logo
add image
ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀରେ ମୁନିଗୁଡା ପୋଲିସର ମାରାଥନ୍ ଗଣଦୌଡ

ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀରେ ମୁନିଗୁଡା ପୋଲିସର ମାରାଥନ୍ ଗଣଦୌଡ

ଵିଷମକଟକ/୩୧/୧୦/୨୦୨୫(ଆଧାର ମିଡ଼ିଆ//ରିପୋର୍ଟ-କାଶିନାଥ ପାଳ)ଭାରତରତ୍ନ ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ସାରା ରାଜ୍ୟରେ ପୋଲିସ ପକ୍ଷରୁ ଏକତା ଗଣ ଦୌଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ରାୟଗଡା ଜିଲ୍ଲା ମୁନିଗୁଡା ପୋଲିସ ପକ୍ଷରୁ ଆଇଆଇସି ଶ୍ରୀ ମତିସୌ ଦାମିନି ବେହେରାଙ୍କ ସଂଯୋଜନାରେ ଆୟୋଜିତ ରାଷ୍ଟ୍ରୀୟ ଏକତା ଗଣଦୌଡ଼ ଅନୁଷ୍ଠିତ ହୋଇଥିଲା।ଏହି ମହାନ୍ କାର୍ଯ୍ୟକ୍ରମରେ ଯୁବକ ଯୁବତୀ, ଛାତ୍ର ଛାତ୍ରୀ,ବଣିକ ସଂଘ, ଅବସରପ୍ରାପ୍ତ କର୍ମଚାରୀ ସଂଘ, ସାମାଜିକ ସେଵା କର୍ମକର୍ତ୍ତା, ଗଣମାଧ୍ୟମ ପ୍ରତିନିଧି,ସରକାରୀ କର୍ମଚାରୀ, ଅବସରପ୍ରାପ୍ତ ସାମରୀକ କର୍ମଚାରୀ,ପୋଲିସ୍ କର୍ମଚାରୀଙ୍କ ସମେତ ସାଧାରଣ ଲୋକ ମଧ୍ୟ ଏହି ଦୈଡରେ ଭାଗ ନେଇଥିଲେ।ଏହି ଗଣଦୈଡକୁ ମୁଖ୍ୟ ଅତିଥି ଏସଡିପିଓ ଶ୍ରୀମତୀ ସନ୍ତୋସୀନି ଓରାମ ଓ ସମ୍ମାନୀତ ଅତିଥି ତହସିଲଦାର ଏମ୍ ଅନୁରାଧା ସବୁଜ ପତାକା ହଲାଇ ଶୁଭାରମ୍ଭ କରିଥିଲେ। ଏହି ଗଣଦୈଡ ମୁନିଗୁଡା ପୋଲିସ ଷ୍ଟେସନରୁ ହୁକୁମତୋଳା ଶିବ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା।ଏହି ଅବସରରେ ଆଇଆଇସି ଶ୍ରୀମତୀ ବେହେରା ତାଙ୍କ ଭାଷଣରେ କହିଥିଲେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଆଦର୍ଶ,ତାଙ୍କ ଦୃଢ ନେତୃତ୍ଵ ଓ ଦେଶ ପ୍ରେମ୍,ଏକତା ଓ ସତ୍ୟ ନିଷ୍ଠାକୁ ଆମେ ମାନି ଚଳିଲେ ଦେଶ ବିଭାଜନ ଉପରେ ଯେଉଁ ସାମ୍ପ୍ରଦାୟିକ ହିଂସାକାଣ୍ଡ,ଦଙ୍ଗା ହେଉଛି ଆମର ଏକତା ବଳରେ ତାହା ଅପସାରିତ ହେବାର ବାଟ ଦେଖାଇ ଉଦାହରଣ ସୃଷ୍ଟି କରି ଚାଲିଯାଇଛନ୍ତି ଲୈହମାନଵ। ଏସଡିପିଓ ଶ୍ରୀମତୀ ଓରାମ କହିଛନ୍ତି ସର୍ଦାର ପଟେଲଙ୍କ ୧୫୦ତମ ଜୟନ୍ତୀ ଅବସରରେ ତାଙ୍କୁ ଆମେ ସ୍ମରଣ କରୁଛୁ‌ କେବଳ ଏକ ମହାନ ସ୍ବାଧୀନତା ସଂଗ୍ରାମୀ ଭାବେ ନୁହଁ ବରଂ ଜାତୀୟ ଏକତା ଓ‌ ଏକାତ୍ମତାର ପ୍ରତୀକ ଭାବେ। ଅନ୍ୟ ଅତିଥି ତହସିଲଦାର ଏମ୍ ଅନୁରାଧା ତାଙ୍କ ବକ୍ତବ୍ୟରେ କହିଥିଲେ‌ ସର୍ଦାର ପଟେଲ ଆମକୁ ଶିକ୍ଷାଇଥିଲେ ଦେଶ ପ୍ରେମ୍ ମାନେ କେଵଳ ଶବ୍ଦ ନୁହେଁ,ଏହା ହେଉଛି କର୍ତ୍ତବ୍ୟ ଓ ଦାୟିତ୍ଵର ଅଭିବ୍ୟକ୍ତ।ଜନସେବା,ସମାଜ ସେବା ଏବଂ ଜାତୀୟ ଏକତା ହେଉଛି ତାଙ୍କ ଜୀବନର ପାଠ।ତାଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ଆମେ ଏହା ନିଶ୍ଚୟ କରିବା ଉଚିତ ଯେ ଆମ ଦେଶ,ଆମ ରାଜ୍ୟ ଓ ଆମ ସମାଜ ମଧ୍ୟରେ ଏକତା, ସହିଷ୍ଣୁତା ଓ ଭାଇଚାରାର ସମ୍ପର୍କ ରହୁ,ତେଣୁ ଯୁବପିଡି ତାଙ୍କ ଆଦର୍ଶକୁ ଅନୁସରଣ କରି ଦେଶ ଗଢିବାରେ ନିଜ ଅଂଶଦାନ ନିଅନ୍ତୁ।ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା କୃତି ପ୍ରତିଯୋଗୀଙ୍କୁ ଅତିଥି ମାନପତ୍ର ସହ ପୁରସ୍କାର ବିତରଣ କରିଥିଲେ।ଏହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ଡାଇନାମିକ ଏସ୍ଆଇ ବିକାଶ ଦେଵନାଥ,ଜୟ ଚାନ୍ଦ ସାହୁ,ରଵିନାରାୟଣ ସାହୁ,ଗୈରଚନ୍ଦ୍ର ପଣ୍ଡା,ରଞ୍ଜୁ ଶଵର,ଗୋବିନ୍ଦ ଜାକେସିକା,ଜୁଲି ଦାସ, ହୋମଗାର୍ଡ କମାଣ୍ଡର ଟୁଲୁ ପାଢି ପ୍ରମୁଖ ଉପସ୍ଥିତ ଥିଲେ।
 

Recent Comments

Leave Comments

Top