logo
add image
ଏକତା ପଦଯାତ୍ରା ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଏକତା ପଦଯାତ୍ରା ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ପୁରୀ/୧/୧୧/୨୦୨୫(ଆଧାର ମିଡ଼ିଆ)ସରକାରଙ୍କ ନିର୍ଦ୍ଦେଶକ୍ରମେ ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଙ୍କ ୧୫୦ତମ ଜୟନ୍ତୀ ଅବସରରେ ଏକତା ପଦଯାତ୍ରାର ଆୟୋଜନ କରାଯାଇଛି।ଏ ସମ୍ପର୍କରେ ଆଜି ଅପରାହ୍ନରେ ସର୍କିଟ ହାଉସ ଠାରେ ଜିଲ୍ଲାପାଳ ଦିବ୍ଯ ଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ସର୍କିଟ ହାଉସ ଠାରେ ଅନୁଷ୍ଠିତ ହୋଇଥିଲା।ଏହି ବୈଠକରେ ଆଭାସୀ ମାଧ୍ୟମରେ ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର ଯୋଗ ଦେବା ସହ ବିବିଧ ପରାମର୍ଶ ପ୍ରଦାନ କରିଥିଲେ।ସରକାରଙ୍କ ନିଷ୍ପତ୍ତି ମୁତାବକ ପ୍ରତ୍ୟେକ ଲୋକସଭା ଅନ୍ତର୍ଗତ ଅଞ୍ଚଳ ମଧ୍ୟରେ ଏହି ପଦଯାତ୍ରା ଅନୁଷ୍ଠିତ ହେବ।ଏକ ଭାରତ ଆତ୍ମ ନିର୍ଭର ଭାରତ ନାମରେ ଏହି ପଦଯାତ୍ରା ପୁରୀ ଜିଲ୍ଲାର ଦୁଇଟି ସ୍ଥାନରେ ଅନୁଷ୍ଠିତ ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ।ଗୋଟିଏ ନିମାପଡା ଓ ଅନ୍ୟଟି ବ୍ରହ୍ମଗିରିରେ ଅନୁଷ୍ଠିତ ହେବ।ଲୋକସଭା ସାଂସଦ ମାନଙ୍କ ସହ ଆଲୋଚନା ଓ ସେମାନଙ୍କ ପରାମର୍ଶ କ୍ରମେ ପଦଯାତ୍ରା ଆରମ୍ଭ ଓ ଶେଷ ପହଞ୍ଚିବା ସ୍ଥାନ ଚୁଡାନ୍ତ ହେବ।ଆରମ୍ଭ ସ୍ଥଳରୁ ପ୍ରତି ୨.୫ କିଲୋମିଟର ରୁ ୨ କିଲୋମିଟର ମଧ୍ୟରେ ସ୍ବଛ ଭାରତ, ଏକ ପେଡ ମା କେ ନାମ,ଚିକିତ୍ସା ଶିବିର, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଙ୍କ ଜୀବନୀ ସମ୍ପର୍କରେ ପ୍ରଦର୍ଶନୀ, ଆଲୋଚନା ଚକ୍ର ମାଧ୍ୟମରେ ଯୁବ ପିଢି ଙ୍କୁ ଅନୁପ୍ରେରଣା, ନିଶାମୁକ୍ତ ଭାରତ ସମ୍ପର୍କରେ ସଚେତନତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେବ।ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ମାଧ୍ୟମରେ ବିବିଧ ପ୍ରତିଯୋଗିତା ଆୟୋଜିତ ହେବ ଓ ପଦଯାତ୍ରା ର ଶେଷ ଭାଗରେ ଅନୁଷ୍ଠିତ ସଭା ରେ କୃତି ପ୍ରତିଯୋଗୀ ଙ୍କୁ ସମ୍ବର୍ଦ୍ଧିତ କରାଯିବ।ଏହି ପଦଯାତ୍ରାରେ ଯୁବବର୍ଗ, ସ୍ବେଚ୍ଛାସେବୀ, ବିଦ୍ୟାର୍ଥୀ,ଅଙ୍ଗନବାଡି କର୍ମୀ, ଆଶା କର୍ମୀ, ଲକ୍ଷ ପତି ଦିଦି, ସ୍ବୟଂ ସହାୟକ ଗୋଷ୍ଠୀ ର ସଦସ୍ୟ, ପ୍ରମୁଖ ସାମିଲ ହେବେ।ଏହାକୁ ପରିଚାଳନା ପାଇଁ ଜିଲ୍ଲା ପଦଯାତ୍ରା ଆୟୋଜନ କମିଟି ଗଠନ କରାଯାଇ କାର୍ଯ୍ୟ ତ୍ବରାନ୍ବିତ କରାଯିବ।ସ୍ବଛତା, ଆଇନ ଶୃଙ୍ଖଳା ରକ୍ଷା, ଟ୍ରାଫିକ ନିୟନ୍ତ୍ରଣ,ପଦଯାତ୍ରା ସମ୍ପର୍କରେ ପ୍ରଚାର ପ୍ରସାର, ସାଂସ୍କୃତିକ କାର୍ଯ୍ୟକ୍ରମ, ସଭା ର ଆୟୋଜନ ଇତ୍ୟାଦି ସମ୍ପର୍କରେ ବିଭିନ୍ନ ବିଭାଗ ପରସ୍ପର ମଧ୍ୟରେ ସମନ୍ବୟ ରଖି କାର୍ଯ୍ୟ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।ଏହି ବୈଠକରେ ଏସ ପି ପ୍ରତୀକ ସିଂ,ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ରାଜସ୍ଵ ଡ଼.ଶରତ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ, ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା,ସିଡିଏମଓ ଡା ଅକ୍ଷୟ କୁମାର ଶତପଥୀ, ବିଡ଼ିଓ ନିମାପଡା ଅଭିଜିତ ଷଡ଼ଙ୍ଗୀ, ବ୍ରହ୍ମଗିରି ବିଡ଼ିଓ ମନୀଷା ଷଡ଼ଙ୍ଗୀ,ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ଯୋଗ ଦେଇ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ।ପ୍ରାରମ୍ଭରେ ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ ସମସ୍ତଙ୍କୁ ସ୍ବାଗତ ସହ ସରକାରଙ୍କ ମାର୍ଗଦର୍ଶିକା ଓ କାର୍ଯ୍ୟକ୍ରମ ର ରୂପରେଖ ସମ୍ପର୍କରେ ସୂଚନା ଦେଇଥିଲେ।

Recent Comments

Leave Comments

Top