ଖୋର୍ଦ୍ଧା/୧/୧୧/୨୦୨୫(ଆଧାର ମିଡ଼ିଆ)ମୃତ୍ୟୁ ବି ଏମିତି ଆସେ!ହୃଦଘାତରେ ଚଳନ୍ତା ବସର ଡ୍ରାଇଭରଙ୍କ ମୃତ୍ୟୁ,୭୦ରୁ ଉର୍ଦ୍ଧ ଯାତ୍ରୀଙ୍କ ଜୀବନ ବଞ୍ଚାଇ ନିଜେ ଚାଲିଗଲେ ଡ୍ରାଇଭର।ସୂଚନା ଅନୁଯାୟୀ ଶନିବାର ଦିନ ୨ଟା ସମୟରେ ଭୁବନେଶ୍ଵରରୁ ବୌଦ୍ଧ ଯାଉଥିବା ବିଶାଖା ନାମକ ଘରୋଇ ବସ ଭରପୁର ଯାତ୍ରୀଙ୍କୁ ନେଇ ଗନ୍ତବ୍ୟ ସ୍ଥଳକୁ ଯାଉଥିଲା.ଖୋର୍ଦ୍ଧା ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥ ଉପରେ ବୋଲଗଡ଼ ବସଷ୍ଟାଣ୍ଡଠାରେ ହଠାତ୍ ବସର ଡ୍ରାଇଭର ଅସୁସ୍ଥ ଅନୁଭବ କରିବାରୁ ବସକୁ ଷ୍ଟାଣ୍ଡ ଉପରେ ରାସ୍ତା ପାର୍ଶ୍ଵରେ ରିଖିଦେଇ ଅଚେତ ହୋଇପଡ଼ିଥିଲେ.ବଜାରର କିଛି ବ୍ୟବସାୟୀ ସଙ୍ଗେ ସଙ୍ଗେ ତାଙ୍କୁ ନିକଟସ୍ଥ ବୋଲଗଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ହୃଦ୍ ଘାତରେ ମୃତ୍ୟୁବରଣ କରିଥିବାର ଘୋଷଣା କରିଥିଲେ। ମୃତକ ଡ୍ରାଇଭର ଜଣକ ବୋଲଗଡ ଥାନା ଅଧୀନ ସାଗର ଗାଁ ପଞ୍ଚାୟତ ଗୋଡିଆଳି ଗ୍ରାମର ସୁବଳ ମାର୍ଥାଙ୍କ ପୁଅ ଶରତ ମାର୍ଥା 'ବୟସ- ୫୭ ବର୍ଷ ଅଟେ.ତାଙ୍କ ମୃତ ଶରୀରକୁ ସଂଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଶବ ବ୍ୟବଚ୍ଛଦ ପାଇଁ ପଠାଇ ଦେଇଛନ୍ତି । ସେ ଜଣେ ଦକ୍ଷ ଡ୍ରାଇଭର ଭାବେ ପରିଚିତ। ତାଙ୍କ ମୃତ୍ୟୁରେ ଗାଁରେ ଶୋକର ଛାୟା ଖେଳିଯାଇଛି। ଅନ୍ୟ ପକ୍ଷେ ବସ୍ରେ ଥିବା ୭୦ରୁ ଉର୍ଦ୍ଧ ଯାତ୍ରୀଙ୍କ ଜୀବନକୁ ବଞ୍ଚାଇ ଦେଇଥିଲେ। ଯାତ୍ରୀ ମାନଙ୍କୁ ସୁରଖିତରେ ଅନ୍ୟବସରେ ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ପଠାଇ ଦିଆଯାଇଥିଲା।
Recent Comments