logo
add image
ବୌଦ୍ଧ ପୁଲିସ ପକ୍ଷରୁ ସାଇବର ସୁରକ୍ଷା ସଚେତନତା ଅଭିଯାନ

ବୌଦ୍ଧ ପୁଲିସ ପକ୍ଷରୁ ସାଇବର ସୁରକ୍ଷା ସଚେତନତା ଅଭିଯାନ

ବୌଦ୍ଧ,୨/୧୧/୨୦୨୫(ଆଧାର ମିଡ଼ିଆ//ରିପୋର୍ଟ- ଧବଳେଶ୍ୱର ମହାପାତ୍ର)ବୌଦ୍ଧ ଜିଲ୍ଲା ପୋଲିସ ପକ୍ଷରୁ ସ୍ଥାନୀୟ ଟାଉନ ହଲ୍ ଠାରେ ସାଇବର ସୁରକ୍ଷା ସଚେତନତା ଅଭିଯାନ ସଭା ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରାହୁଲ୍ ଗୋୟଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ କଣ୍ଟାମାଳ ବିଧାୟକ  କହ୍ନାଇ ଚରଣ ଡ।ଙ୍ଗ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସଭାକୁ ଉଦଘାଟନ କରିଥିଲେ।ସମ୍ମାନିତ ଅତିଥି ଭାବରେ ବୌଦ୍ଧ ଜିଲ୍ଲାପାଳ ବିଭୁତି ଭୁଷଣ ନାୟକ,ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା,ବନଖଣ୍ଡ ଅଧିକାରୀ ରାଜେନ୍ଦ୍ର ଗୋଛାୟତ,କେନ୍ଦୁପତ୍ର ବନଖଣ୍ଡ ଅଧିକାରୀ ସୁଦର୍ଶନ ବାଦୀ,ବୌଦ୍ଧ ଆଇ.ସି.ଆଇ.ସି. ଆଇ ବ୍ୟାଙ୍କର ରେଜିଓନାଲ ମୁଖ୍ୟ ରଂଜିତ ମିଶ୍ର ଯୋଗ ଦେଇ ସାଇବର ସୁରକ୍ଷା ସମ୍ପର୍କରେ ଅଭିଭାଷଣ ରଖିଥିଲେ।ଏଥି ସହ ରୁହନ୍ତୁ, ଯାଞ୍ଚ କରନ୍ତୁ, ସୁରକ୍ଷିତ ରୁହନ୍ତୁ ଏବଂ ସାମାନ୍ୟ ଭୁଲରୁ ବହୁତ ବଡ଼ ଭୁଲ ହୋଇଥାଏ ବୋଲି ମତ ବ୍ୟକ୍ତ କରିଥିଲେ।ସଭା ପୂର୍ବରୁ ବୌଦ୍ଧ ଜିଲ୍ଲା ଷ୍ଟାଡିୟମ ଠାରୁ ଏକ ସଚେତନତା ଶୋଭାଯାତ୍ରା ସହର ପରିକ୍ରମା କରି ଟାଉନ ହଲ୍ ଠାରେ ପହଞ୍ଚିଥିଲା।କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସାର୍ଥକ ରାୟ,ଉପଖଣ୍ଡ ପୋଲିସ ଅଧିକାରୀ ଲରେନ ରାଉତରାୟ,ଉପ ଜିଲ୍ଲାପାଳ ବିନୟ କୁମାର ଭୋଇ,ଅବକାରୀ ଅଧିକ୍ଷକ ଶାନ୍ତି ମାରାଣ୍ଡି,ତହସିଲଦାର ଅନୀତା କୁମାରୀ ସାହୁ,ସାଇବର ଥାନା ଅଧିକାରୀ ଭାବାନନ୍ଦ ପ୍ରଧାନ,ବୌଦ୍ଧ ଆଇ.ଆଇ.ସି. ନଳିନୀକାନ୍ତ ଦାସ,ଆଞ୍ଚଳିକ ପରିବହନ ଅଧିକାରୀ ସୁଷମା ସାହୁ, ଜ଼ିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ ଙ୍କ ସମେତ ବିଭିନ୍ନ ଅଧିକାରୀ, ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ।ପରେ ସାଇବର ସଚେତନ ଉପରେ ଭିଡିଓ ପ୍ରଦର୍ଶନ ସହ,ମୁଖ୍ୟମନ୍ତ୍ରୀ ଏବଂ ଡିଜିପି ଙ୍କ ସଚେତନତା ବାର୍ତ୍ତା ପ୍ରସାରିତ ହୋଇଥିଲା।କଳାକାର ସ୍ୱାଧୀନ କୁମାର ପରିଡା ଏବଂ କରୁଣାକର ବଗର୍ତ୍ତୀ ଦାସକାଠିଆ ମାଧ୍ୟମ ରେ ଏବଂ ଅନ୍ୟ କଳାକାର ମାନେ ନୃତ୍ୟ ନାଟକ ମାଧ୍ୟମ ରେ ଜନ ସାଧାରଣ ଙ୍କୁ ସଚେତନ କରିଥିଲେ।ପରେ ପରେ ମୁଖ୍ୟଅତିଥି ଶ୍ରୀ ଡାଙ୍ଗ ଏବଂ ଅନ୍ୟ ଅତିଥି ମାନେ ସବୁଜ ପତାକା ଦେଖାଇ ସାଇବର ରଥ ର ଶୁଭାରମ୍ଭ କରିଥିଲେ।ଶେଷରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସାର୍ଥକ ରାୟ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ କୁ ମେଣ୍ଢିମାଳ ସ୍କୁଲ ର ସଂସ୍କୃତ ଶିକ୍ଷକ ପ୍ରବୀଣ କୁମାର ପ୍ରଧାନ ମଞ୍ଚ ପରିଚାଳନା କରିଥିବା ବେଳେ ଆଦର୍ଶ ଥାନା ର ଅଧିକାରୀ ରଜନୀ କାନ୍ତ ଦାସ ଏବଂ ସମସ୍ତ ଅଧିକାରୀ ପ୍ରମୁଖ ସହଯୋଗ କରିଥିଲେ।
 

Recent Comments

Leave Comments

Top