logo
add image
 ଅଁଳା ନବମୀ ରାଧା ପାଦ ଦର୍ଶନ ଅବସରରେ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମ 

 ଅଁଳା ନବମୀ ରାଧା ପାଦ ଦର୍ଶନ ଅବସରରେ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମ 

ପୁରୀ/୩୧/୧୦/୨୦୨୫(ଆଧାର ମିଡ଼ିଆ)ଆଜି ଆଚାର୍ଯ୍ୟ ହରିହର ଶିଶୁ ଭବନ,ସାକ୍ଷୀଗୋପାଳଠାରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଏକତା ଦିବସ ପାଳନ ଓ ଶପଥ ଗ୍ରହଣ ତଥା ଅଁଳା ନବମୀ ରାଧା ପାଦ ଦର୍ଶନ ଅବସରରେ ଶିଶୁ ସୁରକ୍ଷା ସମ୍ପର୍କିତ ସୂଚନା,ଶିକ୍ଷା,ସମ୍ପ୍ରସାରଣ ଶିବିର ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମ ସ୍ଥାନୀୟ ପ୍ରଶାସନ ସହାୟତାରେ ଆୟୋଜିତ ହୋଇଥିଲା।ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରା ଯୋଗ ଦେଇଥିବା ବେଳେ ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ,ଉପ ଆରକ୍ଷୀ ଅଧୀକ୍ଷକ ତିଳୋତ୍ତମା ରାଉତ, ଶିଶୁ ମଙ୍ଗଳ କମିଟି ସଦସ୍ୟ ଉପେନ୍ଦ୍ର ବିଶ୍ୱାଳ,କିଶୋର ନ୍ୟାୟ ବୋର୍ଡ଼ ସଦସ୍ୟ ମହାବୀର ରୁଦ୍ର ନାରାୟଣ ସାହୁ, ସୁରକ୍ଷା ଅଧିକାରୀ ଶୁଭ ନାରାୟଣ ଶତପଥୀ,ଆଇନ ପରିବୀକ୍ଷ ଅଧିକାରୀ ସନ୍ତୋଷ କୁମାର ସାହୁ, ସାମାଜିକ କର୍ମୀ ବିଜୟ କୁମାର ପରିଡ଼ା,ଚାଇଲଡ ହେଲ୍ପ ଲାଇନ କର୍ମକର୍ତ୍ତା ସୂର୍ଯ୍ୟକାନ୍ତ ପଣ୍ଡା,ଭବାନୀ ଶଙ୍କର ପଲେଇ ପ୍ରମୁଖ ଉପସ୍ଥିତ ଥିଲେ। ଅତିରିକ୍ତ ଜିଲ୍ଲାପାଳ ଆଚାର୍ଯ୍ୟ ହରିହର ଶିଶୁ ଭବନ ପରିସରକୁ ପରିଦର୍ଶନ ରେ ଯାଇ ଏକତା ଦିବସ ଶପଥ ଗ୍ରହଣରେ ଅଂଶ ଗ୍ରହଣ କରିଥିଲେ ଓ ଶିଶୁମାନଙ୍କ ସହ ବାର୍ତ୍ତାଳାପ କରିଥିଲେ।ଏହାପରେ ଶିଶୁ ସୁରକ୍ଷା ସମ୍ବନ୍ଧୀୟ ସୂଚନା ଶିକ୍ଷା ସମ୍ପ୍ରସାରଣ ଶିବିର ଉଦଘାଟନ କରିବା ସହିତ ଆଶ୍ରମ ଅନ୍ତେବାସୀଙ୍କ ସହିତ ରାଧା ପାଦ ଦର୍ଶନ କରିଥିଲେ। ଜନସମାଗମକୁ ଦୃଷ୍ଟିରେ ରଖି ଚାଇଲଡ ହେଲ୍ପଲାଇନ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ କର୍ମକର୍ତ୍ତା ମାନେ ଶିଶୁ ଅଧିକାର, ଶିଶୁ ସୁରକ୍ଷା,ଚାଇଲ୍ଡ ହେଲ୍ପଲାଇନ ନିଶୁଳ୍କ ଫୋନ ନମ୍ବର ୧୦୯୮ ସମ୍ବନ୍ଧୀୟ ସୂଚନା ପତ୍ର ଲିଫଲେଟ ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଆଚାର୍ଯ୍ୟ ହରିହର ଶିଶୁ ଭବନର ଅଧିକ୍ଷକ ସୁବୋଧ କୁମାର ସ୍ୱାଇଁ ଓ କର୍ମକର୍ତ୍ତାମାନେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଶିଶୁ ମାନେ ଉପଭୋଗ କରିବା ସହିତ ଖୁସିବ୍ୟକ୍ତ କରିଥିଲେ।

Recent Comments

Leave Comments

Top