ପଦ୍ମପୁର/୩୧/୧୦/୨୦୨୫(ଆଧାର ମିଡିଆ//ରିପୋର୍ଟ-ଡିଲେଶ୍ୱର ବାଗ) ପଦ୍ମପୁର ଶାନ୍ତି ନଗର ଅଦିତି ବିହାର ସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଠାରେ ବରଗଡ଼ ଜିଲ୍ଲା ଶ୍ରୀଅରବିନ୍ଦ ପାଠଚକ୍ର ସଂଗଠନ ଆନୁକୂଲ୍ୟରେ ପଦ୍ମପୁର ସବଡ଼ିଭିଜନ ସ୍ତରୀୟ ବ୍ଲକ ସମୂହର ସମ୍ମିଳିତ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ପୂର୍ବାହ୍ନ ୯.୩୦ମି. ରେ ସୋହେଲାର ପ୍ରଶାନ୍ତ ମିଶ୍ର ମାତୃପତାକା ଉତ୍ତୋଳନ କରିଥିଲେ।ଏହାପରେ ଅଧ୍ୟକ୍ଷା ଆହ୍ଲାଦିନୀ ଦଲାଇଙ୍କ ପରିଚାଳନାରେ ଅନୁଷ୍ଠିତ ସଭାରେ ଉପସଭାପତି ମନୋଜ ପଣ୍ଡା ସ୍ୱାଗତ ଅଭିନନ୍ଦନ ଏବଂ ପାଇକମାଳର ମମତା ଦାସ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ।ଜିଲ୍ଲା ସଂଗଠକ ରାଧାକାନ୍ତ ମିଶ୍ର ଏବଂ ଉପେନ୍ଦ୍ର ମହାପାତ୍ର ମାତୃକର୍ମ ହେଉ ଆମ ଜୀବନର ବ୍ରତ ଶୀର୍ଷକ ଆଲୋଚନା କରିଥିଲେ। ଅନ୍ୟତମ ଜିଲ୍ଲା ସଂଗଠକ ସମରେନ୍ଦ୍ର ଲେଙ୍କା ସାଙ୍ଗଠନିକ ମତାମତ ପ୍ରଦାନ କରିଥିଲେ।ଉପେନ୍ଦ୍ର ମହାପାତ୍ର ମାତୃପତାକା ପତାକା ଅବତରଣ କରିଥିଲେ। ପଦ୍ମପୁର ଉପଖଣ୍ଡ ସମସ୍ତ ୧୭ ଟି ଶିକ୍ଷାକେନ୍ଦ୍ରରୁ ମାତୃକର୍ମୀ ଯୋଗଦାନ କରିଥିଲେ।ପରିଶେଷରେ ସମ୍ପାଦକ ଆଦିତ୍ୟ ରଥ ଧନ୍ୟବାଦ ଅର୍ପଣ କରିଥିଲେ।
Recent Comments