logo
add image
ସୁବର୍ଣ୍ଣପୁର ଠାରେ ୧୦୦ ଶଯ୍ୟା ବିଶିଷ୍ଟ

ସୁବର୍ଣ୍ଣପୁର ଠାରେ ୧୦୦ ଶଯ୍ୟା ବିଶିଷ୍ଟ "ମିଶନ ଆଶ୍ରା "ଲୋକାର୍ପିତ

ସୋନପୁର,୦୧/୧୧/୨୦୨୫(ଆଧାର ମିଡ଼ିଆ)ସୁବର୍ଣ୍ଣପୁର ଜିଲ୍ଲା ପୁରୁଣା ମୁଖ୍ୟ ଚିକିତ୍ସାଳୟରେ ଓଡ଼ିଶା ପିପୁଲସ ଫୋରମ ଦ୍ୱାରା ପରିଚାଳିତ ମିଶନ ଆଶ୍ରା ମାଧ୍ୟମରେ ମାନସିକ ରୋଗରେ ଜଡିତ ଅସହାୟ ପୁରୁଷ ଓ ମହିଳା ମାନଙ୍କ ପାଇଁ ଏକ ଆଶ୍ରୟ ଏବଂ ଥଇଥାନ କେନ୍ଦ୍ର ଲୋକାର୍ପିତ ହୋଇଯାଇଛି।ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାଯ୍ୟକ୍ରମରେ ଜିଲ୍ଲାପାଳ ଡ.ନୃପରାଜ୍ ସାହୁ ୧୦୦ ଶଯ୍ୟା ବିଶିଷ୍ଟ ଆଶ୍ରୟ ଓ ଥଇଥାନ କେନ୍ଦ୍ରକୁ ଶୁଭ ଉଦଘାଟନ କାରିଥିଲେ।ଜିଲ୍ଲାପାଳ ଡା.ସାହୁ କହିଛନ୍ତି ୧୦୦ ଶଯ୍ୟା ବିଶିଷ୍ଟ ଆଶ୍ରୟ ଓ ଥଇଥାନ କେନ୍ଦ୍ର ଲାଗି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ଓଡ଼ିଶା ସରକାର ଅନୁମୋଦନ ଦେଇଛନ୍ତି l ଆଗାମୀ ଦିନରେ ମାନସିକ ରୋଗରେ ପୀଡିତ ଅସହାୟ ମହିଳା ଓ ପୁରୁଷ ଏହି କେନ୍ଦ୍ରରେ ରହି ଭଲ ହୋଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବେ।ଏହି ଆଶ୍ରୟ ଓ ଥଇଥାନ କେନ୍ଦ୍ରକୁ ପିପୁଲସ ଫୋରମ ପରିଚାଳନା କରିବ ବୋଲି କହି ଜୀବନରେ ମାନବିକ ସମ୍ପର୍କ ଖୁବ୍ ଆବଶ୍ୟକ, କ୍ଷଣିକ ମୁହୂର୍ତ୍ତକୁ ଆମେ ନିୟନ୍ତ୍ରଣ କରି ପାରିଲେ ପରିବାରରୁ ସମାଜରୁ ଆମକୁ ନିର୍ବାସିତ ହେବା ଭଳି ପରିସ୍ଥିତି କେବେ ଆସିବନି ବୋଲି କହିଥିଲେ।ତେଣୁ ଶ୍ରଦ୍ଧା ପୂର୍ଣ୍ଣ ହୃଦୟ, ସ୍ନେହ ପୂର୍ଣ୍ଣ ଛାତି ଓ ଛଳନା ବିହୀନ ମନନେଇ ଚାଲିଲେ ଆଜିର ଏଇ ମିଶନ ରେ ସଫଳତା ନିଶ୍ଚିତ ମିଳିବ ବୋଲି କହିଥିଲେ।କାଯ୍ୟକ୍ରମରେ ପିପୁଲସ ଫୋରମର କାଯ୍ୟନିର୍ବାହୀ ଅଧିକାରୀ ଦିଲୀପ କୁମାର ମହାନ୍ତି ସ୍ୱାଗତ ଭାଷଣ ଦେଇ ମାନସିକ ରୋଗୀ ର ଚିକିତ୍ସା ପାଇଁ ଡାକ୍ତର ତ୍ରିବିକ୍ରମ ପାଣ୍ଡିଆ ଙ୍କ ଭଳି ସଂବେଦନଶୀଳ ମନ ଟିଏ ହେବା ଜରୁରୀ ବୋଲି କହିଥିଲେ। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀ କହିଥିଲେ ଯେ,ମାନସିକ ବିକାର ଗ୍ରସ୍ତ, ମସ୍ତିଷ୍କ ପକ୍ଷାଘାତ ଓ ମାନସିକ ଅସୁସ୍ଥତା ଭଳି ଅସହାୟ ମହିଳା ଓ ପୁରୁଷ ମାନଙ୍କ ନିମନ୍ତେ ଏହି ଥଇଥାନ କେନ୍ଦ୍ର ଉଦ୍ଧିଷ୍ଟ।ଏଠାରେ ସେମାନଙ୍କ ପାଇଁ ଖାଦ୍ୟ,ପାନୀୟ,ରହିବାର ବ୍ୟବସ୍ଥା ସାଙ୍ଗକୁ ଉପଯୁକ୍ତ ଚିକିତ୍ସା ଓ ଧନ୍ଦା ମୂଳକ ତାଲିମ ଦିଆଯିବ।ଯାହାଦ୍ୱାରା ମହିଳା ଓ ପୁରୁଷମାନେ ପରବର୍ତ୍ତୀ ସମୟରେ ଆତ୍ମ ନିର୍ଭରଶୀଳ ହୋଇପାରିବେ। ଆଜିର ଏହି ଉଦଘାଟନ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ )ଶ୍ରୀ ରାଜେନ୍ଦ୍ର ମାଝୀ,ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ଶ୍ରୀମତୀ ଅଞ୍ଜଳୀନା ପ୍ରଧାନ,ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀମତୀ ଉଷାରାଣୀ ଦାଶ, ଜିଲ୍ଲା ଆଇନସେବା କର୍ତ୍ତୃତ୍ୱ ସଚିବ ଦେବାଶିଷ ଦାଶ,ଜିଲ୍ଲା ସାମାଜିକ କଲ୍ୟାଣ ଅଧିକାରୀ ଶ୍ରୀମତୀ ଅନୁପମା ପଣ୍ଡା ଏ ଡି ଏମ୍ ଓ ଡାକ୍ତର ଦତ୍ତେଶ୍ୱର୍ ପାଢ଼ୀ,ଏଡିଏମ୍ ଓ ଡାକ୍ତର ଦୁର୍ଗ ଦତ୍ତ ଦାଶ ଓ ଡ଼କ୍ଟର ତ୍ରିବିକ୍ରମ ପାଣ୍ଡିଆ,ସମାଜ ସେବୀ ମନୋଜ ପଣ୍ଡା, ମନୋରଞ୍ଜନ ତ୍ରୀପାଠୀ ପ୍ରମୁଖ ଉପସ୍ଥିତ ଥିଲେ।ଏହି ଅବସର ରେ ପିପୂଲ୍ସ ଫୋରମ୍ ପକ୍ଷରୁ ଜିଲ୍ଲାପାଳ ଡ଼.ସାହୁ,ଏଡିଏମ୍ ଓ ଡାକ୍ତର ପାଣ୍ଡିଆ ଓ ଡି ଏସ ଡବ୍ଲୁ ଓ ଶ୍ରୀମତୀ ପଣ୍ଡା ଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା।
 

Recent Comments

Leave Comments

Top