୍ଚଳ ବାସି ପେଷି ହେଉଥିବା ବେଳେ,ଏଥିପ୍ରତି ଶାସନ, ପ୍ରଶାସନ କାହାର ନଜର ପଡ଼େନାହିଁ,ଆଲୋଚନା ହୋଇଥିଲା ଏ ଅଞ୍ଚଳରେ ୨ଟି ବୃହତ ବିଜୁଳି ଶକ୍ତି ପ୍ରକଳ୍ପ ଗଢି ଉଠି ଥିବାବେଳେ ଏଥିରୁ ନିର୍ଗତ ପାଉଁଶ ଓ ବର୍ଜ୍ୟବସ୍ତୁ ମିଶ୍ରିତ ପାଣି, ନଦୀ ନାଳରେ ମିସି ଲୋକଙ୍କୁ ବିଭିନ୍ନ ପ୍ରକାର ରୋଗର ଶିକାର ହେଉଛନ୍ତି, ଏନଟିପିସି ଏବଂ ଜେଆଇପିଏଲ ର ଆସପଣ୍ଡ ରୁ ସାମାନ୍ୟ ପବନରେ ମଧ୍ୟ ,ପାଉଁଶ ଉଡି କଣିହାଁ ଅଞ୍ଚଳର ଦଶ,ପନ୍ଦର ଖଣ୍ଡ ଗାଁକୁ କବଳିତ କରିଵା ସହିତ ଲୋକମାନେ ଅଣନିଶ୍ୱାସୀ ପଡନ୍ତି ଏବଂ ରାସ୍ତା ଘାଟରେ ଯିବା ଆସିବାରେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି, ଆଉ ରାସ୍ତା ଘାଟ କଥା ନକହିଵା ଭଲ, କଣିହାଁ ଠାରୁ ଗୋଡିବନ୍ଧ ପର୍ଯ୍ୟନ୍ତ ରାସ୍ତା ମରଣଯନ୍ତା ପାଲଟିଥିବା ବେଳେ ଆଣ୍ଠୁଏ ଆଣ୍ଠୁଏ ଖାଲ ଖମାରେ ପ୍ରତିଦିନ ସହ ସହ କୋଇଲା ଏବଂ ଆସ ବୋଝେଇ ଟ୍ରକ ଯାତାୟାତ ହେଉଅଛି,ଏହା ସହିତ ଶିକ୍ଷା, ପାନୀୟ ଜଳ ସଙ୍କଟ, ଗମନା ଗମନ,ଧୂଳି ଧୂଆଁ ସମସ୍ୟାକୁ ନେଇ ଆଗାମୀ ଦିନରେ ପ୍ରଶାସନିକ ସ୍ତରରେ କଣିହାଁ ଅଞ୍ଚଳର ତ୍ୱରିତ ସମାଧାନ ହେବ,ତାକୁ ନେଇ ବୈଠକରେ ଗୁରୁତ୍ୱପୂର୍ଣ ଆଲୋଚନା ହୋଇଥିଲା, ବୈଠକରେ ଉପସ୍ଥିତ ଥିବା ବିକାଶ ମଞ୍ଚର ବିକ୍ରମ ସାହୁ,ଅନ୍ତର୍ଯ୍ୟାମୀ ପ୍ରଧାନ,ସୁବାସ ସାହୁ ବାବୁଲି ବେହେରା,କୃପାସିନ୍ଧୁ ଦେହୁରୀ,ଶ୍ରୀନିବାସ ସାହୁ,ଶଙ୍କର ଭୋଇ,ଅଜୟ ଦେହୁରୀ ଅଥାନି ବେହେରା,ଶ୍ୟାମଘନ ନାୟକ,ବଳରାମ ଷଣ୍ଡ,ସରୋଜ ଦେହୁରୀ,ମୋହନ ଚନ୍ଦ୍ର ପ୍ରଧାନ,ବଳଭଦ୍ର ନାଏକ,ଟିକନ ସାହୁ,ହେମନ୍ତ ବେହେରା ନରୋତ୍ତମ ସେଠି,ପ୍ରତାପ ପ୍ରଧାନ,ଦୀପକ ପ୍ରଧାନ, ସଚିନ ସାହୁ,ବାଉରୀ ବେହେରା,ଦାମୋଡର ବାରିକ,ରାଜକିଶ୍ୱର ସାହୁ ସମେତ ଅନେକ ସାଧାରଣ ଲୋକ ଉପସ୍ଥିତ ଥିଲେ।
Recent Comments