ବାଲିଗୁଡା/୦୧/୧୧/୨୦୨୫(ଆଧାର ମିଡ଼ିଆ//ରିପୋର୍ଟ-ସଞ୍ଜୟ କୁମାର ପାଣିଗ୍ରାହୀ)କନ୍ଧମାଳ ଜିଲ୍ଲା ବାଲିଗୁଡା ଉପ କୋଷାଗାର କାର୍ଯ୍ୟାଳୟ ପରିସରରେ ବିନା ଶୁଳ୍କରେ ପେନସନ ଉପଭୋକ୍ତାଙ୍କ ବାର୍ଷିକ ଜୀବନ ପ୍ରମାଣପତ୍ର ଦାଖଲ ପାଇଁ ମୋ ସେବା କେନ୍ଦ୍ରରେ ସହାୟତା କେନ୍ଦ୍ରରେ କାର୍ଯ୍ୟ ଆରମ୍ଭ ହୋଇଛି।ଉପ କୋଷାଗାର ଅଧିକାରୀ ସୁଧାକର କହଁର,ପ୍ରଭାତ ନାୟକ,ବନିତା ବେହେରା,ମିନତି କୁମାର ମିଶ୍ର,ମୋ ସେବା କେନ୍ଦ୍ର ର ଜିଲ୍ଲା ପରିଚାଳକ ତୁଷାରକାନ୍ତ ପ୍ରଧାନ,ଅଫିସ ରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।ଏଥିରେ ବାଲିଗୁଡା ଅଞ୍ଚଳ ର ବହୁ ପେନସନ ଉପଭୋକ୍ତା ନିଜର ଆଧାର କାର୍ଡ,ପେନସନ ବହି,ବ୍ୟାଙ୍କ ପାସ ବୁକ ଏବଂ ମୋବଇଲ ନମ୍ବର ସଂଯୋଗ କରି ବିନା ଶୁକ୍ଳରେ ସେମାନଙ୍କ ଜୀବନ ପ୍ରମାଣପତ୍ର ହାତପାଆନ୍ତରେ ପାଇଥିଲେ।ମୋ ସେବା କେନ୍ଦ୍ର ମାଧ୍ୟମରେ ପେନସନ ଉପଭୋକ୍ତାଙ୍କ ଘର କୁ ଯାଇ ସେବା ଯୋଗାଇ ଦେବାର ବ୍ୟବସ୍ଥା ମଧ୍ୟ୍ୟ ଅଛି। ରାଜ୍ୟ ସରକାର ଙ୍କ ଏହି ଯୋଜନା କୁ ପେନସନ ଉପଭୋକ୍ତା ମାନେ କୃତଜ୍ଞତା ଜଣାଇଛନ୍ତି।
Recent Comments