logo
add image
ଆଦିବାସୀ ମହାବିଦ୍ଯାଳୟରେ ଦୁର୍ନୀତି ନିବାରଣ ସଚେତନତା ପଦଯାତ୍ରା

ଆଦିବାସୀ ମହାବିଦ୍ଯାଳୟରେ ଦୁର୍ନୀତି ନିବାରଣ ସଚେତନତା ପଦଯାତ୍ରା

ବାଲିଗୁଡା/୦୧/୧୧/୨୦୨୫(ଆଧାର ମିଡ଼ିଆ//ସଞ୍ଜୟ କୁମାର ପାଣିଗ୍ରାହୀ)କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ଯାଳୟ ପରିସରରେ ଦୁର୍ନୀତି ନିବାରଣ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି।ଏଥିରେ ଭାରପ୍ରାପ୍ତ ଅଧ୍ଯକ୍ଷ ଡ.ବିଭୂତି ଭୂଷଣ ଆଚାର୍ଯ୍ଯ,ଯୁବ ରେଡକ୍ରସ୍ କାଉନସେଲର ମାନସ ରଂଜନ ପ୍ରଧାନ,ଜାତୀୟ ସେବା ଯୋଜନା ଅଧିକାରୀ ଶ୍ରୀମତୀ ଅରୁନ୍ଧତୀ ପ୍ରଧାନ,ଅଧ୍ଯାପକ ଅବିନାଶ ମହାପାତ୍ର ଙ୍କ ସମେତ ମହାବିଦ୍ୟାଳୟର ୫୦୦ ରୁ ଊର୍ଧ୍ଧ ଛାତ୍ରଛାତ୍ରୀ ଉପସ୍ଥିତ ରହି ମହାବିଦ୍ଯାଳୟରୁ ବାହାରି ସମଗ୍ର ସହର ପରିକ୍ରମା କରି ଦୁର୍ନୀତିମୁକ୍ତ ସମାଜ ଗଠନ ସକାଶେ ଆହ୍ୱାନ ସମ୍ପର୍କିତ ବିଭିନ୍ନ ସ୍ଲୋଗାନ ମାନ ଦେଇଥିଲେ।ଏହି ସମୟରେ ସ୍ଥାନୀୟ ପୋଲିସ ବିଭାଗ ପକ୍ଷରୁ ଶାନ୍ତି ଶୃଙ୍ଖଳା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।
 

Recent Comments

Leave Comments

Top